ଆମ ଜିଲା ଖବର

ବିନିକା-ସୋନପୁର ମୁଖ୍ୟରାସ୍ତାରେ ୫ଫୁଟ୍‌ର ପାଣି, ଅଟକି ରହିଛି ଯାନବାହାନ

ବିନିକା, ୩୧ା୮(ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି ମହାନଦୀର ବନ୍ୟାଜଳ। ଏନ୍‌ଏସି ଅଧୀନ ଗୁଲାପଡାର ଟିକ୍ରପଡା ଓ କୋହ୍ଲପଡା, ବେତ୍ରପଡାର ଲୋକେ ଶନିବାରଠାରୁ ଜଳଘେରରେ ରହିଛନ୍ତି। ସେହିଭଳି ବ୍ଲକ ଅନ୍ତର୍ଗତ...

ମୁଣ୍ଡ ଗୁଞ୍ଜିବାକୁ ଠିକଣା ଖୋଜା

ଯାଜପୁର ଅଫିସ/ବରୀ,୩୧।୮ (ଡି.ଏନ.ଏ.): ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳପତ୍ତନ ହ୍ରାସ ହେବା ପରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି। ତେବେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ଜିଲାରେ ସୃଷ୍ଟି ହୋଇଥିବା ୩୦ ଘାଇ ଦ୍ୱାରା...

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

କୋକସରା, ୩୧।୮ (ଡି.ଏନ.ଏ.) କଳାହାଣ୍ଡି ଜିଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କୋକସରା ବ୍ଲକ କାଉଡୋଲା-ଲଡୁଗାଁ ରାସ୍ତା ଶୋଚନୀୟ ହୋଇପଡିଛି। ଏ ନେଇ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇଥିଲେ ହେଁ କିଛି ସୁଫଳ...

ସୁନିଆରେ ଆସିଲା ମାଟି

ଢେଙ୍କାନାଳ ଅଫିସ, ୩୧ା୮:  ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ରବିବାର ପବିତ୍ର ସୁନିଆରେ ମାଟି ଅନୁକୂଳ କରାଯାଇଛି। କରୋନା କଟକଣା ମଧ୍ୟରେ ବିଧିରକ୍ଷା ଲାଗି ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଲାଗି ବ୍ରାହ୍ମଣୀ ନଦୀ,...

କଙ୍କିଆ ପଞ୍ଚାୟତ:୧୭ଗାଁକୁ ଛୁଇଁନି କରୋନା

ବ୍ରହ୍ମପୁର ଅଫିସ,୩୧ା୮ କରୋନା ସମଗ୍ର ବିଶ୍ୱବାସୀଙ୍କୁ ଦୋହଲାଇ ଦେଇଛି।  ଦେଶ ଓ ରାଜ୍ୟ ମଧ୍ୟ ଏଥିରୁ ବାଦ ଯାଇନି। ବିଶେଷକରି ଗଞ୍ଜାମ ଜିଲାରେ କରୋନା  କାୟା ବିସ୍ତାର କରିଛି।  ମେ ୨ତାରିଖରେ କରୋନା ସଂକ୍ରମଣ ଜିଲାରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ...

ସାନଭାଇକୁ ଦେଖିବାକୁ ଆସି, ବଡ଼ଙ୍କ ମୃତ୍ୟୁ

ଖଜୁରିପଡ଼ା/ବଲସକୁମ୍ପା,୩୦ା୮(ଡି.ଏନ୍‌.ଏ.)- ମେଡିକାଲରେ ଥିବା ସାନଭାଇକୁ ଦେଖିବାକୁ ଆସି ବଡଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚକାପାଦ ବ୍ଲକ ବପଲମେଣ୍ଡି ପଞ୍ଚାୟତ ବପଲମେଣ୍ଡି ଗ୍ରାମର ସଭାଜନ ମଲ୍ଲିକ (୫୦)। ସଭାଜନଙ୍କ ସାନଭାଇ ଖଜୁରିପଡ଼ା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କୁ ଦେଖିବାକୁ...

ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ: କନଷ୍ଟେବଳ ଗିରଫ, ୨୧ କେଜି ଗଞ୍ଜେଇ ଜବତ

ସମ୍ବଲପୁର/ରେଙ୍ଗାଲି,୩୦।୮ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲିରେ ଜିଆର୍‌ପି ଗାଡ଼ି (ଓଡି-୦୫-ଏପି-୨୭୪୪)ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ରେଙ୍ଗାଲି ଥାନା ପୋଲିସ ହାତରେ ଧରା ପଡ଼ିଛି। ଗାଡିରୁ ୨୧ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଝାରସୁଗୁଡା ଜିଆର୍‌ପି କାର୍ଯ୍ୟରତ ଉକ୍ତ...

କଟକ ସହରରୁ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୮-କଟକ ସହରରୁ ରବିବାର ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୨ଜଣ, କ୍ୱାରାଣ୍ଟାଇନରୁ ୯୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିମ୍ବସାହିରୁ ୨୨, ଏସସିବି ଆଇସୋଲେଶନ ଓ୍ବାର୍ଡରୁ ୯, ୫ ଜଣ...

ହାଜତ ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଜୟପୁର,୩୦ା୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ହାଜତ ଭିତରେ ଜଣେ ଅଭିଯୁକ୍ତ ଶନିବାର ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତଦନ୍ତ ଜାରି...

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସବୁ ସୁବିଧା କଲା ଗଞ୍ଜାମ ଜିଲା ପ୍ରଶାସନ: ଟୁଇଟ କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର,୩୦।୮(ଡି.ଏନ୍‌.ଏ.): ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ରହିବା, ବସ୍‌ ଆଦି ସମସ୍ତ ସୁବିଧା କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଟୁଇଟ କରି ସୂଚନା ଦେଇଛନ୍ତି। ଶିତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ଖଲିକୋଟ କଲେଜ ଅଞ୍ଚଳରେ...

ସହାୟ ଆପ୍‌ ଜରିଆରେ ରୋଗୀଙ୍କୁ ନିଶୁଳ୍କ ସେବା

ଛତ୍ରପୁର,୩୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀର ଭାଜପା ଯୁବନେତା ପ୍ରଶାନ୍ତ କୁମାର କର ଓ ଜିଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ହୋଇଥିବା ସହାୟ ଆପ୍‌ ଜରିଆରେ ରବିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ରୋଗୀମାନଙ୍କୁ ଚିକିତ୍ସା କରାଯିବା ସହ ମାଗଣା...

ଖୁଦୁରୁକୁଣୀ ଓଷା କରିବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ

ନୟାଗଡ଼ ଅଫିସ,୩୦ା୮: ବୃତ୍ତଙ୍ଗ ନଦୀରେ ଭାସି ଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲେ ହେଁ ସେମାନେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ସୂଚନାଯୋଗ୍ୟ, ଟାକେରା ବରୁସାହିର କିଛି ଯୁବତୀ ଖୁଦୁରୁକୁଣୀ ଓଷା କରିଥିଲେ। ଆଜି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri