ଆମ ଜିଲା ଖବର

ଚିଖିଲିରେ ବନ୍ୟାସ୍ଥିତି ଗମ୍ଭୀର: ଛାତଉପରେ ସାରାରାତି ଉଜାଗରରେ କାଟିଲେ ଗ୍ରାମବାସୀ

ବରଗଡ଼ ଅଫିସ,୨୯।୮: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାରରୁ ବନ୍ୟାଜଳ ତଥା ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ଉକ୍ତ ଗ୍ରାମରେ ପଶିଥିଲା। ତେବେ ଶନିବାର ସ୍ଥିତି ଗମ୍ଭୀର ହୋଇ ପଡିଛି।...

ବୈତରଣୀରେ ବନ୍ୟା: କେତେ ଲୋକ ପ୍ରଭାବିତ, କିପରି ଯୋଗା ଯାଉଛି ପ୍ରଶାସନିକ ସହାୟତା ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଲଗାଣ ବର୍ଷାରେ ଭଦ୍ରକ ଜିଲାର ୧୧୮ଟି ପଞ୍ଚାୟତର ୧ଲକ୍ଷ ୫୬ ହଜାର ୧୧୩ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନର ପ୍ରାଥମିକ ଆକଳନରୁ ଜଣାପଡ଼ଛି । ସେଗୁଡ଼ିକ ହେଲା ଭଦ୍ରକ ଜିଲାର ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର, ବନ୍ତ,...

ଭଦ୍ରକ ଜିଲାରେ ବଢ଼ିଚାଲିଛି ଲୋକାଲ୍‌ କେସ୍‌: ଆଜି ବି ୭୬ ପଜିଟିଭ୍‌

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଜିଲାରୁ ଶନିବାର ୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୬ରେ ପହଞ୍ଚିଛି। ତେବେ ଲଗାତାର ଭାବେ ଭଦ୍ରକରେ ଚିହ୍ନଟ ସମସ୍ତ ଆକ୍ରାନ୍ତ ସ୍ଥାନୀୟ...

ବରଗଡ଼ରୁ ଆଉ ୧୪୬ ପଜିଟିଭ ଚିହ୍ନଟ: ୨ ବ୍ୟାଙ୍କ ୭୨ଘଣ୍ଟା ଶଟ୍‌ଡାଉନ

ବରଗଡ଼ ଅଫିସ,୨୯।୮: ବରଗଡ଼ ଜିଲାରୁ ଶନିବାର ୧୪୬ ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ(ୟୁଜିବି), ବରଗଡ଼ ଶାଖା ଏବଂ ଷ୍ଟେଟ ବ୍ୟାଙ୍କ, ଆଗଲପୁର ଶାଖାର କର୍ମଚାରୀ ଥିବା ଯୋଗୁ...

ବୈତରଣୀରେ କମୁଛି ବନ୍ୟାଜଳ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଜିଲା ବୈତରଣୀ ନଦୀରେ ବନ୍ୟାଜଳ କମିବାରେ ଲାଗିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ବେଳେ ଶନିବାର ସକାଳ ୭ଟା ସୁଦ୍ଧା ୧୮.୧୩ ମିଟର, ୮ଟା ସୁଦ୍ଧା ୧୮.୦୯ ମିଟର, ୯ଟା ସୁଦ୍ଧା ୧୮.୦୫ ମିଟର,...

ଭଦ୍ରକ ଉପଜିଲାପାଳଙ୍କୁ କରୋନା: କିଏ ନେଲେ ତାଙ୍କ ଦାୟିତ୍ୱ ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶନିବାର ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ତାଙ୍କ ସ୍ଥାନରେ ମନୋରମା ଭୂୟାଁଙ୍କୁ ଉପଜିଲାପାଳ ଦାୟିତ୍ୱ ଦିଆଯାଇ ଥିବା...

ଶ୍ରୀମନ୍ଦିରରେ କୃଷ୍ଣଲୀଳା ସମାପନ

ପୁରୀ ଅଫିସ,୨୯ା୮: ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି। ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ। ସେଠାରେ...

ଗାଁ ଦାଣ୍ଡରେ ଡଙ୍ଗା ଚାଲିଲା

ଖୋର୍ଦ୍ଧା ଅଫିସ,୨୯ା୮: ଲଘୁଚାପଜନିତ ବର୍ଷା ଓ ହୀରାକୁଦରୁ ଜଳ ନିଷ୍କାସନ ଫଳରେ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତରେ ବନ୍ୟାଜଳ ପଶିବା ଫଳରେ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ପାଣି ଘେରରେ...

ରାୟଗଡ଼ା ଜିଲାର ୨ ଜେଲରୁ ୨୧୮ କରୋନା ପଜିଟିଭ

ରାୟଗଡ଼ା ଅଫିସ/ ଗୁଣପୁର,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ସମଗ୍ର ରାଜ୍ୟରେ ଶେଷ ଜିଲାଭାବେ ଜୁନ୍‌ ୩ରେ କରୋନା ତାଲିକାରେ ସାମିଲ ହୋଇଥିଲା। ପ୍ରଥମେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ ସଂକ୍ରମିତ ହୋଇଥିଲେ। ତେବେ ତିନି ମାସ ମଧ୍ୟରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୨୧୫ରେ...

ଭସାଣ ଉତ୍ସବ ମନା, କେବଳ ବିସର୍ଜନ

କଟକ ଅଫିସ,୨୯ା୮: କରୋନା କଟକଣା ଭିତରେ ଛନ୍ଦି ହୋଇପଡ଼ିଛି ପାର୍ବଣର ସହର କଟକ ଦଶହରା। ପ୍ରଥମଥର ପାଇଁ ରୌପ୍ୟନଗରୀର ପୂଜା ମଣ୍ଡପରେ ଚାନ୍ଦିମେଢ଼ ଦେଖିବାକୁ ମିଳିବ ନାହିଁ କି ମା’ଙ୍କ ମଥାରେ ସୁନା ମୁକୁଟ ଝଲସିବ ନାହିଁ। ବିନା ଆଡ଼ମ୍ବରରେ...

ହାଇକୋର୍ଟରେ ଜମି ଦସ୍ତାବିଜ ଦାଖଲ

କଟକ ଅଫିସ,୨୯ା୮: ହାଇକୋର୍ଟରେ ଶୁକ୍ରବାର ପୁରୀ ବଗଲା ଧର୍ମଶାଳା ଜମିର ଦସ୍ତାବିଜ ଦାଖଲ କରାଯାଇଛି। ପୁରୀ ତହସିଲ କାର୍ଯ୍ୟାଳୟର ଏକ କେସ୍‌ ରେକର୍ଡରେ ବଗଲା ଧର୍ମଶାଳା ଦାନରେ ମିଳିଥିବା ନେଇ ଏଥିରେ ଉଲ୍ଲେଖ ରହିଛି। ଆବେଦନକାରୀ ଜଗନ୍ନାଥ ବସ୍ତିଆ ଇ-ଫାଇଲିଂ...

ନନ୍ଦନକାନନରେ ଆନାକୋଣ୍ଡା ମୃତ

ବାରଙ୍ଗ,୨୯ା୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଗତ ଏକମାସ ହେବ ଏହି ଆନାକୋଣ୍ଡାର ତରଳଝାଡ଼ା ହେଉଥିଲା। ୨ଦିନ ହେବ ରକ୍ତଝାଡ଼ାରେ ଆକ୍ରାନ୍ତ ହୋଇ ଆନାକୋଣ୍ଡାଟି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri