ଆମ ଜିଲା ଖବର

ଧାନ, ମାଛ ଓ ପରିବା ଚାଷୀଙ୍କୁ ବିକ୍ରି ଚିନ୍ତା

ଜଗତ୍‌ସିଂହପୁର ଅଫିସ,୨୪।୮: ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଚାଷୀ ମାଛ, ପନିପରିବା, ଧାନ, ମୁଗ, ବିରି ଆଦି ଚାଷ ଉପରେ ନିର୍ଭରଶୀଳ। ପ୍ରତି ବର୍ଷ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବିକ୍ରି ସମସ୍ୟା ଚାଷୀର ମେରୁଦଣ୍ଡ ବଙ୍କା କରି ଦେଉଛି। ଏ...

ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପାଣି

ପୁରୀ ଅଫିସ,୨୪ା୮: ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ପୁରୀ ଜିଲାର ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଏହା ଫୁଲିବା ଆରମ୍ଭ କରିଛି।...

ବାଲେଶ୍ୱର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍‌ମ୍ୟାପ୍‌: ୫୦କୋଟି ବ୍ୟୟରେ ହେବ ଅନ୍ତଃରାଷ୍ଟ୍ରୀୟ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ, ୨୪।୮-ବାଲେଶ୍ୱର ଜିଲାବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେତେକ କୁଟୀରଶିଳ୍ପ, ମାଛଚାଷ, ସହରର ଉନ୍ନତୀକରଣ, ଉନ୍ନତ ସ୍ବାସ୍ଥ୍ୟସେବା ଭଳି ବିଭିନ୍ନ ଦିଗକୁ ନେଇ ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏନେଇ...

ଦେଢ଼ କିମି ବୁହାହେଲେ ପ୍ରସୂତି, ଶିଶୁ

କାମାକ୍ଷାନଗର, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲାର ଆଦିବାସୀବହୁଳ ଦୁର୍ଗମ କାନ୍ତୋଲ ପଞ୍ଚାୟତରେ କମୁନି ଜନନୀ ଯନ୍ତ୍ରଣା। ଗ୍ରାମକୁ ଯିବା ରାସ୍ତାରେ ଏକାଧିକ ପାହାଡ଼ିଆ ନାଳ ସ୍ବାସ୍ଥ୍ୟସେବାରେ ସାଜିଛି ପ୍ରତିବନ୍ଧକ। ଫଳରେ ଜରୁରୀସମୟରେ ସ୍ରୋତପୂର୍ଣ୍ଣ ନାଳ ପାର ହୋଇ ମେଡିକାଲ ଆସିବାକୁ ସଂଘର୍ଷ କରୁଛନ୍ତି...

ହୋଟେଲ ଶିଳ୍ପ ସ୍ଥାଣୁ

ଢେଙ୍କାନାଳ ଅଫିସ, ( ରତନ ନାୟାର ) ୨୪।୮: ପର୍ଯ୍ୟଟନରେ ପୁଞ୍ଜି ପ୍ରବାହର ଆଶା ବଢ଼ାଏ ହୋଟେଲ ଶିଳ୍ପ। ହୋଟେଲ ଶିଳ୍ପର ବିକାଶ ଟୁରିଜମ୍‌ ଭବିଷ୍ୟତକୁ ଦେଇଥାଏ ନୂଆ ଦିଶା। ଉନ୍ନତମାନର ରହଣି ସୁବିଧା, ଆତିଥ୍ୟରେ ଆକୃଷ୍ଟ ହୋଇ ଆସୁଥିବା ପର୍ଯ୍ୟଟକ...

କ୍ଷେତକୁ ନିଅଣ୍ଟ ସାର

ଅନୁଗୋଳ ଅଫିସ, ୨୪।୮: ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ସାର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲାର ଚାଷୀ। ପଛେଇ ଯାଇଥିବା ଚାଷକୁ ଆଗେଇ ନେବା ପାଇଁ ସେମାନଙ୍କ ନିକଟରେ ସାର ହିଁ ଏକମାତ୍ର ବିକଳ୍ପ ରହିଛି। କିନ୍ତୁ...

ହାତୀର ସ୍ମୃତିରେ ‘ହାତୀ ମୀନାର’: ପର୍ଯ୍ୟଟନ ମାନ୍ୟତାକୁ ଅପେକ୍ଷା

କେନ୍ଦୁଝର, ୨୪।୮(ସ୍ବ.ପ୍ର.)-ହାତୀ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅଞ୍ଚଳର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଏକ ହାତୀର ସ୍ମୃତିରେ ହାତୀମିନାର ପ୍ରତିଷ୍ଠା କରି...

ମୂର୍ତ୍ତି ତିଆରି ନିଶାରେ ଶୁଭଶ୍ରୀସୋନମ

ବନ୍ତ, ୨୪।୮(ଡି.ଏନ.ଏ.)-ପାଠ ପଢିବା ସହିତ ଚିତ୍ର ଆଙ୍କିବା ଓ ମୂର୍ତ୍ତି ତିଆରି କରିବାରେ ନିଜକୁ ହଜାଇ ଦେଇଛନ୍ତି ଶୁଭଶ୍ରୀ ସୋନମ ରାଜ। ତାଙ୍କର ପ୍ରତିଭାକୁ ବିକାଶ କରାଇବା ଲାଗି ଲକ୍‌ଡାଉନ ସୁଯୋଗ ଆଣିଦେଇଛି ବୋଲି ସେ କୁହନ୍ତି। ଶୁଭଶ୍ରୀଙ୍କ ଘର...

୨ କାର ମୁହାଁମୁହିଁ ଧକ୍କା: ଚାଲିଗଲା ଉଭଣୀଭାଇଙ୍କ ଜୀବନ

ପରଜଙ୍ଗ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ରବିବାର ଅପରାହ୍ନରେ ଦୁଃଖଦ ଦୁର୍ଘଟଣାରେ ୨ ଭଉଣୀଭାଇଙ୍କ ଜୀବନ ଯାଇଛି। ଏଥିରେ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂତ୍ରରୁ...

ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ସ୍ବାମୀର ଆତ୍ମହତ୍ୟା

ବିଜେପୁର,୨୩।୮ (ଡି.ଏନ.ଏ.)-ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ ନୂଆଁଖାଇର ଗୋଟିଏ ଦିନ ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଛି ା ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ସ୍ତ୍ରୀ ଓ ୧୨ବର୍ଷର ଝିଅକୁ ଜୋରଜବରଦସ୍ତ ବିଷ...

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ, ରାସ୍ତାଘାଟ ଶୂନ୍‌ଶାନ

ଗଞ୍ଜାମ,୨୩ା୮(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ମହାମାରୀ ଗଞ୍ଜାମ ସହରରେ ସାମାନ୍ୟ କମିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଶନି ଓ ରବିବାର ଦୁଇଦିନ ଶଟ୍‌ଡାଉନ୍‌ ଘୋଷଣା ବଳବତ୍ତର ରହିଛି। ଶଟ୍‌ଡାଉନ୍‌ ଯୋଗୁ ଗଞ୍ଜାମ ସହର ଜନଶୂନ୍ୟ ହୋଇପଡ଼ିଛି l...

ଠେଙ୍ଗାରେ ପିଟିପିଟି ଜନ୍ମଦାତାଙ୍କ ଜୀବନ ନେଲେ ପୁଅ

ଦେବଗଡ଼,୨୩ା୮(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ଜନ୍ମଦାତାଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଗୋବିନ୍ଦ ମୁଣ୍ଡା(୬୦) ଓ ତାଙ୍କ ପୁଅ ଅମୂଲ୍ୟ(୩୫) ଘରକୁ ଫେରିବା ପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri