ଆମ ଜିଲା ଖବର

ସମୁଦ୍ରରେ ଇଲିଶି ତଲାସି

ଭୋଗରଇ, ୨୦।୮(ଡି.ଏନ.ଏ.)-ଶ୍ରାବଣ ଶେଷ ହୋଇ ଭାଦ୍ରବ ହେଲାଣି। ତଥାପି ଜାଲରେ ଧରାପଡୁନି ଆଶାନୁରୂପ ଇଲିଶି। ମୌସୁମୀର ଅନିୟମିତତା ଯୋଗୁ ଚଳିତବର୍ଷ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀମାନେ ଆଶା ଆଶଙ୍କାରେ ରହିଛନ୍ତି। ତଥାପି ମତ୍ସ୍ୟଜୀବୀମାନେ ଆଶା ଛାଡ଼ିନାହାନ୍ତି। ବାଲେଶ୍ୱର ଉପକୂଳ ଉଦୟପୁର,...

୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ

ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍‌ କଟକଣା ମଧ୍ୟରେ ଏହି ପୂଜା ଆୟୋଜନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ...

କାର୍‌ରେ ପ୍ରେସ୍‌ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଫୁଲବାଣୀ ଅଫିସ, ୧୯ା୮- କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି କରାଯାଉଛି। ବିନା ପାସ୍‌ରେ ଗାଡିଗୁଡିକୁ ଛଡା ଯାଉନାହିଁ। ଏଭଳି ସ୍ଥିତିରେ ମଧ୍ୟ ଗଞ୍ଜେଇ...

ନୂଆପଡ଼ା ଏଡିଏମ୍‌ କରୋନା ଆକ୍ରାନ୍ତ

ନୂଆପଡ଼ା ଅଫିସ,୧୯ା୮-ନୂଆପଡ଼ା ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଜଣକ ପରେ ଜଣେ ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ସଂକ୍ରମଣର ଶିକାର ହେଉଛନ୍ତି। ଅତିରିକ୍ତ ଜିଲାପାଳ (ରାଜସ୍ବ) ରୁଦ୍ରମାଧବ ମହାରଣା କରୋନା ସଂକ୍ରମିତ ହୋଇଥିବା ଜିଲା...

ନକଲି ମହିଳା ଆଇପିଏସ୍‌ ଅଫିସର ଗିରଫ

ରାଉରକେଲା ଅଫିସ, ୧୯।୮-ରାଉରକେଲା ଉଦିତନଗର ପୋଲିସ ମଙ୍ଗଳବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଧରିଛି। ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହି ମହିଳା ଜଣକ ହେଲେ ଶର୍ମିଷ୍ଠା ବେହେରା। ବୁଧବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର...

ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର: ହାଇକୋର୍ଟ

କଟକ ଅଫିସ,୧୯ା୮-ହୋମଗାର୍ଡମାନଙ୍କ ଭତ୍ତା ବୃଦ୍ଧି କରି ରାଜ୍ୟ ସରକାର ସେମାନଙ୍କୁ ଦୈନିକ ୫୩୩ ଟଙ୍କା ଦିଅନ୍ତୁ। ସେମାନଙ୍କ ମଜୁରିକୁ ନେଇ ହାଇକୋର୍ଟ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତିନି ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ...

କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏସ୍‌ସିବି ମେଡିକାଲ ଆଇସୋଲେଶନର ଓ୍ବାର୍ଡରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ...

ଜାଣନ୍ତୁ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ କ’ଣ କୁହନ୍ତି କେନ୍ଦୁଝର ଜିଲା ଟପ୍ପର

କେନ୍ଦୁଝର,୧୯।୮(ସ୍ବ.ପ୍ର.): ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ତେବେ କେନ୍ଦୁଝର ଜିଲାରେ ପାସହାର ୬୫.୯୪ ପ୍ରତିଶତ ରହିଛି। ତେବେ ସ୍ଥାନୀୟ କେନ୍ଦୁଝର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ବିଷ୍ଣୁ ପରିଡା ରାଜ୍ୟରେ ୧୩ ତମ ସ୍ଥାନ ଗ୍ରହଣ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୧୫ ଜଣଙ୍କ ନାମରେ ମାମଲା

ଭଣ୍ଡାରିପୋଖରୀ,୧୯।୮(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ଅନ୍ତର୍ଗତ ପଞ୍ଚାୟତ କୁଲନା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଛି। ଏଥିରେ ୩ ପରିବାରର ୫ ଜଣ ଆହତ ହୋଇଥିଲେ।...

ବାଲି ଟ୍ରକ ଅଟକାଇ ଡକାୟତି ମାମଲା: ବୋମା, ଖଣ୍ଡା ଜବତ; ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଚାନ୍ଦପୁର ଛକ ପତ୍ରଚୁଡି ଗ୍ରାମ ନିକଟରେ ୨ଟି ବାଲି ବୋଝେଇ ଟ୍ରକକୁ ଅଟକାଇବା ସହ ଚାଳକଙ୍କୁ ମାଡ଼ ମାରି ଡକାୟତି ମାମଲାରେ କେ.ନୂଆଗାଁ ଥାନା ପୋଲିସ ବୁଧବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ...

ଲଗାଣ ବର୍ଷା : କୋରାପୁଟ ଜିଲାରେ ଭାଙ୍ଗିଲା ୬୭ ଘର

କୋରାପୁଟ,୧୯।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ଏ ନେଇ ଜିଲାରେ ୬୭ଟି ଘର ଭାଙ୍ଗିଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ଏଥିମଧ୍ୟରେ ୬୬ଟି ଘର ଆଂଶିକ ଭାବେ ଭାଙ୍ଗିଥିବାବେଳେ...

କେନ୍ଦୁଝର ଡି. ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟପ୍ପର କେତେ ମାର୍କ ରଖିଛନ୍ତି ଜାଣନ୍ତୁ

କେନ୍ଦୁଝର,୧୯।୮(ସ୍ବ.ପ୍ର.): ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ତେବେ କେନ୍ଦୁଝର ଜିଲାରେ ପାସହାର ୬୫.୯୪ ପ୍ରତିଶତ ରହିଛି।  ସ୍ଥାନୀୟ ଧରଣୀ ଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବୋଳ ୭୬ ଜଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri