ଆମ ଜିଲା ଖବର

କୋଭିଡ୍‌ ନିୟମ ପାଳନ କରାଯାଇ ଉଡ଼ାଗଲା ତ୍ରିରଙ୍ଗା

ଡାବୁଗାଁ,୧୫ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରାଯାଇ ସାମାଜିକ ଦୂରତା...

ଚାରା ଲଗାଇ ସ୍ବାଧିନତା ଦିବସ ପାଳିଲେ ଯୁବଗୋଷ୍ଠୀ

କଣ୍ଟାପଡା,୧୫।୮(ଡି.ଏନ୍‌.ଏ.)-ସମଗ୍ର ଦେଶରେ ଶନିବାର ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଣ୍ଟାପଡା ବ୍ଲକ ଛେଦା ଗ୍ରାମର ଯୁବଗୋଷ୍ଠୀ ସାମାଜିକ ଦୂରତ୍ୱରଖି କଣ୍ଟାପଡା ତହସିଲ ପରିସରରେ ୧୦୫୦ଟି ଚାରା ରୋପଣ କରି ସ୍ବାଧୀନତା ଦିବସ ପାଳନ କରିଛନ୍ତି।...

ଲଗାଣବର୍ଷାରେ ଭାସିଗଲେ ୪, ଚାଳ ଉପରେ ଆଶ୍ରୟ ନେଲେ ୭ ଶ୍ରମିକ

ଭୁବନ,୧୫ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମୟ ହୋଇଯାଇଛି। ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ହୋଇଥିବାରୁ ରାମିଆଳ, ପାଣ୍ଡରା ବ୍ରାହ୍ମଣୀ ନଦୀର ପାଣି ବଢ଼ିଥିଲା। ଫଳରେ ଶନିବାର ଭୁବନକୁ କାମାକ୍ଷାନଗରକୁ ଗମନାଗମନ ବିଚ୍ଛିନ୍ନ...

ଚାଙ୍ଗୁ ଗାଁ ୪୮ ଘଣ୍ଟା ଶଟ୍‌ଡାଉନ୍‌

ଚୌଦ୍ୱାର,୧୫ା୮(ଡି.ଏନ୍‌.ଏ.) : କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ପଞ୍ଚାୟତ ଚାଙ୍ଗୁ ଗାଁକୁ ୪୮ଘଣ୍ଟା ଅର୍ଥାତ୍‌ ଶନିବାର ସନ୍ଧ୍ୟା ୫ଟାରୁ ସୋମବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ। ଉକ୍ତ ଗ୍ରାମରେ ଆଜି...

ଭୁଜାଲି ଦେଖାଇ ନେଇଗଲେ ୪୫ ହଜାର ଟଙ୍କା

ନୟାଗଡ଼ ଅଫିସ/ଓଡଗଁା,୧୫ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ଦରପଦା-ଓଡଗଁା ରାସ୍ତାର ଆମ୍ବେରାପୁର ପୋଲ ନିକଟରେ ଶନିବାର ଜଣେ ମହିଳା ଜିଆରଏସ୍‌ଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୪୫ହଜାର ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଓଡଗଁା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ...

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ: ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ବାଲିକୁଦା, ୧୫ା୮(ଡି.ଏନ.ଏ.): ୫୫ନଂ. ଜାତୀୟ ରାଜପଥର ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ବାରିଲୋ ନିକଟରେ ଶନିବାର ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପୁଷ୍ପକ କାଣ୍ଡି ଓ ଅନ୍ୟଜଣେ ତାଙ୍କ ବନ୍ଧୁ। ଉଭୟଙ୍କ ଘର ଏରସମା...

ମା’ ସମଲେଶ୍ୱରୀ ପୀଠରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼ ଅଫିସ,୧୫ା୮ : ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ୨୨ ତାରିଖ ଶନିବାର ରାତ୍ରିର ନିଶାର୍ଦ୍ଧ ପରେ ଏବଂ ୨୩ ତାରିଖ ରବିବାର ସକାଳ...

କୋରାପୁଟ ଜିଲାରେ କରୋନା ସ୍ଥିତି ଉଦ୍‌ବେଗଜନକ: ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ ପାର

କୋରାପୁଟ,୧୫।୮(ସ୍ବପ୍ର)-କୋରାପୁଟ ଜିଲାରେ ଦିନକୁ ଦିନ କରୋନାସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଶନିବାର ଜିଲାରେ ସର୍ବାଧିକ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କୋରନା ଯୋଦ୍ଧା ରହିଛନ୍ତି। ଏହାକୁ...

ମାଲକାନଗିରିରେ ୧୧୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି,୧୫ା୮: ଶନିବାର ମାଲକାନଗିରି ଜିଲାରେ ୭୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଜିଲାରେ ଆଜି ସୁଦ୍ଧା ମୋଟ୍‌ ୧୧୫୬ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗୋଟିଏ ପଟେ ଜିଲାରେ ପ୍ରବଳ ବର୍ଷା...

ସାମାଜିକ ଦୂରତା ରକ୍ଷା କରି ଉତ୍ତୋଳନ ହେଲା ପତାକା

ଲାଠୋର,୧୫।୮(ଡି.ଏନ.ଏ)- ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରସନ୍ନ ଦାସଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ରକ୍ଷା କରି ସ୍ବାଧିନତା...

ନିଆରା ଢଙ୍ଗରେ ପାଳିତ ହେଲା ସ୍ବାଧୀନତା ଦିବସ

ଚିତ୍ରଡ଼ା,୧୫ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତରେ ଯାଇଥିବା ରାଜ୍ୟ ରାଜପଥ ପାଶର୍‌ବରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର ୭୪ତମ ସ୍ବାଧୀନତା ଦିବସ ଅବସରରେ ବୃକ୍ଷରୋପଣ ଏବଂ ପରିବେଶ...

୮ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ

ରାୟଗଡ଼ା ଅଫିସ,୧୫ା୮: ରାୟଗଡ଼ାରେ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ସ୍ଥାନୀୟ ଜିିସିଡି ପଡ଼ିଆଠାରେ ଶନିବାର ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଏଥିରେ ଦକ୍ଷତା ବିକାଶ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri