ଆମ ଜିଲା ଖବର

ବରଗଡ଼ରେ ପୁଣି ୫୬ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭ଶହ

ବରଗଡ଼ ଅଫିସ୍‌,୧୧।୮: ବରଗଡ଼ ଜିଲାରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ଜିଲାରେ ପୁଣି ୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରପରିଷଦରେ ସର୍ବାଧିକ ୩୦ଜଣ ରହିଛନ୍ତି । ସେହିପରି ବରଗଡ଼...

କରୋନା ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ସରପଞ୍ଚ: ଗୋଟିଏ ଦିନ ପୂର୍ବରୁ ଉପସ୍ଥିତ ଥିଲେ ରକ୍ତଦାନ ଶିବିରରେ

କୋରୁକୋଣ୍ଡା,୧୧।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ସରପଞ୍ଚ ବଂଶୀଧର ମୁଦୁଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ (ଫେସ୍‌ବୁକ୍‌) ପୋଷ୍ଟ କର ଜଣାଇଛନ୍ତି॥ ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ...

ଭଦ୍ରକ ଜିଲାର ଜଣେ ବିଡିଓଙ୍କୁ କରୋନା: ଜାଣନ୍ତୁ ସେ କେଉଁ ବ୍ଲକର

ପଦ୍ମପୁର:(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଡିଓ, ସାମାଜିକ ନିରାପତ୍ତା ଅଧିକାରୀ, ଓ ଜଣେ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ବ୍ଲକର ସମସ୍ତ କର୍ମଚାରୀ ଭୟଭୀତ ହୋଇପଡିଛନ୍ତି। ମଙ୍ଗଳବାର ସମସ୍ତଙ୍କର ସ୍ବାବ ଟେଷ୍ଟ ହେବ ବୋଲି...

ମାଲିକ ନ କଲେ ଆଣ୍ଟିଜେନ ଟେଷ୍ଟ, ସିଲ୍‌ ହେବ ଦୋକାନ

ଗଞ୍ଜାମ,୧୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ଗଞ୍ଜାମ ସହରରେ ଥିବା ସମସ୍ତ ଦୋକାନ ମାଲିକମାନେ ଆଣ୍ଟିଜେନ ଟେଷ୍ଟ କରିବା ନିମନ୍ତେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ପରାମର୍ଶ ଦେଇଛନ୍ତି l...

ଭଗବାନଙ୍କୁ ବି ଛାଡିଲେନି ଦୁର୍ବୃତ୍ତ: ମଉଁନେଇ ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ,୧୧।୮(ଡି.ଏନ୍‌.ଏ ): ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଅବସ୍ଥିତି ମା’ ମଉଁନେଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତମାନେ ମନ୍ଦିରର ପାର୍ଶ୍ୱ ଦରଜା ତାଲାଭାଙ୍ଗି ଭିତରେ ପଶି ମା’ଙ୍କ ହୁଣ୍ଡିରୁ ସବୁ ଟଙ୍କା ନେଇଯାଇଛନ୍ତି। ସକାଳୁ ପୂଜକ...

ଝାରସୁଗୁଡାରୁ ଗୋଟିଏ ଦିନରେ ସର୍ବାଧିକ ୬୭ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲାରୁ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ପଜିଟିଭଙ୍କୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲରେ ଶିଶୁକନ୍ୟା ଜନ୍ମ

ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲା କୋଭିଡ୍‌ ହସ୍ପିଟାଲରେ ସୋମବାର ରାତିରେ ଜଣେ ପ୍ରସୁତି ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ପ୍ରସୁତି ମହିଳାଜଣଙ୍କ କରୋନାରେ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିଶ୍ୱଜିତ

ପୁରୀ ଅଫିସ,୧୧।୮: ବୟସ ମାତ୍ର ୧୯। ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିପାରିଛନ୍ତି ପୁରୀ କୁମୁଟିପାଟଣାର ବିଶ୍ୱଜିତ ନାୟକ। ଆଇସ୍‌କ୍ରିମ୍‌ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ବିଶ୍ୱଜିତ ଏହି କୃତିତ୍ୱ...

ଦଣ୍ଡବତ ଯାତ୍ରାରେ ସନ୍ଥ: ବିଶ୍ୱର ମଙ୍ଗଳ ପାଇଁ ରାଜସ୍ଥାନରୁ ପୁରୀ

ନୟାଗଡ଼ ଅଫିସ,୧୧।୮: ବିଶ୍ୱର ମଙ୍ଗଳ କାମନା ସହ ଭାରତରେ ଶାନ୍ତି ପ୍ରତିଷ୍ଠା ପାଇଁ ରାମସିଂ ଭଗତ ନାମକ ଜଣେ ସନ୍ଥ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦଣ୍ଡବତ ଯାତ୍ରାରେ ବାହାରିଛନ୍ତି। ୧୫ରୁ ୨୦ ଦିନ ଭିତରେ ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ଦର୍ଶନ...

ଗରିବ ପରିବାରରେ କରୋନା ଦୁର୍ଦ୍ଦଶା: ଭୋକ ଉପାସରେ ୩ ନାବାଳକ

ବାରିପଦା ଅଫିସ,୧୧।୮: ମୟୂରଭଞ୍ଜ ଜିଲାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଯେଉଁ ଗରିବ ପରିବାରରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲା ବାରିପଦା ମ୍ୟୁନସିପାଲିଟି ଅଧୀନ ୧୬ନଂ....

ରାସ୍ତା, କୋଠାବାଡ଼ି କାମର ସମୀକ୍ଷା

ପୁରୀ ଅଫିସ,୧୧।୮: ପୁରୀ ସର୍କିଟ ହାଉସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସୋମବାର ପୂର୍ତ୍ତ ବିଭାଗର ଖୋର୍ଦ୍ଧା ଓ ପୁରୀ ଖଣ୍ଡର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ରାସ୍ତା ଓ କୋଠାବାଡ଼ି ନିର୍ମାଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି...

ଅନିଶ୍ଚିତତାରେ ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ

ପୁରୀ ଅଫିସ,୧୧।୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ଓ ପରମ୍ପରାକୁ ଅଧିକ ସୁଦୂରପ୍ରସାରୀ ତଥା ଲୋକାଭିମୁଖୀ କରିବା ପାଇଁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଇଣ୍ଟରପ୍ରିଟେଶନ ସେଣ୍ଟର (ବ୍ୟାଖ୍ୟାନ କେନ୍ଦ୍ର)ର ପରିକଳ୍ପନା କରାଯାଇଛି। ଓଡ଼ିଶା ତଥା ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri