ଆମ ଜିଲା ଖବର

କଳାହାଣ୍ଡିର ଗୌରବ: ୟୁପିଏସ୍‌ସିରେ ସଫଳ ହେଲେ ଅଙ୍କିତ-ରାହୁଲ

କେସିଙ୍ଗା,୪।୮(ଡି.ଏନ୍‌.ଏ.): ୟୁପିଏସ୍‌ସି ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ। ୟୁପିଏସ୍‌ସିରେ କଳାହାଣ୍ଡି ଜିଲାରୁ ୨ ଜଣ ସଫଳତା ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। କେସିଙ୍ଗାର ରାହୁଲ ଗୋଏଲ ୧୬୮ ନଂ ର଼୍ୟାଙ୍କ୍‌ ପାଇଥିବାବେଳେ ଭବାନୀପାଟଣାର ଅଙ୍କିତ ଶଙ୍କର ମିଶ୍ର ୨୯୪ ନଂ ର଼୍ୟାଙ୍କ୍‌ରେ...

କଟକରୁ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମାଲଗୋଦାମ ଅଞ୍ଚଳରୁ ଅଛନ୍ତି ସର୍ବାଧିକ, ଜାଣନ୍ତୁ…

କଟକ ଅଫିସ,୪।୮: କଟକରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ସହରରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୮୨କୁ ବୃଦ୍ଧି ପାଇଛି। ସେଥିରୁ ୫୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ...

୩ ଦିନ ବୈରଖପାଲି ପଞ୍ଚାୟତ ଶଟଡାଉନ

ବିଜେପୁର,୪।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ପଞ୍ଚାୟତର ସାଧୁପାଲିରେ ଜଣେ ୪୦ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସରପଞ୍ଚ ଟଙ୍କଧର ସାହୁ ମଙ୍ଗଳବାରରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରିଛନ୍ତି।

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହିର୍ବିଭାଗ ୨ ଦିନ ଶଟଡାଉନ

ବନ୍ତ,୪।୮(.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ଓ ବୁଧବାର ୨ ଦିନ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ବହିର୍ବିଭାଗକୁ ଶଟଡାଉନ ଘୋଷଣା କରାଯାଇଛି ।

ବରଗଡ଼ରେ କୋହଳ ହେଲା କଟକଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାରରୁ କରୋନା କଟକଣାକୁ କୋହଳ କରାଯାଇଛି। ଏ ନେଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଏଣିକି ଜିଲାର ସମସ୍ତ ବ୍ୟବସାହିକ ପ୍ରତିଷ୍ଠାନ ଅର୍ଥାତ୍‌ ଦୋକାନ,...

କରୋନା ଯୋଦ୍ଧା ଏଏସ୍‌ଆଇଙ୍କର କରୋନାରେ ମୃତ୍ୟୁ: ଗାର୍ଡ ଅଫ୍‌ ଅନର ଦେଲା ଗଞ୍ଜାମ ପୋଲିସ

ଛତ୍ରପୁର, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ତାରସିଂ ଥାନାର କରୋନା ଯୋଦ୍ଧା ଏଏସ୍‌ଆଇ ଶିବରାମ ଦାଶଙ୍କର ସୋମବାର କରୋନାରେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଛତ୍ରପୁର ଠାରେ ତାଙ୍କର ପାର୍ଥିବ ଶରୀରକୁ ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି।...

ଭଣ୍ଡାରିପୋଖରୀରୁ ୩ ପଜିଟିଭ ଚିହ୍ନଟ: ରହଣିଆ ପଞ୍ଚାୟତର ୩ ୱାର୍ଡ ୭ ଦିନ ଶଟ୍‌ଡାଉନ

ଭଣ୍ଡାରିପୋଖରୀ,୪।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରୁ ମଙ୍ଗଳବା ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରହଣିଆ ପଞ୍ଚାୟତ ରାଣିଗଡ଼ିଆ ଗ୍ରାମରୁ ୨ ଜଣ ରହିଥିବା ବେଳେ ଆକୁଲିକଣା ଗ୍ରାମରୁ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଏହା ପରେ...

ବରଗଡ଼ରେ ପୁଣି ୧୦ କରୋନା ପଜିଟିଭ୍‌: ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାର ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭ ବିଶିପଡ଼ାର ଜଣେ, ୱାର୍ଡ ନଂ-୨ ମେହେରପଡ଼ାର ୭ଜଣ, ବିଜେପୁର ବ୍ଲକ ସାଧୁପାଲି ଗ୍ରାମର...

କଟାପାଲିର ୨ଯୁବକ କରିବେ ପ୍ଲାଜମା ଦାନ

ବରଗଡ଼ ଅଫିସ୍‌,୪।୮: କରୋନା(କୋଭିଡ୍‌-୧୯)ରୁ ଆରୋଗ୍ୟ ଲାଭକରି ମଙ୍ଗଳବାର ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ଦୁଇଜଣ ଯୁବକ ପ୍ଲାଜମା ଦାନ କରିବେ। ସେମାନେ ହେଲେ, ରବୀନ୍ଦ୍ର ସାହୁ ଓ ଉମେଶ ଦାଶ । ଯୁବକମାନଙ୍କ ଏଭଳି ବଦାନ୍ୟତା ଯୋଗୁ ମଙ୍ଗଳବାର...

ମହାରଣା ସେବକଙ୍କ ଚେତାବନୀ: ପାଉଣା ନ ଦେଲେ ରଥ ଖୋଲିବୁନି

ପୁରୀ ଅଫିସ,୪୮: ଚଳିତବର୍ଷ ତିନିରଥ ଭଙ୍ଗା ନ ଯାଇ ସଂରକ୍ଷଣ କରାଯିବ । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ତିନିରଥକୁ ରଖାଯିବ । ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ପରେ ରଥ ଖୋଲା କାମ ଜାରି...

ଅମାନବୀୟ ଘଟଣା: ଯୁବକଙ୍କୁ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ, ପାଣି ମାଗିବାରୁ ପରିସ୍ରା ପିଆଇଲେ

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି। ବିବାହିତାଙ୍କ ସହ ସମ୍ପର୍କ ରଖିବାକୁ ନେଇ ୧୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଜଣେ ଯୁବକଙ୍କୁ ଅଧା ଲଣ୍ଡା କରାଇବା ସହ ଜୋତାମାଳ...

ଶେରଗଡ଼ରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୭୭; ସୁସ୍ଥ ହେଲେଣି ୨୫୪, ୨ ମୃତ

ଶେରଗଡ଼, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶେରଗଡ଼ ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ତେବେ ବିଗତ ୪ମାସ ମଧ୍ୟରେ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri