ଆମ ଜିଲା ଖବର

ବ୍ଲକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ କରୋନା

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ଡ.ବୃନ୍ଦା ଡି. ଟୁଇଟ କରି ଜଣାଇଛନ୍ତି । ମଙ୍ଗଳବାର ଜିଲାରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।...

ପ୍ଲାଜମା ନେଇ ଗଞ୍ଜାମ ଜିଲାର ୩ କରୋନା ଆକ୍ରାନ୍ତ ସୁସ୍ଥ: ଶୁଭେଚ୍ଛା ଜଣାଇଲେ ଜିଲାପାଳ

ଛତ୍ରପୁର,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ପ୍ଲାଜମା ଥେରାପି ପରେ...

ପ୍ରବାସୀଙ୍କ ଅର୍ଥ ହଡ଼ପ କରି ବନ୍ଧାହେଲେ ସରପଞ୍ଚ, ପିଇଓଙ୍କ ସ୍ବାମୀ

ବାସୁଦେବପୁର/ପଦ୍ମପୁର,୨୮ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆଶୁଣି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ୨ ହଜାର ଟଙ୍କା ମଧ୍ୟରୁ ଶହେ ଟଙ୍କା କମ୍‌ କରି ୧୯ଶହ ଟଙ୍କା ଦେବା ଘଟଣାରେ ଚୂଡ଼ାମଣି...

ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌, ୩ ଦିନ ଲକ୍‌ଡାଉନ ହେବ ଗଜପତି ଜିଲା

ଗଜପତି,୨୮।୭(ଡି.ଏନ୍‌.ଏ.): ଗଜପତି ଜିଲାରେ ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌ ଓ ୩ ଦିନ ଲକ୍‌ଡାଉନ୍‌ ନିୟମ ଲାଗୁ ହେବ। ମଙ୍ଗଳବାର ଜିଲାରେ ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏ ନେଇ ଜିଲାପାଳ ଅନୁପମ ଶାହା ନିର୍ଦ୍ଦେଶ ଦେଇଥିବା...

ଅଡ଼େଇ ଲକ୍ଷ ଟଙ୍କାର ଶାଗୁଆନ ଗଣ୍ଡି ସହ ଗାଡ଼ି ଜବତ

ବୁଗୁଡ଼ା,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନବିଭାଗ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଠଣାପଲୀ ନିକଟରେ ଗୋଟିଏ ଟାଟାଏସି ଗାଡି ସହିତ ସେଥିରେ ଥିବା ଅଢେଇ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଣ୍ଡି ଜବତ ହୋଇଛି। ଦଖିଣ...

ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ପୋଲିସ ତଥା ପ୍ରଶାସନ ପକ୍ଷରୁ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ...

ଚାନ୍ଦବାଲି ଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ଭଦ୍ରକ ଅଫିସ/ ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସଦର ଆରଆଇ ସୁବ୍ରତ ମଳିକଙ୍କୁ ମଙ୍ଗଳବାର ଭଦ୍ରକ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆରଆଇ ସୁବ୍ରତ ପଣସପଡା ଗ୍ରାମର କିଶୋର କୁମାର ପଣ୍ଡାଙ୍କ ଠାରୁ ଲିଗାଲ ହେୟାର ସାର୍ଟିଫିକେଟ କରିଦେବା...

ଗଞ୍ଜାମରେ ଆଇଏଏସ୍‌, ଓଏଏସ୍‌ ଅଧିକାରୀଙ୍କୁ କାଉନ୍‌ସିଲିଂ କଲେ ଦିଲ୍ଲୀର ମନସ୍ତତ୍ତ୍ୱ ପ୍ରଫେସର

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅଣାୟତ ଆଡ଼କୁ ଗଲାଣି। କରୋନା ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ ଜ଼ିଲାର ଆଇଏଏସ୍‌, ଓଏଏସ୍‌ ତଥା ବରିଷ୍ଠ ଅଧିକାରୀମାନେ ରାତି ଦିନ କାର୍ଯ୍ୟ କରୁଛନ୍ତି। ସେମାନେ କରୋନା ମୁକାବିଲା କାର୍ଯ୍ୟ...

ବରଗଡ଼ ଜିଲାରୁ ୧୦ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮୬

ବରଗଡ଼ ଅଫିସ, ୨୮।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଅତାବିରା ଏନ୍‌ଏସିର କଣ୍ଟେନମେଣ୍ଟ ଅଞ୍ଚଳରୁ ସର୍ବାଧିକ ୯ ଜଣ ରହିଥିବା ବେଳେ ଅନ୍ୟଜଣକ ବରଗଡ଼ ପୌର ପରିଷଦ ଅଧୀନ...

ଏଥର ଭଦ୍ରକରୁ ଚିହ୍ନଟ ପଜିଟିଭ୍‌ ସ୍ଥାନୀୟ ଅଞ୍ଚଳର

ଭଦ୍ରକ ଅଫିସ,୨୮।୭: ଭଦ୍ରକ ଜିଲାରେ ମଙ୍ଗଳବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୯ ଛୁଇଁଛି। ତେବେ ୨ ଚିହ୍ନଟ ସ୍ଥାନୀୟ ଅଞ୍ଚଳ ବୋଲି ସୂଚନା ମିଳିଛି। ଉଭୟଙ୍କ ମଧ୍ୟରୁ...

କେନ୍ଦୁଝରରେ କୋଭିଡ୍‌ ନିୟମ ଉଲ୍ଲଂଘନ: ନର୍ସ ଚାକିରି ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭିଡ଼

କେନ୍ଦୁଝର, ୨୮।୭ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କୋଭିଡ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ମେଡିକାଲ ଭିତରକୁ ପ୍ରବେଶ କରୁଥିବା ଲୋକଙ୍କ ତାପମାତ୍ରା ରେକର୍ଡ କରିବା ସହ ଆବଶ୍ୟକତା ନ ଥିଲେ...

କେନ୍ଦୁଝରରୁ ୭୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୭୩୦

କେନ୍ଦୁଝର, ୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ କରୋନା ସ୍ଥିତ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି। ଏଥିମଧ୍ୟରୁ ୪୩୬ ଜଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri