ଆମ ଜିଲା ଖବର

ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍‌

ସରଣ୍ଡା,୨୭।୭( ଡି.ଏନ୍‌.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ ପଜିଟିଭ ହୋଇଥିବା ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହାପରେ ଅତାବିରାରେ...

କୋଭିଡ୍‌ ନିୟମ ଉଲ୍ଲଂଘନ: ଏକତା ମାର୍କେଟ, ଅପର୍ତିବିନ୍ଧା ଛକର ୬ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୨୭।୭: କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ୬ଟି ଦୋକାନକୁ ସିଲ୍‌ କରାଯାଇଛି। ଏ ନେଇ ଉପଜିଲାପାଳ ପିତାମ୍ବର ସାମଲ ସୂଚନା ଦେଇଛନ୍ତି। ଏକତା ମାର୍କେଟ ଓ ଅପର୍ତିବିନ୍ଧା ଛକରେ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଅଟକ

ଧାମନଗର, ୨୭।୭(ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଉକ୍ତ ଅଞ୍ଚଳର ଜଣେ ଯୁବକ ବଳାତ୍କାର କରିଛନ୍ତି। ଏ ନେଇ ସୋମବାର ସକାଳେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଅଭିଯୁକ୍ତ ଯୁବକଙ୍କୁ...

ସାମାଜିକ ଦୂରତା ମାନୁନାହାନ୍ତି ପରିବା ଦୋକାନୀ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୨୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ସରକାର ଓ ପ୍ରଶାସନ ସାମାଜିକ ଦୂରତା, ମାସ୍କ ବ୍ୟବହାର ନିମନ୍ତେ ବାରମ୍ବାର ସଚେତନ କରି ଆସୁଛନ୍ତି l କିନ୍ତୁ...

ଚିଲିକାରେ ୭ ଦିନ ବନ୍ଦ ହେଲା ଭସାପୋଲ

କୃଷ୍ଣପ୍ରସାଦ,୨୭ା୭(ଡି.ଏନ୍‌.ଏ.): ଚିଲିକାରେ ୭ ଦିନ ପର୍ଯ୍ୟନ୍ତ ଭସାପୋଲ ଏବଂ ଡଙ୍ଗାକୁ ବନ୍ଦ କରିଦିଆଯାଇଛି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିଦିନ ହେବ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଗତ ୨୪ ତାରିଖରେ ୨୨...

ଭଦ୍ରକ ପୌରପାଳିକାର ୧୨ଟି ଓ୍ବାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭଦ୍ରକ ଅଫିସ,୨୭ା୭: ଭଦ୍ରକ ପୌରପାଳିକାର ୧୧ଟି ଓ୍ବାର୍ଡକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ପଦକ୍ଷେପ ନିଆ ଯାଇଥିବା ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୌରପାଳିକାର ୩୦ଟି ଓ୍ବାର୍ଡ ମଧ୍ୟରୁ ୩, ୬,...

ବରଗଡ଼ରୁ ୨୩ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬ରେ ପହଞ୍ଚିଲା

ବରଗଡ଼ ଅଫିସ,୨୭।୭: ବରଗଡ଼ ଜିଲାରୁ ସୋମବାର ୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆତାବିରା ଏନ୍‌ଏସିର କଣ୍ଟେନ୍‌ମେଣ୍ଟ ଅଞ୍ଚଳରୁ ୨୧ଜଣ ରହିଥିବା ବେଳେ ଅନ୍ୟ ୨ ଜଣ ବରଗଡ଼ ବ୍ଲକ କଟାପାଲି ଅବରୋଧ ଅଞ୍ଚଳର।...

ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା: ମେଡିସିନ, ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର ବନ୍ଦ

ଝାରସୁଗୁଡ଼ା ଅଫିସ,୨୭ା୭: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହା ପରେ ତୁରନ୍ତ ମେଡିସିନ ବିଭାଗ, ରେଜିଷ୍ଟ୍ରେଶନ କାଉଣ୍ଟର ଏବଂ ଓପିଡି ବନ୍ଦ କରାଯାଇଛି। ୩ ଦିନ ପାଇଁ...

ଭଦ୍ରକରେ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୭ା୭: ସୋମବାର ଭଦ୍ରକ ଜିଲାରୁ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।...

ଏଥର ହ୍ବାଟ୍‌ସଆପ୍‌ରେ ଅଭିଯୋଗ: ନମ୍ବର ଜାରି କଲା କଟକ ପୋଲିସ

କଟକ ଅଫିସ,୨୭।୭: ଥାନାକୁ ଯିବା ଆଉ ଦରକାର ପଡ଼ିବ ନାହିଁ। ଏବେ ହ୍ବାଟ୍‌ସଆପ୍‌ ନମ୍ବରରେ ଅଭିଯୋଗ କରିହେବ। ପ୍ରଦତ୍ତ ନମ୍ବରରେ ମେସେଜ କଲେ ପୋଲିସ ତଦନ୍ତ ଆରମ୍ଭ କରିବ। ଏଭଳି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି କଟକ ପୋଲିସ।...

୫୦ ହେକ୍ଟର ଚାଷଜମି ପଡ଼ିଆ

ରଘୁନାଥପୁର,୨୭।୭(ଡି.ଏନ.ଏ.): ଶାଖା କେନାଲରେ ପାଣି ନ ଆସିବାରୁ ୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡିଛି। ଏହାଛଡ଼ା କଟକ-ପାରାଦୀପ ରେଳ ଲାଇନ ତଳେ ଯାଇଥିବା କେନାଲରେ ଉପରୁ ମେଟାଲ ଖସି ପୋତି ହୋଇପଡିଥିବାରୁ ପାଣି ମାଡିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି...

ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତର ନାହାନ୍ତି, ରୋଗୀସେବା ଠପ

ରାହାମା,୨୭।୭(ଡି.ଏନ୍‌.ଏ): କୁଜଙ୍ଗ ବ୍ଲକ ରାହାମା ଅଧୀନ ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୫ ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ୧୯୯୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri