ଆମ ଜିଲା ଖବର

ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା ବେଳେ ଚମ୍ପଟ ମାରିଥିବା ସୂଚନା ମିଳିଛି। କଏଦୀ ଜଣକ ହେଲେ ବହଳଦା ବ୍ଲକ...

ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ,୨୫ା୭ : : ଚଳିତମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଶନିବାର ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଫଳାଫଳ କେବେ ପ୍ରକାଶ ପାଇବ ନିର୍ଦ୍ଦିଷ୍ଟ...

ପ୍ରବାସୀଙ୍କୁ ୨୦୦୦ ବଦଳରେ ୧୯୦୦ ଦେବା ଅଭିଯୋଗ: ପିଇଓ ନିଲମ୍ବିତ

ପଦ୍ମପୁର,୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆସୁଣି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଚିନ୍ମୟୀ ପଣ୍ଡାଙ୍କୁ କୋଭିଡ୍‌ ଗାଇଡ୍‌ ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି। ଏ ନେଇ ଚିଠି ନଂ ୩୫୫/୨୪/୭/୨୦ରେ ତାଙ୍କୁ ଚାନ୍ଦବାଲି ବ୍ଲକରେ...

ବରଗଡ଼ରେ ଡାକ୍ତର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ବରଗଡ଼ ଅଫିସ,୨୫।୭: ବରଗଡ଼ ଜିଲାରେ କାର୍ଯ୍ୟରତ ୩ ଡାକ୍ତରଙ୍କୁ ଜିଲା ବାହାରକୁ ବଦଳି ଆଦେଶ ନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜିଲା ମୁଖ୍ୟ ଡାକ୍ତରଖାନା ସମେତ ଅନ୍ୟ...

କରୋନାରେ ଆଖି ବୁଜିଲେ ଗଞ୍ଜାମର ଜଣେ ଏଏସ୍‌ଆଇ

କୋଦଳା,୨୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ। ଭଞ୍ଜନଗର କୋର୍ଟରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ରବିନ୍ଦ୍ର ନାଥ ବେହେରା(୫୫)ଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚାରିଦିନ ପୂର୍ବରୁ ଏଏସ୍‌ଆଇ ଅସୁସ୍ଥ ଅନୁଭବ କରିବାରୁ ସେ...

ଯୁବତୀଙ୍କୁ ହତ୍ୟା କରି ଚିଲିକା କୂଳରେ ପୋତିଦେବା ଅଭିଯୋଗ

ବ୍ରହ୍ମଗିରି,୨୫।୭(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ଉଦ୍ଧାର କରାଯାଇ ନ ଥିବା ସୂଚନା ମିଳିଛି। ତେବେ...

ଜି ଉଦୟଗିରି ସହର ଶଟ୍‌ଡାଉନ୍‌: କଚେରୀ ସାହି, ବସ୍‌ଷ୍ଟାଣ୍ଡ ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨୫।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଆଦେଶ କ୍ରମେ ଜିଲାକୁ ୪ ଦିନିଆ ଶଟ୍‌ଡାଉନ କରାଯାଇଛି। ଜି ଉଦୟଗିରି ସହର ମଧ୍ୟ ଶଟ୍‌ଡାଉନ ଯୋଗୁ...

ମାଲକାନଗିରିରେ ପ୍ରଥମ ମୁଣ୍ଡ ନେଲା କରୋନା: ସମ୍ମାନର ସହ ଦାହ କଲା ପ୍ରଶାସନ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପ୍ରଥମ କରୋନା ମୃତ୍ୟୁ ହୋଇଛି। ମାଲକାନଗିରି ସଦର ମହକୁମା ସ୍ଥିତ ପୁରୁଣା ପୋଷ୍ଟ ଅଫିସ ସାହିର ଜଣେ ବ୍ୟକ୍ତିଙ୍କ ମାଲକାନଗିରି କୋଭିଡ୍‌ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଛି। ସେ କରୋନା ଆକ୍ରାନ୍ତ...

ବରଗଡ଼ରୁ ୩ ହାଇଦ୍ରାବାଦ ଫେରନ୍ତାଙ୍କ ସମେତ ୧୪ ନୂଆ କରୋନା ପଜିଟିଭ ଚିହ୍ନଟ

ବରଗଡ଼ ଅଫିସ,୨୫।୭: ବରଗଡ଼ ଜିଲାରୁ ଶନିବାର ପୁଣି ୧୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩ଜଣ ବରଗଡ଼ ଜିଲାର ହୋଇଥିବାବେଳେ ଅନ୍ୟ ଜଣେ କଳାହାଣ୍ଡି ଜିଲା ଭବାନୀପାଟଣାର। ତେବେ ବରଗଡ଼ର ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ...

ପୁରୀ @ ୫୮୬: ଦିନକରେ ସର୍ବାଧିକ ରେକର୍ଡ, ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୫।୭: ପୁରୀ ଜିଲାରୁ ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର ତିନିଗୁଣା ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇବା ପରେ ଜିଲାର ମୋଟ...

କୋଭିଡ୍‌ ନିୟମ ଉଲ୍ଲଂଘନ: ଅମାନିଆଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ଝାରସୁଗୁଡା ଅଫିସ,୨୫।୭: କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି। ଜିଲାର ବିଭିନ୍ନ ସ୍ଥାନରେ କୋଭିଡ୍‌ କଟକଣାକୁ ମାନୁ ନ ଥିବା ତଥା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ...

ଶନିବାରରୁ କନ୍ଧମାଳ ଶଟ୍‌ଡାଉନ୍‌: ଅନୁପସ୍ଥିତ ୨ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୫।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି ା ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୭ ଦିନିଆ ବ୍ୟାଙ୍କ ପ୍ରତିଷ୍ଠାନଗୁଡ଼ିକ ବନ୍ଦ କରିଦିଆଯାଇଛି। ଏଥିସହ ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜିଲାକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri