ଆମ ଜିଲା ଖବର

ଗ୍ୟାସ୍‌ ଟାଙ୍କିରୁ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୯ ପରିବାରର ୪୦ ବଖରା

ମହାକାଳପଡ଼ା,୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିୟାମନ୍ତପୁର ଗ୍ରାମରେ ସୋମବାର ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୯ ପରିବାରର ୪୦ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ମଙ୍ଗଳବାରରୁ ୨ ଦିନ ନବରଙ୍ଗପୁର ଶଟ୍‌ଡାଉନ୍‌

ନବରଙ୍ଗପୁର,୨୦।୭(ବି.ପ୍ର.): ନବରଙ୍ଗପୁର ଜିଲାକୁ ମଙ୍ଗଳବାରଠାରୁ ୨ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୋମବାର ଜିଲାପାଳ ଡ. ଅଜିତ କୁମାର ମିଶ୍ର ଏପରି ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସକାଳ...

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆଇ ପ୍ରୋଟେକ୍ସନ ଗ୍ଲାସ

ଛତ୍ରପୁର,୨୦।୭( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିସହ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହେଉଛନ୍ତି। ସେମାନେ କାର୍ଯ୍ୟ କଲାବେଳେ ମାସ୍କ, ଗ୍ଳୋବ୍ସ, ପିପିଇ କିଟ୍‌ ଓ ଆଇ ପ୍ରୋଟେକ୍ସନ...

କଟକ ସହରରୁ ୧୬ ନୂଆ ପଜିଟିଭ ଚିହ୍ନଟ

କଟକ ଅଫିସ, ୨୦।୭: କଟକ ସହରରୁ ସୋମବାର ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ଜଣ ସରକାରୀ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଅଛନ୍ତି। ଏହାବ୍ୟତୀତ ୨ଟି ଲୋକାଲ କେସ୍‌ ରହିଛି। କଟକ...

ଗଞ୍ଜାମ ଜିଲା ରେଡ୍‌ଜୋନରେ ଚାଲିଛି ସ୍ବାସ୍ଥ୍ୟ ସ୍କ୍ରିନିଂ: ୧.୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଲାଣି ଡାକ୍ତରୀ ଟିମ୍‌ 

ଛତ୍ରପୁର, ୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ...

କାଲିଙ୍ଗା ପଞ୍ଚାୟତରେ ବାପା-ପୁଅଙ୍କୁ କରୋନା, ଗାଁ ହେଲା ସାନିଟାଇଜ୍‌

ଜି.ଉଦୟଗିରି,୨୦ା୭: କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକର କାଲିଙ୍ଗା ପଞ୍ଚାୟତରୁ ୨ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ କାଲିଙ୍ଗା ପଞ୍ଚାୟତର ତାରାବାଡ଼ି ନଦୀସାହି ସମେତ ଆଖପାଖ ଗ୍ରାମକୁ ସାନିଟାଇଜ୍‌ କରାଯିବା ସହିତ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି। ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ...

ଛତ୍ରପୁରରେ କରୋନା ସ୍ଥିତି ଅସମ୍ଭାଳ: ୩ ଦିନରେ ଚିହ୍ନଟ ହେଲେଣି ୮୭ ପଜିଟିଭ୍‌

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବ୍ଲକ ଅଧୀନ ଗ୍ରାମାଞ୍ଚଳରେ କରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜିଲା ହେଡକ୍ୱାର୍ଟରରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପ୍ରଶାସନ ପାଇଁ ଏହା ଚିନ୍ତାର...

କରୋନାକୁ ହରାଇଲେଣି ୯୫ ପୋଲିସ କର୍ମଚାରୀ: ହିରୋ କହି ପ୍ରଶଂସା କଲେ ଡିଜିପି ଅଭୟ

କଟକ ଅଫିସ,୨୦ା୭: କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ୯୫ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେଣି। ଏହି କରୋନା ଯୋଦ୍ଧାଙ୍କ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି ଡିଜି ତଥା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଜନସେବା...

ସାବତ ମା’ଙ୍କ ତଣ୍ଟିଚିପି ହତ୍ୟା କଲା ପୁଅ

ନବରଙ୍ଗପୁର,୨୦ା୭(ବି.ପ୍ର.): ନବରଙ୍ଗପୁର ଗାଦବାଗଡ଼ା ସ୍ବାମୀ ବିକେକାନନ୍ଦ ବିଦ୍ୟାଳୟ ନିକଟରେ ରହୁଥିବା ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ଏକ ଗାମୁଚା ସାହାଯ୍ୟରେ ସାବତ ମାଆ ରୁନି ମହାପାତ୍ର(୫୦)ଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି। ସେ ନିଜେ ପୋଲିସ ନିକଟରେ ଏହା ସ୍ବୀକାର...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ହାବିଲଦାର: ପ୍ରଶଂସା କଲେ ଏସ୍‌ପି

ବାରିପଦା ଅଫିସ,୨୦ା୭: ମୟୂଭର ଜିଲା ଉଦଳା ଥାନାର ହାବିଲଦାର କାରୁହରୀ ମାଝୀ କରୋନାକୁ ହରାଇ ସୋମବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ଏସ୍‌୍‌ପି ପି. ସ୍ମିତ ପରମାର୍‌ ଟୁଇଟ୍‌କରି ତାଙ୍କର ପ୍ରଂଶସା କରିଛି। ପ୍ରକାଶ ଯେ, କାରୁହରୀ...

ବରଗଡ଼ରେ ଡାକ୍ତରଙ୍କ ସମେତ ୨୨ ଜଣଙ୍କୁ କରୋନା

ବରଗଡ଼ ଅଫିସ,୨୦ା୭: ବରଗଡ଼ ଜିଲାରେ ସୋମବାର ପୁଣି ୨୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ଜିଲା ପୌରାଞ୍ଚଳର ୭ଜଣ, ବରଗଡ଼ ବ୍ଲକ କଟାପାଲି ଗ୍ରାମର ୧୩ଜଣ, ଅତାବିରା ଓ ସୋହେଲା ଅଞ୍ଚଳର ଜଣେ ଲେଖାଏ...

ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୮୧

ଭଦ୍ରକ ଅଫିସ, ୨୦।୭: ରାଜ୍ୟରେ ସୋମବାରୁ ୬୭୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲାରୁ ରହିଛନ୍ତି ୫୮ଜଣ। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକ ଜିଲାରେ ମୋଟ ସଂଖ୍ୟା ପହଞ୍ଚିଛି ୩୮୧ରେ। ଜିଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri