ଆମ ଜିଲା ଖବର

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଥାନାରେ ୨ ଅଟକ

ଡେରାବିଶ,୧୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କେସ୍‌ ନଂ- ୧୬୧/୨୦ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯିବା...

ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିରେ ଗ୍ୟାସ ଦୁର୍ଘଟଣା: ପୁଅ ମୃତ, ବାପା ଗୁରୁତର

ବାଙ୍କୀ, ୧୮।୭(ଡି.ଏନ୍‌.ଏ)- କଟକ ଜିଲା ବାଙ୍କୀ ଚର୍ଚ୍ଚିକାସାହିରେ ଥିବା ଏକ ଆଇସ୍‌କ୍ରିମ୍‌ ଫ୍ୟାକ୍ଟିରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ପୁଅ ସ୍ମୃତିରଞ୍ଜନ ସୁବୁଦ୍ଧି(୨୫)ଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ସୁଶାନ୍ତ(୫୧) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ...

ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୭୨ ଘଣ୍ଟା ଶଟ୍‌ଡାଉନ୍‌

ଠାକୁରମୁଣ୍ଡା,୧୮ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶନିବାର ମଧ୍ୟାହ୍ନରୁ ୨୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ୍‌...

ଦୁର୍ଦ୍ଦାନ୍ତ ଅପରାଧୀ ଜଗାଙ୍କୁ ହତ୍ୟା: ଡମ୍ପର ଜବତ, ୩ ଅଟକ

ଭୋଗରାଇ,୧୮ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଖୁରନ୍ତିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ ରତନ ଦାସ(୨୮)ଙ୍କୁ କେତେକ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ ଡମ୍ପର ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଛି। କମର୍ଦ୍ଦା ପୋଲିସ ଶନିବାର ସକାଳେ...

ମାର୍କେଟ୍‌ ଗଲେ ମାଡ଼, ଘରେ ପରିବା ବିକୁଛନ୍ତି ଚାଷୀ

ରାଇକିଆ,୧୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ଏବଂ ଏହାର ଆଖପାଖ ୧୩ଟି ଗ୍ରାମ ଗତ ୮ ଦିନ ହେଲା କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା ପରେ କଡ଼ା କଟକଣା ମଧ୍ୟରେ ରହିଛି। ଲୋକଙ୍କୁ ବାହାରକୁ ବାହାରିବା ମନା। ଦୋକାନ ବଜାର, ଯାନବାହନ...

ମାଲକାନଗିରିରେ କରୋନା: ଆଜି ଚିହ୍ନଟ ହେଲେ ୮ ଆକ୍ରାନ୍ତ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୮ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳର ଚାରିଜଣ ହୋଇଥିବା ବେଳେ ସେଥିମଧ୍ୟରୁ ତିନିଜଣ ଅନ୍ୟଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ଏବଂ ଜଣେ ଗୃହ ସଂଗରୋଧରେ...

ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦ ଶଟ୍‌ଡାଉନ୍‌ ଘୋଷଣା

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ପୌର ପରିଷଦରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦକୁ ଶଟଡାଉନ୍‌ ଘୋଷଣା କରା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ...

ଘର ଦୁଆରକୁ ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ କରୁଛନ୍ତି ଡାକ୍ତରୀ ଟିମ୍‌: ସହଯୋଗ କରିବାକୁ କହିଲେ ସ୍ବତନ୍ତ୍ର ଏଡିଏମ୍‌

ଛତ୍ରପୁର, ୧୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସହରାଞ୍ଚଳରେ ଘର ଦୁଆରେ ଡାକ୍ତରୀ ଟିମ୍‌ ତଥା ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପହଞ୍ଚି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରୁଛନ୍ତି। ଏହି ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂରେ ଉକ୍ତ ଟିମ୍‌କୁ ସହଯୋଗ କରିବା ସହ...

ମାଲକାନଗିରି ୧୦ ଡାକ୍ତରଙ୍କୁ ଗଞ୍ଜାମ ବଦଳି: ଏଭଳି ଚେତାବନୀ ଦେଲା ଜିଲା କଂଗ୍ରେସ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲାରେ ଗଞ୍ଜାମକୁ ଗଣାଯାଉଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ ଥିବାରୁ ରାଜ୍ୟ ସରକାର ମାଲକାନଗିରି ଜିଲାରୁ ୧୦ ଜଣ ଡାକ୍ତରଙ୍କୁ ଗଞ୍ଜାମକୁ ବଦଳି...

କରୋନାକୁ ହରାଇ ପୁଣି କାର୍ଯ୍ୟରେ ଯୋଗଦେଲେ ବିଡିଓ: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବିଡିଓ ନାଗଭୂଷଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ସେ କରୋନାକୁ ହରାଇ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେ ଏକ ଭିଡିଓ ବାର୍ତ୍ତା...

ବଢୁଛି କରୋନା କାୟା: କଟକରୁ ଆଉ ୧୧ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୮।୭: କଟକ ସହରରେ ଶନିବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୬ଜଣ, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୩ଜଣ, ଲୋକାଲ କେସ୍‌ ୨ଜଣ ଅଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା...

ଲକ୍‌ଡାଉନ କଟକଣା ଉଲ୍ଲଂଘନ: ମାସ୍କ ନ ପିନ୍ଧି ୧ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର, ୧୮।୭: ଗଞ୍ଜାମ ଜିଲାରେ କରୋନା ପଜିଟିଭ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଏବେ ଜିଲାରେ ବିସ୍ଫୋରକ ସ୍ଥିତି ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ କଟକଣାକୁ ଜୋରଦାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri