ଆମ ଜିଲା ଖବର

ଦାରିଙ୍ଗବାଡ଼ିରେ ବନ୍ଦ ହେଲା ବ୍ୟାଙ୍କ

ଦାରିଙ୍ଗବାଡ଼ି,୧୭।୭(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ପରେ ସ୍ଥାନୀୟ ତହସିଲଦାର ବ୍ୟାଙ୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ କାର୍ଯ୍ୟରତ କର୍ମଚାରୀଙ୍କୁ ୭ ଦିନ ପାଇର୍ଁ ନିଜ...

ଗଞ୍ଜାମରେ କୋଭିଡ୍‌ ପରିଚାଳନାରେ ସରକାର, ପ୍ରଶାସନ ବିଫଳ: ଭାଜପା

ଛତ୍ରପୁର,୧୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ କୋଭିଡ୍‌ ପରିଚାଳନା ଓ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ଭାଜପା ପକ୍ଷରୁ ଶୁକ୍ରବାର ଛତ୍ରପୁରଠାରେ ଅନୁଷ୍ଠିତ ଖବରଦାତା...

ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ଥିଲେ ସ୍ବାମୀ: ବିସ୍ଫୋରକ, ବାରୁଦ ସାମଗ୍ରୀ ବୋଝେଇ ଗାଡ଼ି ସହ ପଡିଲେ ଧରା

ଯୋଡ଼ା,୧୭।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ରଣାଶାଳ ଘାଟି ନିକଟରୁ ଗୁରୁବାର ଯୋଡ଼ା ପୋଲିସ ବିସ୍ଫୋରକ ଓ ବାରୁଦ ସାମଗ୍ରୀ ବୋଝେଇ ଏକ ଗାଡିକୁ ଜବତ କରିଛି। ଏଥିରେ ସମ୍ପୃକ୍ତ...

ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା ସ୍ବାବ୍‌ ଟେଷ୍ଟ

ପୁରୁଷୋତ୍ତମପୁର, ୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହି କ୍ରମରେ ପୁରୁଷୋତ୍ତମପୁର ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶୁକ୍ରବାର ଏନ୍‌ଏସିର ବିଭିନ୍ନ ୱାର୍ଡରୁ ୨୫ଜଣ ପଜିଟିଭ...

କେନ୍ଦୁଝରରେ ଆକ୍ରାନ୍ତ ହେଲେ ୩ କରୋନା ଯୋଦ୍ଧା

କେନ୍ଦୁଝର,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ କରୋନା ଯୋଦ୍ଧା ଅଛନ୍ତି। ଅବଶିଷ୍ଟ ୧୪ ଜଣ ପୂର୍ବରୁ କରନା ସଂକ୍ରମିତଙ୍କ ସଂସ୍ପର୍ଶରେରେ...

ମାଲକାନଗିରିରେ ୫୪ ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା

କୋରୁକୋଣ୍ଡା,୧୭।୭(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ଜିଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାର ସର୍ବାଧିକ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ମାଲକାନଗିରି ଜିଲାପାଳ ଟୁଇଟ୍‌ କରି ଜଣାଇଛନ୍ତି। ମାଲକାନଗିରି...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ କରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଫୁଲସୁନ୍ଦରୀ ସାହିର ସହକାରୀ ଶିକ୍ଷକ ବଂଶୀଧର ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଜଣାଇଛନ୍ତି। ସେ ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ...

ରାଇକିଆରୁ ଜଣେ କରୋନା ଯୋଦ୍ଧା ସମେତ ୪ ପଜିଟିଭ ଚିହ୍ନଟ

ରାଇକିଆ,୧୭।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲାରୁ ଶୁକ୍ରବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ ରାଇକିଆ ବ୍ଲକର। ତିନି ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ରାଇକିଆ ଥାନାର କରୋନା ଯୋଦ୍ଧା ବୋଲି...

ଗଞ୍ଜାମର ୯ ସହରରୁ ଉଠିଲା ଶଟ୍‌ଡାଉନ୍‌: ରାତି ୯ରୁ ଲାଗୁ ହେବ ଲକ୍‌ଡାଉନ୍‌

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲାର ୯ଟି ସହରରେ ୨୧ ତାତିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଶଟ୍‌ଡାଉନ୍‌କୁ...

ବରଗଡ଼ ଜିଲାରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଲା

ବରଗଡ଼ ଅଫିସ,୧୭ା୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଏହାକୁ...

ଭିଡିଓ କଲିଂ ହେଲା କାଳ, ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଲେ ଫାର୍ମାସୀ ଛାତ୍ର

ଦେବଗଡ଼,୧୭ା୭(ଡି.ଏନ୍‌.ଏ.): ସହରସ୍ଥିତ ପ୍ରଧାନପାଟ ଜଳପ୍ରପାତ ଉପରେ ଥିବା ୧ ନଂ. କୁଣ୍ଡରେ ଭିଡିଓ କଲିଂ କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ଜଣେ ଫାର୍ମାସୀ ଛାତ୍ର । ସୂଚନାଯୋଗ୍ୟ, ପ୍ରଧାନପାଟ ଜଳପ୍ରପାତ ଉପରେ ଥିବା ୧ ନମ୍ବର କୁଣ୍ଡରେ ଭିଡିଓ କଲିଂ...

ପାଳନ ହେଉନି କୋଭିଡ୍‌-୧୯ ନିୟମ

ପାରାଦୀପ,୧୭।୭(ସ୍ବ.ପ୍ର.): କରୋନା ଭୂତାଣୁ ଏବେ ହୁହୁ ହୋଇ ବଢ଼ିଚାଲିଛି। ଫଳରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଛି। କିନ୍ତୁ ଏହାରି ଭିତରେ ପାରାଦୀପ ମାଛଧରା ବନ୍ଦରରେ ମାଛ ଉତ୍ପାଦନ ଆରମ୍ଭ ହୋଇଛି। ପ୍ରାୟ ୧୧୫ ମାଛଧରା ଟ୍ରଲର ସମୁଦ୍ରକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri