ଆମ ଜିଲା ଖବର

ପଜିଟିଭ୍‌ ଚିହ୍ନଟ ପରେ ସାନିଟାଇଜ ହେଲା ରାଇକିଆ

ରାଇକିଆ,୧୧ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହରରୁ ଶୁକ୍ରବାର ୨ଜଣ ପଜିଟିଭ୍‌ ଚିହ୍ନଟ ପରେ ଶନିବାର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲୋକାଲ କେସ ହୋଇଥିବାରୁ ରାଇକିଆ ସମେତ ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବିଭିନ୍ନ ସ୍ଥାନରେ...

ଗଞ୍ଜାମ ବଡ଼ମାଧପୁରରେ କରୋନା ସ୍ଥିତି ଅସମ୍ଭାଳ

ଛତ୍ରପୁର, ୧୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଡ଼ମାଧପୁରଠାରେ ୫୧ ଜଣଙ୍କ ଆଣ୍ଟିଜେନ୍‌ ଟେଷ୍ଟିଙ୍ଗ କରାଯାଇଛି। ଏଠାରେ ଏପରି ଟେଷ୍ଟିଂ ପ୍ରଥମ ବୋଲି ଜଣାପଡିଛି। କରୋନା ପଜିଟିଭ୍‌ କେସ୍‌ ବୃଦ୍ଧି ହେଉଥିବାରୁ ଲକ୍ଷଣ ଥିବା ଲୋକଙ୍କୁ ଚି଼ହ୍ନଟ କରଯାଇଥିଲା। ଏମାନଙ୍କର...

କରୋନାରେ ଆଖି ବୁଜିଲେ ଦିଗପହଣ୍ଡି ବିଜୁ ଯୁବ ବାହିନୀ ସଦସ୍ୟ

ଦିଗପହଣ୍ଡି,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସାନଦାଣ୍ଡ ସାହି ନିବାସୀ ତଥା ବିଜୁ ଯୁବ ବାହିନୀ ସଦସ୍ୟ ଏମ. ଶିବରାମଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ଗତ କିଛିଦିନ ହେଲା ସେ ଜ୍ବରରେ ସଂକ୍ରମିତ ହୋଇ ଔଷଧ ସେବନ କରୁଥିଲେ। ଗୁରୁବାର...

କଟକରେ କରୋନା କାୟା: ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ

କଟକ ଅଫିସ,୧୧।୭: କଟକ ସହରରେ ଶନିବାର ଆଉ ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌, ୫ ହୋମ୍‌ କ୍ୱାରାଣ୍ଟାଇନ୍‌ , ଜଣେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି)...

ଜଗତ୍‌ସିଂହପୁରବାସୀଙ୍କୁ ଟୁଇନ୍‌ ସିଟି ମନା

ଭୁବନେଶ୍ୱର, ୧୧।୭(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ ଜଗତ୍‌ସିଂହପୁରବାସୀଙ୍କୁ ଟୁଇନ୍‌ସିଟି କଟକ, ଭୁବନେଶ୍ୱର ଯିବାକୁ ବାରଣ କରାଯାଇଛି। ଏ ନେଇ ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶନିବାର ଜିଲାବାସୀଙ୍କୁ ପରାମର୍ଶ...

ପୁରୀ ସେବାୟତଙ୍କ ୩ୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୧୧।୭: ଶେଷ ହୋଇଛି ରଥଯାତ୍ରା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ରଥଯାତ୍ରା କିଭଳି ଭାବେ ସମ୍ପର୍ଣ୍ଣ ହୋଇଛି ସେ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏଥିପାଇଁ ପୁଣି ଥରେ ରଥଯାତ୍ରାରେ ନିୟୋଜିତ ହୋଇଥିବା ସେବାୟତମାନଙ୍କର...

ବୁଗୁଡ଼ାରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ: ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଲା

ବୁଗୁଡା, ୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବୁଗୁଡା ବ୍ଲକରୁ ଶନିବାର ପୁଣି ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ...

୧୩ ଜିଲାବାସୀଙ୍କୁ ମାଲକାନଗିରି ମନା

କୋରୁକୋଣ୍ଡା, ୧୧।୭(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏ ନେଇ ସବୁ ଜିଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ମାଲକାନଗିରି ଜିଲାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ...

ଶାଢ଼ି ଦୋକାନରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଚାନ୍ଦବାଲି,୧୧ା୭(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରସ୍ଥିତ ଭାଗ୍ୟଲକ୍ଷ୍ମୀ ଫେଶନ୍‌ ଶାଢ଼ି ଦୋକାନର ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନରେ ଥିବା ସବୁ ଶାଢ଼ି ଓ ଅନ୍ୟାନ୍ୟ କପଡ଼ା ସାମଗ୍ରୀ ପୋଡ଼ ପାଉଁଶ ହୋଇଯାଇଛି। ସକାଳୁ ଦୋକାନରୁ...

ଗଞ୍ଜାମ, ଯାଜପୁର ଫେରନ୍ତାଙ୍କୁ ଅନୁଗୋଳ ମନା: ଜିଲାପାଳ

ଅନୁଗୋଳ ଅଫିସ,୧୧।୭: ଅନୁଗୋଳ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି। ଏଥିରେ ରୋକ ଲଗାଇବା ପାଇଁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ନୂତନ...

ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବିଡ଼ିଓ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଉକ୍ତ ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ସେଥିମଧ୍ୟରୁ ପ୍ରାୟ ୧୯ଜଣ...

ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ନିୟନ୍ତ୍ରଣ ଅଛି: ତହସିଲଦାର

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ମହାମାରୀ କରୋନା ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l ରାଜ୍ୟର ଅନ୍ୟ ଜିଲାଠାରୁ ଗଞ୍ଜାମ ଜିଲାରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି ଏହି ଭୟାଭୟ କରୋନା। ଏଠାରେ ଦୈନଦିନ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ବାହାରୁଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri