ଆମ ଜିଲା ଖବର

ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର କରୋନା ପଜିଟିଭ ଚିହ୍ନଟ

ପୁରୁଷୋତ୍ତମପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କର ସ୍ବାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ବୁଧବାର ରାତିରେ ତାଙ୍କୁ କୋଭିଡି ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଇ ଦିଆଯାଇଛି।...

ଦିନକରେ ୯୫ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୭କୁ ବୃଦ୍ଧି

ଛତ୍ରପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗୁରୁବାର ଦିନକରେ ୯୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୭କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୧୦୪୧ ଜଣ ସୁସ୍ଥ ହୋଇଥିବା ବେଳେ ୫୧୦...

କରୋନା ନେଲା ଆଉ ଏକ ମୁଣ୍ଡ: ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଛତ୍ରପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ମୃତକ ଜଣକ ୪୯ ବର୍ଷୀୟ ପୁରୁଷ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର...

ଝାରସୁଗୁଡ଼ା ଟିପିଏସ୍‌ଏଲ୍‌ କାରଖାନାରେ ବ୍ଲାଷ୍ଟିଂ

ଝାରସୁଗୁଡା ଅଫିସ,୨।୭- ଝାରସୁଗୁଡା ଲହଣ୍ଡାବୁଡ଼ସ୍ଥିତ ଟିପିଏସ୍‌ଏଲ୍‌ କାରଖାନାର ଏକ ମେଶିନ ଗୁରୁବାର ବ୍ଲାଷ୍ଟ ହୋଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ୭ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ...

ବିନା ଭକ୍ତରେ ତିନି ଠାକୁରଙ୍କ ସୁନାବେଶ

ଜି.ଉଦୟଗିରି,୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଜଗନ୍ନାଥ ମନ୍ଦିରରେ ଗୁରୁବାର ବିନା ଭକ୍ତରେ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଭୋଗ ମଣ୍ଡପରେ ସକାଳର ରୀତିନୀତି ପରେ ସୁନାବେଶ କରାଯାଇଛି । ପୂଜକ ଅଚୁତ୍ୟ ପଣ୍ଡା, ଚନ୍ଦ୍ର କାନ୍ତ...

ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଲା

ବରଗଡ଼ ଅଫିସ,୨ା୭: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଗୁରୁବାର ଅତାବିରାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୫୦ ବର୍ଷୀୟା ମହିଳା...

ଗଞ୍ଜାମ ଜିଲାପାଳଙ୍କ ଶେରଗଡ଼ ବ୍ଲକ ଗସ୍ତ: କହିଲେ ଜୁଲାଇ ମାସରେ ସତର୍କ ରହିବାକୁ ପଡ଼ିବ

ଶେରଗଡ଼,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଭୋରରୁ ଶେରଗଡ଼ ବ୍ଲକ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ବ୍ଲକ ସମ୍ମୁଖରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳ ସରପଞ୍ଚମାନଙ୍କୁ ନିଜ ପଞ୍ଚାୟତର ସମସ୍ତ ୱାର୍ଡରେ ଗୋଟିଏ ଲେଖାଏ...

ବାହାଘର ଭୋଜି ଚାଲିଥିବା ବେଳେ ନୟାଗଡ଼ ଜିଲାପାଳଙ୍କ ଚଢ଼ାଉ: ଆଦାୟ କଲେ ୨୦ ହଜାର ଜରିମାନା

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଗୋଡ଼ିପଲ୍ଲୀ ଗାଁରେ ବୁଧବାର ଏକ ବାହାଘର ଭୋଜି ଚାଲିଥିବା ବେଳେ ଜିଲାପାଳ ପୋମା ଟୁଡୁ ଚଢ଼ାଉ କରିଛନ୍ତି। ବିବାହ ଭୋଜିରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିବା ବେଳେ ସାମାଜିକ ଦୂରତ୍ୱ...

ଗୋବିନ୍ଦପୁର ବଡ଼ପୋଖରୀରେ ଗାଧୋଇବାକୁ ବାରଣ କଲେ ତହସିଲଦାର: ପୂରା ଗ୍ରାମ ବୁଲି କଲେ ଅନୁରୋଧ

ଶେରଗଡ଼,୨।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ପ୍ରତିଦିନ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଶେରଗଡ଼ ପରିବା ବଜାରକୁ ନିର୍ଜନ ସ୍ଥାନକୁ...

ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ

ବୁଗୁଡ଼ା,୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନାର ୬ ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର ୫ କର୍ମଚାରୀ କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହୋଇ...

ପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ: ଘରଭାଙ୍ଗି ଖାଇଗଲେ ଧାନଚଉଳ

କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ ପଡାଙ୍ଗ ଗାଁ ଗୁହାଳପାଳ ସାହିରେ ହାତୀପଲଙ୍କ ଉପଦ୍ରବ। ଉକ୍ତ ଗାଁରେ ଥିବା ସିକନ୍ଦର ହେମରମଙ୍କ ଘରକୁ ହାତୀପଲ ଭାଙ୍ଗିରୁଜି ଦେବା ସହ ତାଙ୍କର ଧାନଚାଉଳ ମଧ୍ୟ ଖାଇଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତି...

ବଡ଼ଭଉଣୀ ସହ ମୋବାଇଲ ପାଇଁ ଝଗଡା କରି ଜୀବନ ହାରିଲେ ସାନଭାଇ

ପାଟଣା,୨।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ଗ୍ରାମରେ ଏକ ଅଭାନୀୟ ଘଟଣା ଘଟିଛି। ଗୁରୁବାର ଜଣେ ନାବାଳକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା କୁସୁମୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri