ଆମ ଜିଲା ଖବର

ଗଞ୍ଜାମରେ ଆଉ ୨ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଛତ୍ରପୁର,୨୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଜିଲାରେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ସୋମବାର ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ...

ଯାଜପୁରରେ ସାଧାରଣ ଲୋକଙ୍କୁ ଅଫିସ ମନା

ଯାଜପୁର ଅଫିସ, ୨୯।୬: ଗତ ଦୁଇ ଦିନରେ ଯାଜପୁର ଜିଲାରେ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ରହିଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ...

ବାଳସୁଧାର ଗୃହରେ ଆତ୍ମହତ୍ୟା କଲେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୨୯ା୬ : ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଜଣେ ଅନ୍ତେବାସୀ ରବିବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଏନେଇ ଥାନାଧିକାରୀ ଶାରଦା ପ୍ରସନ୍ନ ଦାସ ସୋମବାର ସୂଚନା ଦେଇଛନ୍ତି। ଅନ୍ତେବାସୀ...

ବରଗଡ଼ରେ ୩ ଅଙ୍ଗନଓ୍ବାଡ଼ି କର୍ମୀ, ଜଣେ ଆଶାକର୍ମୀଙ୍କ ସମେତ ୧୦ କରୋନା ଆକ୍ରାନ୍ତ

ବରଗଡ଼ ଅଫିସ,୨୯ା୬: ବରଗଡ଼ ଜିଲାରେ ସୋମବାର ପୁଣି ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର। ସେମାନଙ୍କ ମଧ୍ୟରେ ୩ ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଜଣେ ଆଶାକର୍ମୀ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ବରଗଡ଼...

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୯।୬: ରାଜ୍ୟରେ ସୋମବାର ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ଅଛନ୍ତି ୭ଜଣ। ଏମାନଙ୍କ ମଧ୍ୟରେ କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ ପଜିଟିଭ ରହିଛନ୍ତି। ୪ ରୋଗୀ କରୋନା...

ସାହାରପଡ଼ାରେ ସ୍ତ୍ରୀ, ସ୍ବାମୀଙ୍କୁ କରୋନା: ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଛୁଇଁଲା

ପାଟଣା,୨୯ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୋମବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ୨...

୬ ଦିନ ଶଟ୍‌ଡାଉନ୍‌ ଛତ୍ରପୁର ଏନ୍‌ଏସି

ଛତ୍ରପୁର,୨୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପଜିଟିଭ୍‌ମାନଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଜଣାପଡ଼ିଛି। ଏନେଇ ପ୍ରଶାସନର ଚିନ୍ତାବଢ଼ିଛି। ଏହାକୁ ପ୍ରତିରୋଧ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏନ୍‌ଏସିରେ ମଙ୍ଗଳବାରଠାରୁ ୫...

କଟକରେ ୨ ନର୍ସ କରୋନା ପଜିଟିଭ ଚିହ୍ନଟ: ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଲା

କଟକ ଅଫିସ,୨୯।୬: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୩୭ରେ ପହଞ୍ଚିଛି। ରବିବାର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନର ୨ ଜଣ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟା ମହିଳା...

ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରାକରିବା ପଡ଼ିଲା ମହଙ୍ଗା: ଜେଟିପି ନିଲମ୍ବିତ

ପୁରୀ ଅଫିସ, ୨୯।୬: ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରାକରିବା ଜଣେ ଜଗନ୍ନାଥ ମନ୍ଦିର ଟେମ୍ପୁଲ ପୋଲିସ(ଜେଟିପି)ଙ୍କ ପାଇଁ ମହଙ୍ଗା ପଡିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସୋମବାର ନିଲମ୍ବନ କରାଯାଇଛି। ସେ ହେଲେ ଜେଟିପି ସୁଦର୍ଶନ ସାହୁ। ମହାପ୍ରଭୁ ଏବେ...

ଜିଲାପାଳ, ସିଏସ୍‌ଓ କାର୍ଯ୍ୟାଳୟରେ ଧାନ ଗଦାଇଲେ ଚାଷୀ

ବରଗଡ଼ ଅଫିସ,୨୯ା୬: ରବି ଋତୁ ଯାଇ ଖରିଫ୍‌ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ। ଅନ୍ୟପକ୍ଷରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ମଣ୍ଡିରେ...

କରୋନା ପଜିଟିଭ୍‌ ଡାକ୍ତରଙ୍କ ସଂସ୍ପର୍ଶରେ ୬ ପରିବାର: ସଙ୍ଗରୋଧରେ ରହିଲେ ୪୦

ରସୁଲପୁର,୨୯ା୬ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଜଣେ ଦାନ୍ତ ଡାକ୍ତର ଗତ ୨୩ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ଡାକ୍ତର କଟକରେ ରହୁଥିଲେ ହେଁ...

କୋଭିଡ୍‌ କଟକଣା ଉଲ୍ଲଂଘନ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅଙ୍କ ନାଁରେ ମାମଲା ରୁଜୁ

ଝାରସୁଗୁଡ଼ା ଅଫିସ,୨୯ା୬: କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାମରେ ରବିବାର ଝାରସୁଗୁଡ଼ା ଥାନା ପୋଲିସ ଏକ ମାମଲା ରୁଜୁ କରିଛି। ଗତ କିଛିଦିନ ଧରି ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri