ଆମ ଜିଲା ଖବର

ତିରୁପତିରୁ ଫେରିଲେ ୧୨୧ ପ୍ରବାସୀ

ରାୟଗଡ଼ା ଅଫିସ, ୨୮ା୬: ତିରୁପତିରେ ଫସିଥିବା ୧୨୧ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ରବିବାର ସକାଳେ ରାୟଗଡ଼ାରେ ପହଞ୍ଚିଛି। ଏମାନେ ସମସ୍ତେ ନବରଙ୍ଗପୁର ଜିଲାର। ଲକ୍‌ଡାଉନ୍‌ ଯୋଗୁ ଏମାନେ ଫେରିପାରି ନ ଥିଲେ। ରାୟଗଡ଼ା ଜିଲା...

ଅକ୍ଷୟଙ୍କ କଣ୍ଠଶ୍ୱରକୁ ଜୀବିତ କରିଛନ୍ତି ପ୍ରଦୀପ  

ନୟାଗଡ ଅଫିସ,୨୮ା୬: ଆଧୁନିକ ସଙ୍ଗୀତର ବାଦ୍‌ଶାହା ଅକ୍ଷୟ ମହାନ୍ତି ସିନା ଏ ଦୁନିଆରେ ନାହାନ୍ତି, ହେଲେ ତାଙ୍କର ପ୍ରତ୍ୟେକଟି ଗୀତ ଆଜିବି ଶ୍ରୋତାଙ୍କ ମନରେ ଗୁଞ୍ଜରଣ ସୃଷ୍ଟି କରୁଛି। ଅନେକ କଣ୍ଠଶିଳ୍ପୀ, ଗୀତିକାର ଅକ୍ଷୟଙ୍କ ପଦାଙ୍କ ଅନୁସରଣ କରିଛନ୍ତି ସତ...

ସିଡିଏ ସେକ୍ଟର-୯ କଣ୍ଟେନ୍‌ମେଣ୍ଟ ଜୋନ୍‌: ବିପଦ ବଢ଼ାଇଲେ ଆକ୍ରାନ୍ତ ପୋଲିସ ଅଧିକାରୀ

କଟକ ଅଫିସ,୨୮ା୬-କଟକ ସିଡିଏ ସେକ୍ଟର-୯ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ମହାନନଗର ନିଗମ (ସିଏମ୍‌ସି) ରବିବାର ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ...

କୋଭିଡ ଯୋଦ୍ଧାଙ୍କୁ କରୋନା: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ୨ ନର୍ସ କରୋନା ପଜିଟିଭ୍‌

କଟକ ଅଫିସ,୨୮।୬-କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ରହିଛନ୍ତି। ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କଠାରେ ପଜିଟିଭ ଥିବା ଚିହ୍ନଟ...

ବଲାଙ୍ଗୀର ରେଳ ଷ୍ଟେଶନରେ ପହଞ୍ଚିଲେ ୧୨୬୩ ପ୍ରବାସୀ

ବଲାଙ୍ଗୀର ଅଫିସ,୨୮ା୬-ସ୍ବତନ୍ତ୍ର ଟ୍ରେନ ଯୋଗେ ତିରୁପତିରୁ ବଲାଙ୍ଗୀର ରେଳ ଷ୍ଟେସନରେ ରବିବାର ୧୨୬୩ ପ୍ରବାସୀ ଶ୍ରମିକ ପହଞ୍ଚିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସେଠାରେ ପୂର୍ବରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର...

ବୁଗୁଡ଼ାରେ ଶଟଡାଉନ୍‌ ପ୍ରଭାବ: ରାସ୍ତାଘାଟ ଶୂନଶାନ

ବୁଗୁଡ଼ା,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଜୁନ୍‌ ମାସ ପ୍ରତ୍ୟେକ ସପ୍ତାହର ଶନିବାର ଏବଂ ରବିବାର ସାରା ଜିଲାରେ ଶଟଡାଉନ୍‌ କରାଯାଉଛି। ରବିବାର ସକାଳେ...

ମାସ୍କ ପିନ୍ଧି ନ ଥିବା ୭୨ ଜଣଙ୍କଠାରୁ ୧୪ ହଜାରରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨୮।୬: ଗଞ୍ଜାମ ଜିଲାର ୪ ଦିନିଆ ଶଟଡାଉନର ଦ୍ୱିତୀୟ ଦିନରେ ଅମାନିଆଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ...

ଦୁଇଶିଶୁଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ: ଜଣଙ୍କ ଜୀବନ ଗଲା

ଛେଣ୍ଡିପଦା,୨୮ା୬(ସ୍ବ.ପ୍ର.): ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କଙ୍କରେଇ ନିକଟରେ ରବିବାର ଏକ ସ୍କର୍ପିଓ ଧକ୍କାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛି। ଏହା ସହ ଗାଡ଼ିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ମିଳିଥିବା...

ବିନା ମାସ୍କରେ ବୁଲୁଥିବା ଲୋକଙ୍କଠାରୁ ୫୪, ୨୦୦ ଜରିମାନା ଆଦାୟ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଜାରି ରହିଛି। ଏ ନେଇ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ୫୪ ହଜାର ୨୦୦ ଟଙ୍କା ଜରିମାନା ଆଦାୟ...

ପୁଣି ୪ ପୋଲିସ କରୋନା ପଜିଟିଭ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ୪ ଜଣ ପୋଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରବିବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଟୁଇଟ କରି ସୂଚନା...

୧୩୨ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ୨୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି। ଚିହ୍ନଟ ୨୫ ଜଣଙ୍କ ମଧ୍ୟରୁ ବଡବିଲ ଅଞ୍ଚଳରୁ ଗୋଟିଏ ଲୋକାଲ କେସ ରହିଛି। ସେ ଭୁବନେଶ୍ୱରର...

ଗୋଟିଏ ପରିବାରର ୩ ଭାଇଙ୍କୁ କରୋନା: ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବୁଗୁଡ଼ା,୨୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଏ. କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାରଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଖଦାଳୀ ପ୍ରଧାନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କାରଣ ସୋରଡ଼ ଗ୍ରାମରେ ଗୋଟିଏ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri