ଆମ ଜିଲା ଖବର

ବାହାରିଲା ଆଡ଼ପ ଅବଢ଼ା

ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜନ୍ମବେଦୀରେ ବିଜେ କରିବା ପରେ ଆଡ଼ପ ଅବଢ଼ା ପାଇବା ଲାଗି ଭକ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍କଣ୍ଠା ରହିଥାଏ। ଏବେ ଏହି ଉତ୍କଣ୍ଠାର ପରିସମାପ୍ତି ଘଟିଛି। ବାହାରିଛି ଆଡ଼ପ ଅବଢ଼ା। ମଙ୍ଗଳବାର ରାତିରେ ଚତୁର୍ଦ୍ଧା ବିଗ୍ରହ ଜନ୍ମବେଦୀକୁ...

ଧାନ ଉଠାଣ ଦାବିରେ ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୫।୬: ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି କରିପାରିନାହାନ୍ତି। ଏହାର ପ୍ରତିବାଦରେ ଗୁରୁବାର...

ଗଞ୍ଜାମରେ ପୁଣି ୫୮ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୮କୁ ବୃଦ୍ଧି

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଜିଲାରେ ୫୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୮କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୫୧ଜଣ...

କେନ୍ଦୁଝରରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଲା

କେନ୍ଦୁଝର,୨୫।୬: (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି ହୋଇଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଘଷିପୁରା ବ୍ଲକର...

ପୁରୁଷୋତ୍ତମପୁରରେ ବିଭିନ୍ନ ବଜାର, ବସ୍‌ଷ୍ଟାଣ୍ଡକୁ ସିଲ କଲା ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ବିଭିନ୍ନ ବଜାରକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବଡବଜାର, ପରିବା ମାର୍କେଟ ଓ ବସ୍‌ଷ୍ଟାଣ୍ଡରେ ପ୍ରବଳ ଜନଗହଳି ହେଉଥିବା ବେଳେ...

ସାହାରପଡା ବ୍ଲକରେ ଆଉ ୨ ନୂଆ ପଜିଟିଭ ଚିହ୍ନଟ: ୫ ଦିନ ଯାଏଁ ମାଛଗଡ଼ ପଞ୍ଚାୟତ ଶଟ୍‌ଡାଉନ

ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତରେ ଗୁରୁବାର ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସାହାରପଡା ବ୍ଲକରେ ପଜିଟିଭ ସଂଖ୍ୟା ୭ରେ ପହଞ୍ଚିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରର...

ଏଏସ୍‌‌ଆଇ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ,୨୫।୬: ଏଏସ୍‌‌ଆଇ ପକ୍ଷରୁ ଗୁରୁବାର ଶ୍ରୀମନ୍ଦିର ଯାଞ୍ଚ କରାଯାଉଛି। ଡାକ୍ତର ଏନ୍‌.ସି. ପାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଯାଞ୍ଚ କରୁଛନ୍ତି। ବିଶେଷକରି ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରାଯାଉଛି। ଗର୍ଭଗୃହର ପ୍ରଥମ ମହଲା ଓ ଦ୍ୱିତୀୟ ମହଲା ସହିତ...

ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ ୨୫।୬: ବାଲେଶ୍ୱର ରେଳଷ୍ଟେସନ ନିକଟସ୍ଥ ଅଙ୍ଗାରଗଡିଆ ଗେଟ୍‌ ରେଳବାଇର ଏକ ବ୍ରିଜ୍‌ କାମ ବେଳେ ଅଘଟଣ। ଗୁରୁବାର ସକାଳେ ଏକ ସ୍ଲାବକୁ ଟ୍ରାକ୍ଟରଟି ନେଇକି ଯାଉଥିବା ବେଳେ ଓଲଟି ପଡିଥିଲା। ତେବେ ଉକ୍ତ ସ୍ଲାବ ତଳେ ଚାପି...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାହାଘର

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୫ା୬ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ତେଲେନପାଲିରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ତେଲେନପାଲି ସରପଞ୍ଚ କୁନ୍ତଳା ମାଝି ଓ ତାଙ୍କ ସ୍ବାମୀ ହେମସାଗର ମାଝି ମା’ବାପା ଭାବେ ଏହି...

ଆଜିଠୁ ଭକ୍ତ ପାଇବେ ମହାପ୍ରସାଦ

ପୁରୀ ଅଫିସ,୨୫ା୬: ଜନ୍ମବେଦିରେ ମହାପ୍ରଭୁ ବିଜେ କରିବା ପରେ ଆଡ଼ପ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହୋଇଥାଏ। ସେହିପରି ଆଡ଼ପ ଅବଢ଼ା ପାଇବାକୁ ସମସ୍ତେ ଚାହିଁ ରହିଥାନ୍ତି। ହେଲେ ଏଥର ମହାମାରୀ କରୋନା ସବୁଥିରେ ବ୍ୟତିକ୍ରମ ସୃଷ୍ଟି କରିଛି।...

ଶ୍ରୀଦେବୀଙ୍କୁ ମହାପ୍ରଭୁ ଦେଇଯାନ୍ତି କଳମ ଶାଗ

ପୁରୀ ଅଫିସ,୨୫ା୬: ଘୋଷଯାତ୍ରାରେ ବାହାରିଥିବା ଦାରୁଦିଅଁ ଏବେ ଆଡ଼ପ ମଣ୍ଡପରେ। ଏପଟେ ଶ୍ରୀମନ୍ଦିର ଖଁା ଖଁା। ଏମିତି ବି ୩ ମାସରୁ ଊର୍ଦ୍ଧ୍ୱ ହେଲାଣି କରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ରନ୍ଧାଯାଉନି ଷାଠିଏ ପଉଟି। ଫାଙ୍କା ପଡ଼ିିଛି...

କୋଣାର୍କରେ ପ୍ରଥମଥର ୪ ପଜିଟିଭ୍‌

କୋଣାର୍କ,୨୫ା୬(ଡି.ଏନ୍‌.ଏ): କୋଣାର୍କରେ ପ୍ରଥମଥର ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। କୋଣାର୍କ ଏନଏସିରେ ୩ଜଣ ଓ ଏହି ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ମାଙ୍କରଗୋରଡି ଗ୍ରାମର ୧ଜଣ ପ୍ରବାସୀ ବୋଲି ଜଣାପଡ଼ିଛି। ୧୩ନଂ ୱାର୍ଡ ବେରୁହଁ ଗ୍ରାମର ୨ଜଣ ଏବଂ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri