ଆମ ଜିଲା ଖବର

ଗଞ୍ଜାମରେ ୨୬ ଖବରଦାତାଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ: ଲକ୍ଷଣ ଥିବା ୨ ଜଣଙ୍କ କୋଭିଡ୍‌ ଟେଷ୍ଟ

ଛତ୍ରପୁର,୨୧ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖବରଦାତାମାନେ ମଧ୍ୟ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କୁ ଭେଟୁଛନ୍ତି ଏହି ପରିପ୍ରେକ୍ଷୀରେ ରବିବାରଠାରୁ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲରେ ଗଞ୍ଜାମ ଜିଲାର ଖବରଦାତାମାନଙ୍କ ସ୍ବାସ୍ଥ୍ୟ...

ଗଞ୍ଜାମର ହିଞ୍ଜିଳି, ୫ ପଞ୍ଚାୟତକୁ ଜାତୀୟ ପୁରସ୍କାର: ଅଭିନନ୍ଦନ ଜଣାଇଲେ ଜିଲାପାଳ, ଡିଆର୍‌ଡିଏ ପିଡି

ଛତ୍ରପୁର,୨୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାର ହିଞ୍ଜିଳି ବ୍ଲକ ଓ ୫ ଟି ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର -୨୦୨୦ ମିଳିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆର୍‌ଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଟୁଇଟ...

ଜଗତସିଂହପୁରରେ ଗୋଟିଏ ଦିନରେ ୨୯ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୮କୁ ବୃଦ୍ଧି

ଜଗତସିଂହପୁର ଅଫିସ,୨୧ା୬: ଜଗତ୍‌ସିଂହପୁର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ରବିବାର ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୭ ଜଣ...

ସଙ୍ଗରୋଧ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଅନ୍ତେବାସୀ

ବୁଗୁଡ଼ା,୨୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାଳଶାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରବିବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର ଯୋଗାଶନ ଦ୍ବାରା...

ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଛତ୍ରପୁର,୨୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୪୯ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଟୁଇଟ...

ବିଡିଓ, ତହସିଲଦାର, ଏସ୍‌ଡିପିଓଙ୍କ ମିଳିତ ଚଢ଼ାଉ: ଅମାନିଆଙ୍କଠାରୁ ତଣ୍ଡ ଆଦାୟ

ଶେରଗଡ,୨୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଚାରି ଛକରେ ରବିବାର ବିଡିଓ, ତହସିଲଦାର ଓ ଆସିକା ଏସ୍‌ଡିପିଓ ମିଳିତ ମିଳିତ ଚଢ଼ାଉ କରିଛନ୍ତି। ଚଢ଼ାଉରେ ଅମାନିଆଙ୍କଠାରୁ ତଣ୍ଡ ଆଦାୟ ହୋଇଛି। ଅମାନିଆ ଗାଡି ଚାଳକ, ବିନା ମାସ୍କଧାରୀଙ୍କଠାରୁ ୫,୦୦୦ ଟଙ୍କାରୁ ଅଧିକ...

ପରିତ୍ୟକ୍ତ କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର

ଆଠଗଡ଼ ,୨୧।୬(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧୀନସ୍ଥ ଆଙ୍କୁଲା ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ରବିବାର ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଗ୍ରାମର ଜନୈକ ବ୍ୟକ୍ତିଙ୍କ ବିଲରେ ଥିବା ଏକ କୂଅ...

କେନ୍ଦ୍ରାପଡ଼ା ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୦୦ ଟପିଲା: ୨୦ ଦିନରେ ୧୦୦ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଅଫିସ,୨୧ା୬: କେନ୍ଦ୍ରାପଡା ଜିଲାରେ ରବିବାର ୫ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚିଛି। ଅପ୍ରେଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ୧୦୦ ଟପିବା...

ସୁପ୍ରିମକୋର୍ଟଙ୍କ ରାୟ ନେଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍‌ବେଗ: ‘ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା’

ପୁରୀ ଅଫିସ, ୨୧।୬: ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି...

ଖୋର୍ଦ୍ଧାରୁ ୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତମାନେ ବାଲୁଗାଁ, ବୋଲଗଡ଼, ବାଲିପାଟଣା, ଜଟଣୀ ବ୍ଲକର

ଖୋର୍ଦ୍ଧା ଅଫିସ,୨୧।୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୭କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲୁଗାଁ, ବୋଲଗଡ଼, ବାଲିପାଟଣା ଓ ଜଟଣୀ ବ୍ଲକରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଲୁଗାଁରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ...

ପୁରୀରୁ ୩ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୪କୁ ବୃଦ୍ଧି

ପୁରୀ ଅଫିସ,୨୧।୬: ପୁରୀ ଜିଲାରୁ ରବିବାର ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩ ଆକ୍ରାନ୍ତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ୍‌ ସଂଖ୍ୟା ୨୧୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୧୫ ଜଣ ସୁସ୍ଥ ହୋଇଥିଲା ବେଳେ...

ସୂର୍କାବାଡ଼ି ପଞ୍ଚାୟତରେ ୩ କରୋନା ପଜିଟିଭ୍‌ ଚିହ୍ନଟ: ୩ ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ; ୯୬ ଘଣ୍ଟା ରହିବ ବଳବତ୍ତର

ନୟାଗଡ଼ ଅଫିସ/ରଣପୁର,୨୧।୬(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ସୂର୍କାବାଡ଼ି ପଞ୍ଚାୟତରୁ ରବିବାର ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ସୂର୍କାବାଡ଼ି, ଠଣାପଲି ଓ ଠଣାପଲିପାଟଣା ଆଦି ୩ ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri