ଆମ ଜିଲା ଖବର

ସିଡିଏମ୍‌ଓ ସ୍ତରରେ ଅଦଳବଦଳ: ଡା. ଲକ୍ଷ୍ମୀଧର ସାହୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

କଟକ ଅଫିସ,୧୯ା୬: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ), ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର ଅଦଳବଦଳ କରାଯାଇଛି। ଏ ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ପ୍ରେସ୍‌ ବିବୃତ୍ତି ଜାରିହୋଇଛି।...

ଧାନକିଣାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

ବାରିପଦା ଅଫିସ, ୧୯ା୬-ରବି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏଥିରେ ସରକାରୀ କର୍ମଚାରୀ, ମିଲର, ଦଲାଲମାନେ ସମ୍ପୃକ୍ତ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ଚାଷୀମାନେ ଗୁରୁବାର...

ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ବିରୋଧ

ବାଲିଆପାଳ, ୧୯।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ୬ଟି ପଞ୍ଚାୟତରେ ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ସମ୍ପୃକ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଏବଂ ସମିତିସଦସ୍ୟମାନେ ବିରୋଧ କରିବା ସହିତ ତୁରନ୍ତ ଏହାକୁ ବନ୍ଦ ନ କଲେ ଆନ୍ଦୋଳନ ବ୍ୟାପକ...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ବିଏମ୍‌ସିର ୬ ଦୋକାନ ସିଲ୍‌

ବ୍ରହ୍ମପୁର ଅଫିସ,୧୯ା୬- କରୋନା ମୁକାବିଲା ନେଇ ଘୋଷିତ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ୬ ଦୋକାନକୁ ସିଲ କରିଛି ପ୍ରଶାସନ। ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗୁରୁବାର ରାମଲିଙ୍ଗମ୍‌ ଟେମ୍ପୁଲ ରୋଡ଼, ଗାନ୍ଧୀନଗର, ଚର୍ଚ୍ଚ ରୋଡ଼, ଗେଟବଜାର...

ଘରୋଇ ସଙ୍ଗରୋଧରେ ଥିବା ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ, ମୋବାଇଲ ଫୋନ ଜବତ

ବ୍ରହ୍ମପୁର ଅଫିସ,୧୯ା୬- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ପଛପଟେ ଲିଙ୍ଗରାଜ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ଯୁବକ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ହାର୍ଦ୍ଦିକ ପଟ୍ଟନାୟକ (୨୩)। ଯୁବକ ଜଣଙ୍କ...

ସୂଚନା ଫଳକରେ ସ୍ବର୍ଗତଙ୍କ ନଁ।, ନମ୍ବର

ବଅଁରପାଳ, ୧୯ା୬(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ଟାଉନଶିପ୍‌ ଥାନାକୁ ମଡେଲ ବା ଆଦର୍ଶ ଥାନା କରାଯାଇଛି। ହେଲେ ଏହା କେମିତିକା ଆଦର୍ଶ ହୋଇପାରିଛି ତାହା ଥାନାର ସୂଚନା ଫଳକକୁ ଦେଖି ଅଭିଯୋଗକାରୀମାନେ ଜାଣିପାରୁଛନ୍ତି। ଥାନା କାନ୍ଥରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା...

ବିଡୋ ପଞ୍ଚାୟତରେ ୩୨.୨୭ ଲକ୍ଷର ଦୁର୍ନୀତି

ଓଡ଼ାପଡ଼ା, ୧୯ା୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବିଡୋ ପଞ୍ଚାୟତରେ ବଡ଼ଧରଣର ଦୁର୍ନୀତି ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ସରପଞ୍ଚ ଭଗବାନ ସାହୁଙ୍କୁ ଗୁରୁବାର ଗିରଫ କରାଯାଇଛି। ଏଥିପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସୁକାନ୍ତ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ...

ଲଘୁଖଣିଜ ଚାଲାଣ ରୋକିବ ଟେକ୍ନୋଲୋଜି

ଢେଙ୍କାନାଳ ଅଫିସ, ୧୯।୬ ଢେଙ୍କାନାଳ ଜିଲାରେ ବୃଦ୍ଧି ପାଉଥିବା ବାଲି, ପଥର ଭଳି ଲଘୁ ଖଣିଜ ଚୋରା ଚାଲାଣ ରୋକିବାକୁ ଟେକ୍ନୋଲୋଜିର ସହାୟତା ନେବ ପ୍ରଶାସନ। ଏଥିଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏପରି ବେଆଇନ କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କୁ ସାବାଡ଼...

ବସ୍‌କୁ ଯାତ୍ରୀ ଅଭାବ

ଅନୁଗୋଳ ଅଫିସ, ୧୯ା୬ ଲକ୍‌ଡାଉନ ବେଳେ ଯାତ୍ରୀ ପରିବହନ ସେବା ଚାଲୁ କରିବା ନେଇ ବିଭିନ୍ନ ଆଡ଼ୁ ଦାବି ଉଠୁଥିଲା। ସମୟ ସୁବିଧା ଦେଖି ସରକାର କଟକଣା କୋହଳ କଲେ ଓ ବସ୍‌ ସେବାକୁ ଅନୁମତି ଦେଲେ। ହେଲେ ଏବେ...

ରୋଜଗାର ହରାଇଛନ୍ତି ଉଠା ଦୋକାନୀ, ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୧୯।୬- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ହୋଇଛି । ଏଥିରେ ଉଠା ଦୋକାନୀମାନେ ନିଜର ରୋଜଗାର ହରାଇଛନ୍ତି । ମାତ୍ର ପ୍ରଶାସନିକ ଅବହେଳା ଯୋଗୁ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ...

ଗତବନ୍ୟାରେ ଘର ଭାଙ୍ଗିଥିଲା, ସହାୟତା ମିଳିନି

ଦେଓଗାଁ,୧୯ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଆରଆଇ ସର୍କଲ ଅନ୍ତର୍ଗତ ଖଲିଆପାଲିର ମନ୍ଦାର ମଲ୍ଲିକ(୪୬)। ଗତବନ୍ୟାରେ ତାଙ୍କ ମାଟିଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସେହିଦିନଠାରୁ ପ୍ରାୟ ୧୦ମାସ ହେଲା ତିନି ପିଲାଙ୍କୁ ଧରି ମନ୍ଦାର ସେହି ଘରେ ରହୁଛନ୍ତି।...

ଶୋଇଥିବା ବେଳେ ପୁଅକୁ ହାଣି ହତ୍ୟାକଲେ ମା’

ଖଲ୍ଲିକୋଟ,୧୮ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଚିକିଲି ପଞ୍ଚାୟତ ଗୋପପୁର ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବାବେଳେ ପୁଅକୁ ହତ୍ୟା କରି ବାଡ଼ିପଟେ ପୋତି ଦେଇଛନ୍ତି ମା’। ଗୁରୁବାର ଅପରାହ୍ନରେ ପୋଲିସ ମାଟିଖୋଳି ମୃତଦେହ ଜବତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri