ଆମ ଜିଲା ଖବର

ବର୍ଷାରେ ଭାସିଗଲା ବାଉଁଶ ପୋଲ: ୨ ବ୍ଲକକୁ ଯୋଗାଯାଗ ବିଚ୍ଛିନ୍ନ

ରାଉରକେଲା ଅଫିସ,୧୮ା୬-ସୁନ୍ଦରଗଡ଼ ଜିଲା କୁଅଁାରମୁଣ୍ଡା ଓ ନୂଆଗଁା ବ୍ଲକ ସହ ରାଉରକେଲା ସହରକୁ ଯୋଡୁଥିବା ଅନ୍ୟତମ ଯୋଗାଯୋଗ ମାଧ୍ୟମ ବାଉଁଶ ପୋଲ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗୁରୁବାର ସକାଳେ ଭାସିଯାଇଛି। ପୋଲ ମଝି ଅଂଶରୁ ଏକ ବଡ଼ ଖଣ୍ଡ...

ତୋଟାରୁ ନରକଙ୍କାଳ ଉଦ୍ଧାର: ସଙ୍ଗରୋଧ କେନ୍ଦ୍ରରୁ ଫେରାର୍‌ ବ୍ୟକ୍ତି ସନ୍ଦେହ

ଆସିକା,୧୮ା୬(ଡି.ଏନ୍‌.ଏ.)- ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ବେଣିପଲ୍ଲି ଗ୍ରାମ ନିକଟରେ ଥିବା ଏକ ତୋଟାରୁ ଗୁରୁବାର ନରକଙ୍କାଳ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ପଡିଥିବା ପୋଷାକରୁ ଏହା ସଙ୍ଗରୋଧ କେନ୍ଦ୍ରରୁ ଖସି ପଳାଇଥିବା ଜଣେ ବ୍ୟକ୍ତିଙ୍କର ବୋଲି ସନ୍ଦେହ କରାଯାଉଛି।...

ମୃତ୍ୟୁର ଦିନକ ପରେ ରିପୋର୍ଟ ଆସିଲା ପଜିଟିଭ୍‌

ପୋଲସରା,୧୮ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଦିନକ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି। ମୃତକଙ୍କ ପରିବାର ସମେତ ମୃତଦେହ ସଂସ୍କାର କରିଥିବା ଲୋକେ ସଂକ୍ରମିତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ...

ଖଟିଆରେ ବୁହା ହେଲେ ରୋଗୀ

ଠାକୁରମୁଣ୍ଡା, ୧୮।୬(ଡି.ଏନ.ଏ.)-ଖଟିଆରେ ବୁହାହେଲା ରୋଗୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତର ଅଶନବଣି ଗାଁରେ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୨ କି.ମି ରାସ୍ତା ଖାଲ ଖମା ସହିତ କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସ...

ବାଲିଘାଟରେ ବିଧାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲେଶ୍ୱର ଅଫିସ,୧୮।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଶେଷକୃତ୍ୟ ଗୁରୁବାର ବାଲିଘାଟସ୍ଥିତ ସ୍ବର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ସକାଳ ୬ଟା ବେଳେ ତାଙ୍କର ମରଶରୀରକୁ ବାସଭବନରୁ ଏକ ଶୋଭାଯାତ୍ରାରେ ଅଣାଯାଇ ମୋତିଗଞ୍ଜ ବଜାର, ସିନେମା ଛକଦେଇ ଭାଜପା ସଦର କାର୍ଯ୍ୟାଳୟକୁ ନିଆଯାଇଥିଲା।...

ବିପୁଳ ପରିମାଣର ଗୁଟ୍‌କା ଜବତ:୨ ଭାଇ ଗିରଫ

ପୁରୁଷୋତ୍ତମପୁର,୧୮।୬(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଗୁରୁବାର ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାପାଶର୍‌ବରେ ଥିବା ଏକ ତେଜରାତି ଦୋକାନ ଉପରେ ଚଢାଉ କରି ବିପୁଳ ପରିମାଣର ଗୁଟକା ଜବତ କରିଛି। ଏହି ଘଟଣାରେ ଦୁଇ ଭାଇ ଲକ୍ଷ୍ମୀ ସାହୁ ଓ ଦିବାକର ସାହୁଙ୍କୁ...

ମୋବାଇଲ ହେଲା କାଳ: ବଡ଼ ଭାଇର ଠେଙ୍ଗା ମାଡ଼ରେ ଚାଲିଗଲା ସାନ ଭାଇର ଜୀବନ

ରାୟଗଡ଼ା ଅଫିସ,୧୮।୬-ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇର ମୃତ ହୋଇଛି। ଏଭଳି ଘଟଣା ରାୟଗଡ଼ା ଜିଲା କାଶୀପୁର ଥାନା ପଣସଗୁଡ଼ା ଗ୍ରାମରେ ଗୁରୁବାର ଦେଖିବାକୁ ମିଳିଛି। ସାମାନ୍ୟ ମୋବାଇଲ ବ୍ୟବହାରକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି...

ଗଡିବନି ବିଶ୍ୱର ସର୍ବୋଚ୍ଚ ରଥ

କେନ୍ଦୁଝର,୧୮ା୬(ସ୍ବ.ପ୍ର.)-କରୋନା କଟକଣା ପାଇଁ ଚଳିତ ବର୍ଷ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ରଥ ଗଡିବନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୁରୀ ରଥଯାତ୍ରା ଉପରେ ନିଷ୍ପତି ପରେ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା...

ନାମଫଳକକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୪ଗୁରୁତର

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧ ଜିଲା ବାଘମାରୀ ଥାନା ଅନ୍ତର୍ଗତ କୋଟପିଲା ଗ୍ରାମ ଛକରେ ଥିବା ନାମଫଳକକୁ କେନ୍ଦ୍ରକରି ଗୁରୁବାର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ କୋଟପିଲା ଗ୍ରାମର ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅରୁପ କୁମାର ଭୋଇ(୩୩),...

ଶକ୍ତିମନ୍ତ୍ରୀଙ୍କ ତାଗିଦ୍‌ ପରେ ମଣ୍ଡିରୁ ଉଠିଲା ଧାନ

ଜୁନାଗଡ,୧୮।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ବିଭିନ୍ନ ମଣ୍ଡିକୁ ଜୁନାଗଡ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ପ୍ରଥମେ ବ୍ଲକର ଚାରବାହାଲ ପରେ ଗୌଡଛେଣ୍ଡିଆ ଓ ଚିକିଲି ମଣ୍ଡି ପରିଦର୍ଶନ କରିଥିଲେ। ସେଠାରେ ସ୍ଥାନୀୟ...

ଶହୀଦଙ୍କୁ ଚନ୍ଦ୍ରକାନ୍ତଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୮ା୬(ଡ଼ି.ଏନ.ଏ)- ଚୀନ ସୈନ୍ୟଙ୍କ ସହ ସଂଘର୍ଷବେଳେ ଶହୀଦ ହୋଇଥିବା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ସହରର ବିଭିନ୍ନ ସଙ୍ଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନାଗରିକ ମଞ୍ଚ କାର୍ଯ୍ୟାଳୟରେ ସମସ୍ତ ସଦସ୍ୟ ଯୋଗ ଦେଇ ୨ ମିନିଟ ନୀରବ ପ୍ରାର୍ଥନା କରିବା...

ଚାଇନାର ହୀନ ଆକ୍ରମଣକୁ ଦୃଢ଼ ନିନ୍ଦା

ପଟ୍ଟାମୁଣ୍ଡାଇ,୧୮ା୬(ସ୍ବ.ପ୍ର.) : ପଟ୍ଟାମୁଣ୍ଡାଇ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଭାରତ ଉପରେ ଚାଇନାର ହୀନ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଏନେଇ ଗୁରୁବାର ମଧ୍ୟାହ୍ନରେ ଏଥିରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାଇଁ ପଟ୍ଟାମୁଣ୍ଡାଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri