ଆମ ଜିଲା ଖବର

ଚଳିତବର୍ଷ ବୁଗୁଡ଼ାରେ ଗଡ଼ିବନି ରଥ

ବୁଗୁଡ଼ା,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାର ଶ୍ରୀ ବଳଦେବ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ପରିଚାଳନା କମିଟିର ସଭାପତି ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି। ବର୍ତ୍ତମାନ କରୋନା ମହାମାରୀ ସଙ୍କଟରୁ ରକ୍ଷା ପାଇବା...

ଏବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ: ଗଜପତି କହିଲେ ‘ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ମାନିବାକୁ ପଡ଼ିବ’

ପୁରୀ ଅଫିସ,୧୮।୬: କିଛିଦିନ ଧରି ରଥଯାତ୍ରାକୁ ନେଇ ଯେଉଁ ଆଶା ଆଶଙ୍କା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିି ଚଳିତ ବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମକୋର୍ଟ...

ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ, ସ୍ବଦେଶୀ ସାମଗ୍ରୀ ବିକିବାକୁ ଅନୁରୋଧ

ଭଦ୍ରକ ଅଫିସ,୧୮ା୬: ସୀମାରେ ଚାଇନା-ଭାରତ ସଂଘର୍ଷ ପରେ ଦେଶବ୍ୟାପୀ ଆଲୋଡ଼ନ ଖେଳିଯାଇଛି। ସଂଘର୍ଷରେ ଭାରତର ଯବାନମାନେ ଶହୀଦ ହେବା ପରେ ଚାଇନା ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାରେ ଚାଇନା ସାମଗ୍ରୀ ବିକ୍ରି ଓ ବ୍ୟବହାରଠାରୁ...

ବାଲୁକାକଳାରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ଅଫିସ,୧୮।୬: ପୂର୍ବ ଲଦାଖ ସୀମା ଗଲ୍‌ଓ୍ବାନ୍‌ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ସୋମବାର ବିଳମ୍ବିତ ରାତିରେ ଭାରତର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହି ବୀର ଯବାନମାନଙ୍କ ବଳିଦାନକୁ...

୧୧ ଦଫା ଦାବି ନେଇ ସିପିଆଇଏମ୍‌ର ବିକ୍ଷୋଭ

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା ବେଶ୍‌ ପ୍ରଭାବିତ ହୋଇଛି। ବିପର୍ଯ୍ୟସ୍ତ ଜନସାଧାରଣଙ୍କୁ ଏଥିରୁ ବଞ୍ଚାଇବା ପାଇଁ ସିପିଆଇଏମ୍‌ ଦାବି କରିଛି। ଏନେଇ ଗୁରୁବାର ଚୌଦ୍ୱାର ସିପିଆଇ(ଏମ୍‌) ପକ୍ଷରୁ ୧୧ଦଫା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୌରନିର୍ବାହୀ ଅଧିକାରୀଙ୍କ...

କେନ୍ଦୁଝରରେ ପୁଣି ୫ କରୋନା ରୋଗୀ

କେନ୍ଦୁଝର,୧୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି। ସମସ୍ତ ରୋଗୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଏମାନଙ୍କ ମଧ୍ୟରୁ ବଡ଼ବିଲରେ ଦୁଇ ଜଣ, ଝୁମ୍ପୁରାରେ ଦୁଇ...

ଡାକବଙ୍ଗଳା ମହିଳା ସୁଇପରଙ୍କୁ ଗଳାକାଟି ହତ୍ୟା

ବାଲେଶ୍ୱର ଅଫିସ,୧୮ା୬: ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅଧୀନରେ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳାର ମହିଳା ସୁଇପରଙ୍କୁ ବୁଧବାର ରାତିରେ କିଛି ଦୁର୍ବୃତ୍ତ ବଳାତ୍କାର କରିବା ସହ ଗଳାକାଟି ହତ୍ୟା କରିଥିବାର ଜଣାପଡ଼ିଛି। ମୃତକ ଜୁମୁନୀ ବିବି (୪୫) ଉକ୍ତ...

ଗଞ୍ଜାମ ଜିଲାରେ ହେବ ନାହିଁ ରଥଯାତ୍ରା: ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଛତ୍ରପୁର, ୧୮।୬(ଡି.ଏନ୍‌.ଏ.)- ରାଜ୍ୟର ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ଚଳିତ ବର୍ଷ କୌଣସି ସ୍ଥାନରେ ରଥଯାତ୍ରା ନ କରିବାକୁ ରଥଯାତ୍ରା କମିଟିମାନେ ନିଷ୍ପତି ନେଇଛନ୍ତି। ଏଥିପାଇଁ କମିଟିମାନଙ୍କୁ ଜ଼ିଲାପାଳ ବିଜୟ...

ଭଦ୍ରକରେ ୩ କରୋନା ପଜିଟିଭ୍‌ ଚିହ୍ନଟ, ୧୮୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୮ା୬: ଭଦ୍ରକ ଜିଲାରେ ଗୁରୁବାର ଆଉ ୩ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ରେ ପହଞ୍ଚିଛି। ଏହି ଆକ୍ରାନ୍ତମାନେ ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ଚି଼ହ୍ନଟ ହୋଇଛନ୍ତି। ଏମାନେ ଗୁଜରାଟ,...

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ଏହାସହ ଜଡ଼ିତ ଅନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ...

ବ୍ରହ୍ମଗିରି ଥାନା ମହିଳା ଏସ୍‌ଆଇ କରୋନା ଆକ୍ରାନ୍ତ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ବ୍ରହ୍ମଗିରି ଥାନାର ଜଣେ ମହିଳା ଏସ୍‌ଆଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂପୃକ୍ତା ଏସ୍‌ଆଇ କରୋନା ସଂକ୍ରମିତ ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ରହ୍ମଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ...

ଏବର୍ଷ ରଥଯାତ୍ରା ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ପୁରୀ ରଥଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏ ବର୍ଷ ଘୋଷଯାତ୍ରାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଫାଇଲ୍‌ ହୋଇଥିବା ଆବେଦନର ଶୁଣାଣି କରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri