ଆମ ଜିଲା ଖବର

କଡ଼ା ସୁରକ୍ଷା ବଳୟରେ ମା’ ହରଚଣ୍ଡୀଙ୍କ ଜଗଧାତ୍ରୀ ବେଶ ସମ୍ପନ୍ନ

ନିଶ୍ଚିନ୍ତକୋଇଲି,୧୫ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେରିଲ ପଞ୍ଚାୟତରେ ମା’ ହରଚଣ୍ଡୀଙ୍କ ପୂଜାର୍ଚ୍ଚନା ଯଥାରୀତି ଅନୁଯାୟୀ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଥିଲା। ତେବେ କଡ଼ା ସୁରକ୍ଷା ବଳୟରେ ସୋମବାର ମା’ଙ୍କର ପୂଜା କରାଯାଇଛି। ୫ଜଣ ସେବାୟତ...

ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତ ଗିରଫ: ଟଙ୍କା, ଗାଡ଼ି ଜବତ

ରଣପୁର, ୧୫।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରେ ଗତ ୧୨ ତାରିଖରେ ଘଟିଥିବା ଲୁଟ୍‌ ଘଟଣାରେ ପୋଲିସ ସୋମବାର ୩ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ସଦର ଥାନା ଅଞ୍ଚଳର ବାଦଲ ଭୁୟାଁ, କୁନା ନାୟକ...

ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦୈନିକ ୧୯ ଘଣ୍ଟା ଲକ୍‌ଡାଉନ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ ସୋମବାର ସକାଳେ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ ହରିକୃଷ୍ଣନଗରରେ...

ଭଦ୍ରକରେ ନୂଆ ୧୯ ପଜିଟିଭ୍‌: ୧୭୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୫ା୬ : ସୋମବାର ଭଦ୍ରକ ଜିଲାରୁ ୧୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧୫୧ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତଙ୍କ...

ଶେରଗଡ଼ରେ ଜଳମଗ୍ନ ଚାଷଜମି, ଝିଣ୍ଟିକା ଦଳ ଦେଖି ଫେରିଲେ କୃଷି ବିଭାଗ ଅଧିକାରୀ

ଶେରଗଡ଼,୧୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ର ଜଳମଗ୍ନ ଚାଷଜମି ଓ ଝିଣ୍ଟିକା ଦଳ ଦେଖି କୃଷି ବିଭାଗର ଅଧିକାରୀମାନେ ଫେରିଯାଇଛନ୍ତି। କୃଷି ଜିଲା ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ ଅଜୟ କୁମାର ନାୟକ, ପିତ୍ତଳ କୃଷି ଅଧିକାରୀ...

ଖୋର୍ଦ୍ଧା ସାନପଦର ପଞ୍ଚାୟତର ୫ ଗାଁ ୭୨ ଘଣ୍ଟା ଶଟ୍‌ଡାଉନ

ଖୋର୍ଦ୍ଧା ଅଫିସ,୧୫।୬: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରୁ ସୋମବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଫେରନ୍ତା। ପରେ ସେ ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ ମଧ୍ୟ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି।...

ରଙ୍ଗୋଲିରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଲେ ଚିତ୍ରକାର ନିଶିକାନ୍ତ

କେନ୍ଦୁଝର,୧୫ା୬(ସ୍ବ.ପ୍ର.): ପ୍ରବାସୀମାନଙ୍କୁ ସହାୟତା କରିଥିବାରୁ ରଙ୍ଗୋଲିରେ ଓଡ଼ିଆ ସିନେଷ୍ଟାର ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିତ୍ରକାର ନିଶିକାନ୍ତ ବେହେରା। ନିଶିକାନ୍ତଙ୍କ ଘର କେନ୍ଦୁଝର ସଦର ବ୍ଲକ ଟିକରପଡ଼ା ଗ୍ରାମରେ। କମ୍‌ ବୟସରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ସେ ଏକ ସ୍ବତନ୍ତ୍ର...

କଟକରେ ୬ ବର୍ଷର ଝିଅ କରୋନା ପଜିଟିଭ

କଟକ ଅଫିସ,୧୫।୬: କଟକ ସହରରେ ଜଣେ ୬ ବର୍ଷର ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ହେଉଛନ୍ତି ଗତ ୧୩ ତାରିଖରେ କଟକ ଅରୁଣଦୟ ନଗରରୁ ପଜିଟିଭ ଚିହ୍ନଟ ହୋଇଥିବା ୩୭ ବର୍ଷୀୟ...

କଟକରୁ ୧୯ ଆକ୍ରାନ୍ତ ଚିହ୍ନଟ: ସମସ୍ତେ ସଙ୍ଗରୋଧ କେନ୍ଦ୍ରରୁ; ସକ୍ରିୟ ଆକ୍ରାନ୍ତ ତାଲିକାରେ କଟକ ଶୀର୍ଷରେ

କଟକ ଅଫିସ,୧୫।୬: କଟକ ଜିଲାରେ ସୋମବାର ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ସଙ୍ଗରୋଧରେ ଥିଲେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏମାନଙ୍କ ମଧ୍ୟରୁ କଟକ ସହରାଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ମାହାଙ୍ଗାରୁ...

ଅନୁଗୋଳରେ ପୁଣି ୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା

ଅନୁଗୋଳ ଅଫିସ,୧୫ା୬: ଅନୁଗୋଳରେ ସୋମବାର ପୁଣି ୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ତେବେ ଏହି ୪୮ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୧ ଜଣ ସୁସ୍ଥ ହୋଇ ସାରିଥିବା...

ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ ୧୫।୬: ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ସୋମବାର ସକାଳେ ପୁରୀରେ ଘଡ଼ଘଡ଼ି ସହ ପବନ ଓ ମୁଷଳ ଧାରାରେ ବର୍ଷା ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଘଡ଼ଘଡ଼ି ସହ ବର୍ଷା ପବନ ସମୟରେ ନୀଳଚକ୍ରରେ...

ନାଳରେ ଭାସିଗଲେ ନାବାଳକ, ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ; ମିଳିଲା ନୂଆ ଜୀବନ

ବଣାଇ,୧୫ା୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କେ.ବଳଙ୍ଗା ଥାନା ଅନ୍ତର୍ଗତ କମାରପୋଷ ଗ୍ରାମର ଜଣେ ନାବାଳକ ନାଳରେ ଗାଧୋଉଥିବା ବେଳେ ହଠାତ୍‌ ପାଣି ଚାଲିଆସିବାରୁ ସେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିବାରୁ ସେ ନୂଆ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri