ଆମ ଜିଲା ଖବର

ଆଜିଠୁ ସମୁଦ୍ରମୁହାଁ ମାଛଧରା ଡଙ୍ଗା

ଭୋଗରାଇ, ୧୪।୬(ଡି.ଏନ.ଏ.)-୩ମାସ ଧରି ସରକାରୀ କଟକଣା ପରେ ସୋମବାରଠୁ ସମୁଦ୍ରମୁହାଁ ହୋଇଛି ସହସ୍ରାଧିକ ମାଛଧରା ଟ୍ରଲର। ଏଥିପାଇଁ ବାଲେଶ୍ୱର ଉପକୂଳ ଚଳଚଞ୍ଚଳ ହୋଇପଡିଛି। ଲକ୍‌ଡାଉନ୍‌ ସତ୍ତ୍ୱେ ଝଡ଼ବର୍ଷାକୁ ଖାତିର୍‌ ନ କରି ସୋମବାର ଶୁଭବେଳାରେ ବାହାରିଛନ୍ତି ମତ୍ସ୍ୟଜୀବୀମାନେ। ବେରୋଜଗାର ହୋଇପଡ଼ିଥିବା...

ଫିକା ପଡିଲା ପହିଲି ରଜ

ଭଦ୍ରକ ଅଫିସ, ୧୪ା୬-ଭଦ୍ରକ ଜିଲାରେ ସପ୍ତାହର ଦୁଇଦିନ ଶଟ୍‌ଡାଉନ ଥିବାରୁ ପହିଲି ରଜ ଫିକା ପଡ଼ିଛି । ଆଉ କିଏ ଘର ଭିତରେ ରଜ ପାଳିଛି ତ କିଏ କରୋନା ଯୋଦ୍ଧାଙ୍କୁ ଉପହାର ଦେଇଛି। ଆଉ କିଏ ଅଭାବ ଅନାଟନରେ...

ଚୋରା କାଠ ଜବତ

ପାଟଣା, ୧୪।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲର କାଳିଘାଇ ନିକଟରୁ ଶନିବାର ବିଳମ୍ବିତ ରାତିରେ ୨୫ଟି ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଳିଘାଇ ବନ ସୁରକ୍ଷା କମିଟି ପକ୍ଷରୁ କାଠ ଗୁଡିକୁ ଜବତ କରାଯାଇଛି।...

ସିଂହାସନୀ ପୀଠରେ ୧୪୪ ଧାରା: ପୂଜାର୍ଚ୍ଚନାରେ ସୀମିତ ରଜପର୍ବ

ପୋଲସରା,୧୪ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୋଲସରା ବ୍ଲକ ପାଣ୍ଡିରିପଡ଼ା ପଞ୍ଚାୟତ କସିପଡ଼ାସ୍ଥିତ ସିଂହାସନୀ ପୀଠରେ ବେଶ୍‌ ଧୁମ୍‌ଧାମ୍‌ରେ ରଜପର୍ବ ପାଳିତ ହୋଇ ଆସୁଥିବାବେଳେ ଚଳିତବର୍ଷ କରୋନା କଟକଣା ଯୋଗୁ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା। ବିଗତ ବର୍ଷ ମାନଙ୍କ ପରି ଚଳିତବର୍ଷ...

କଳିଙ୍ଗା ଘାଟିରୁ ଲୁଟ୍‌ ଘଟଣା:୩ ଲୁଟେରା ଗିରଫ, ମାରଣାସ୍ତ୍ର ଜବତ

ଜି.ଉଦୟଗିରି,୧୪ା୬(ଡି.ଏନ୍‌.ଏ.)- କଳିଙ୍ଗା ଘାଟିରେ ଦୁଇ ଦୁଇଟି ଲୁଟ୍‌ ଘଟଣାରେ ରବିବାର ୩ଜଣଙ୍କୁ ଜି.ଉଦୟଗିରି ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଓ ମାରଣାସ୍ତ୍ର ଜବତ ହୋିଛି। ଗତ ୩୦ ତାରିଖ ରାତିରେ ଶଙ୍କରାଖୋଲର ଦ୍ୱିତୀକୃଷ୍ଣ ପାଢୀଙ୍କ ଠାରୁ...

ସଙ୍ଗରୋଧ କେନ୍ଦ୍ର ନେବାକୁ ପୋଲିସ ନାକେଦମ୍‌: କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ

ବୁଗୁଡ଼ା,୧୪ା୬(ଡି.ଏନ.ଏ.)- ନିକଟସ୍ଥ ବେତାରସିଂ ଗ୍ରାମର ଜଣେ ସୁରଟ ଫେରନ୍ତା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ତାଙ୍କ ସଂସ୍ପର୍ଶରେ ବୁଗୁଡ଼ା ଷ୍ଟେଟବ୍ୟାଙ୍କ ଛକର ଜନୈକ ଗାଡ଼ି ମାଲିକ ଆସିଥିବା ଜଣାପଡିବାରୁ ତାଙ୍କ ପରିବାରକୁ ସଙ୍ଗରୋଧରେ...

ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ନାକେଦମ୍‌ : ୫ ଘଣ୍ଟା କସରତ ପରେ ଧରାପଡିଲେ

ରେମୁଣା, ୧୪।୬(ଡି.ଏନ.ଏ.)-ଏକ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ରବିବାର ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଓ ରେମୁଣା ପୋଲିସକୁ ନାକେଦମ୍‌ ହେବାକୁ ପଡିଛି। ଅଭିଯୁକ୍ତଜଣକ ହେଲେ ଶ୍ୟାମରାଇପୁର ଗ୍ରାମର ଈଶ୍ୱର ମହାଳିକ। ସେ ଘରେ ଥିବା ଖବରପାଇ...

ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯିବା କାଳହେଲା: ଭାଲୁ ଆକ୍ରମଣରେ ୨ ମୃତ, ଜଣେ ଆହତ

ସମ୍ବଲପୁର,୧୪।୬(ବ୍ୟୁରୋ)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଅଧୀନ ବଣିଆବନ୍ଧ ଗାଁ ଜଙ୍ଗଲରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ରଜ ସଂକ୍ରାନ୍ତି ଅବସରରେ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯିବା ୩ ଜଣ ଲୋକଙ୍କୁ କାଳ ହୋଇଛି। ଭାଲୁ ଆକ୍ରମଣରେ ଦୁଇ...

ପିଆଜ ଟ୍ରକରେ ଗଞ୍ଜେଇ ଚାଲାଣ

ଲମତାପୁଟ/ଜୟପୁର ,୧୪ା୬ (ଡି.ଏନ.ଏ )- କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଲମତାପୁଟ ଫାଣ୍ଡି ପକ୍ଷରୁ ରବିବାର ପୂର୍ବାହ୍ନରେ ପାଟ୍ରୋଲିଂ ବେଳେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଏକ ମିନି ଟ୍ରକ (କେଏଲ ୪୬ ଆର-୩୦୯୫)କୁ ଜବତ କରାଯାଇଛି।...

ଶ୍ରମିକ ବସିଛନ୍ତି, ଜେସିବି ଖୋଳୁଛି ବନ୍ଧ

ଦଶମନ୍ତପୁର,୧୪ା୬( ଡ଼ି.ଏନ.ଏ.)- ଶ୍ରମିକଙ୍କ ଜୀବିକା ନିର୍ବାହ ଲାଗି ସରକାର ବିଭିନ୍ନ ଯୋଜନାରେ କାର୍ଯ୍ୟ ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି। ମାତ୍ର କୋରାପୁଟ ଜିଲା ଦଶମନ୍ତପୁରରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରାଯାଉଛି। ଶ୍ରମିକଙ୍କ ବଦଳରେ ଠିକାଦାରମାନେ ଜେସିବି ମେଶିନ ଲଗାଇ...

କରୋନା ଛଡ଼ାଇନେଲା ରଜ ଖୁସି

ଖଜୁରିପଡ଼ା,୧୪ା୬(ଡି.ଏନ.ଏ.)- ଓଡ଼ିଶାର ଗଣପର୍ବ ରଜ ଚଳିତ ବର୍ଷ କରୋନା ଯୋଗୁ ଫିକା ପଡିଛି। ବିଭିନ୍ନ ପ୍ରକାର ପିଠାପଣା ସହ ରଜପାନ ଓ ରଜଦୋଳି ଏହି କୃଷି ଭିତ୍ତିକ ପର୍ବର ମୁଖ୍ୟ ଆକର୍ଷଣ। ଗଁା ଗହଳିରେ ବିଭିନ୍ନ ପ୍ରକାର ଦୋଳି ବାନ୍ଧି...

ଶଟ୍‌ଡାଉନ ସମୟରେ ବାଲି ଚୋରାଚାଲାଣ

ଦେଓଗାଁ,୧୪ା୬(ଡି.ଏନ.ଏ)-ବଲାଙ୍ଗୀର ଜିଲା ଦେଓଗାଁ ତହସିଲ ଅନ୍ତର୍ଗତ ସୋନଗଡ ନଦୀ ଓ ତେଲନଦୀ ଅଞ୍ଚଳରୁ ପ୍ରତ୍ୟହ ଚାଲି ଚୋରାଚାଲାଣ ହେଉଛି। ଏପରିକି ଶନିବାର ଓ ରବିବାର ଶଟଡାଉନ ସମୟରେ ମଧ୍ୟ ବେଆଇନଭାବେ ଟ୍ରାକ୍ଟରରେ ବାଲି ଚୋରାଚାଲାଣ ହେଉଛି ା ଗତ ମାର୍ଚ୍ଚ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri