ଆମ ଜିଲା ଖବର

ସ୍ବତନ୍ତ୍ର ନିୟମାବଳୀ ଉପରେ ନିର୍ଭର

ଅନୁଗୋଳ ଅଫିସ, ୧୩।୬ – ଚଳିତ ବର୍ଷ ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ରଥଯାତ୍ରା କିପରି ହେବ ତାହା ନିର୍ଭର କରୁଛି ସରକାରଙ୍କ ସ୍ବତନ୍ତ୍ର ନିୟମାବଳୀ ଉପରେ। ଏହା ଜିଲା ପ୍ରଶାସନର ହସ୍ତଗତ ହେବା ପରେ ଏ ନେଇ ଯାହାକିଛି ନିଷ୍ପତ୍ତି ନିଆଯିବ।...

କୋଇଲା ଡିପୋକୁ ବିରୋଧ, ରାସ୍ତା ଅବରୋଧ

ବଇଣ୍ଡା,୧୩ା୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ଗୁଣ୍ଡୁରୀମୁଣ୍ଡା ନିକଟରେ ନିର୍ମାଣ ହୋଇଥିବା କୋଇଲା ଡିପୋକୁ ଗୁଣ୍ଡୁରୀମୁଣ୍ଡା ସମେତ ୫ଟି ଗ୍ରାମବାସୀ ବିରୋଧ କରିଛନ୍ତି। ଶୁକ୍ରବାର ଉକ୍ତ ଡିପୋରେ କୋଇଲା ଅନ୍‌ଲୋଡ୍‌ ବେଳେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ରାସ୍ତା...

କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ

ବଅଁରପାଳ,୧୩ା୬(ଡି.ଏନ.ଏ.) – ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର ବୋଝ ତାଙ୍କୁ କେରଳରେ ଶ୍ରମିକ କରିଦେଲା। ସେବେଠାରୁ ଆଉ ତୂଳୀ ଧରି ନ...

ନନ୍ଦିନୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ଢେଙ୍କାନାଳ ଅଫିସ, ୧୩।୬ – ଢେଙ୍କାନାଳ ସହରରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ଢେଙ୍କାନାଳ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି। ଏ...

ରଜ ପାଇଁ ଲାଗିଲା ୧୪୪ ଧାରା

ଢେଙ୍କାନାଳ ଅଫିସ, ୧୩।୬ – ରଜ ଉତ୍ସବ ଉପଲକ୍ଷେ ମନ୍ଦିର ଏବଂ ରଜପଡ଼ିଆରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲାର ୧୫ ମନ୍ଦିର ଏବଂ ରଞ୍ଜାଗୋଳ ରଜ ପଡ଼ିଆରେ ଶୁକ୍ରବାରଠାରୁ ୧୪୪...

ସାମାଜିକ ଦୂରତ୍ୱ ନିୟମ ନ ମାନିବାରୁ ୪ ଦୋକାନ ସିଲ୍‌

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)-ରଜ ପୂର୍ବରୁ ସାମାଜିକ ଦୂରତ଼ା ଆଇନ ନ ମାନିବାରୁ ଶୁକ୍ରବାର କେନ୍ଦୁଝର ସହରର ୪ ଦୋକାନକୁ ପ୍ରଶାସନ ସିଲ୍‌ କରିଛି। ୧୪ତାରିଖଠାରୁ ରଜପର୍ବ ହେବାକୁ ଥିବା ବେଳେ କେନ୍ଦୁଝର ସହରରେ ଶୁକ୍ରବାର ଅପରାହ୍ନରେ ସାମାଜିକ ଦୂରତ୍ୱକୁ ଉଲ୍ଲଙ୍ଘନ...

ଠିକ୍‌ ସମୟରେ ହୋଇପାରିଲାନି ଚିକିତ୍ସା: ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

କେନ୍ଦୁଝର,୧୩ା୬(ସ୍ବ.ପ୍ର.): ୧୦୮ ଆମ୍ବୁଲାନ୍ସ ନ ଆସିବା ଓ ଡାକ୍ତରଖାନାରେ ଇଞ୍ଜେକ୍ସନ ଅଭାବରୁ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ହରିଚ଼ନ୍ଦନପୁର ବ୍ଲକ ରାଇଡ଼ିଆ ଗ୍ରାମର ଜିତ଼େନ୍ଦ୍ର ନାଏକଙ୍କ ସ୍ତ୍ରୀ...

କରୋନା ସଂକ୍ରମଣ ରୋକିବାକୁ ରଜ ଉତ୍ସବ ପାଳନରେ କଟକଣା: ସରପଞ୍ଚଙ୍କ ସହ କଥା ହେଲେ ଜିଲାପାଳ

କେନ୍ଦୁଝର,୧୩ା୬ (ସ୍ବ.ପ୍ର.) ଚଳିତ ବର୍ଷ ରଜ ପର୍ବ ପାଳନ ଅବସରରେ ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିରୋଧ କରିବା ସମ୍ପର୍କରେ ଜିଲାପାଳ ଆଶିଷ ଠାକରେ ଜିଲାର ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲାପାଳ ଜିଲାରେ...

ମନମୁଖି ମହାସୁଲ ଆଦାୟ ଘଟଣା: ଦ୍ୱିତୀୟ ଦିନରେ ବ୍ୟବସାୟୀଙ୍କ ଧାରଣା

ରାଇରଙ୍ଗପୁର,୧୩ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳସ୍ଥିତ ଦୈନିକ ମାର୍କେଟରେ ପନିପରିବା ସମେତ ବିଭିନ୍ନ ବ୍ୟବସାୟୀଙ୍କଠାରୁ ମନମୁଖି ମହାସୁଲ ଆଦାୟ ପ୍ରତିବାଦରେ ବ୍ୟବସାୟୀଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ସ୍ଥାନୀୟ ଲୋକେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବହୁ...

ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ

କପ୍ତିପଦା,୧୩ା୬(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ରେ ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ଏହି କାର୍ଡ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଥିଲାବାଲା କାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ଫଳରେ ବହୁ ବିଧବା, ଗରିବ...

ତହସିଲ କାର୍ଯ୍ୟାଳୟରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଜନଶୁଣାଣିକୁ ବିରୋଧ

ବାଲିଆପାଳ, ୧୩।୬(ସ୍ବ.ପ୍ର.)-କରୋନା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ଜନଗହଳିରୁ ଦୂରେଇ ରହିବା ପାଇଁ ସଚେତନ କରାଇବା ଏବଂ ମାକ୍ସ ନ ପିନ୍ଧିଲେ ଫାଇନ କରିବା ଆଦି ପଦକ୍ଷେପ ନେଉଛି। ମାତ୍ର ଶୁକ୍ରବାର କରୋନା କଟକଣାକୁ ପ୍ରଶାସନ ଊଲ୍ଲଘଂନ କରି ବାଲିଆପାଳର ସମୁଦ୍ର...

ସଞ୍ଜ ନଇଁଲେ ଅନ୍ଧାରର ରାଜୁତି

ବାଲେଶ୍ୱର ଅଫିସ, ୧୩ା୬(ମାନସ ବିଶ୍ୱାଳ)-ବାଲେଶ୍ୱର ସଦର ବ୍ଲକ ପରୀଖି ପଞ୍ଚାୟତ କୁଡ଼ିପାହି ଗ୍ରାମରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ଏଯାଏ ବିଦ୍ୟୁତ୍‌ ଆଲୋକ ଦେଖିନାହାନ୍ତି। ସଞ୍ଜ ନଇଁଲେ ସେଠାରେ ରାଜୁତି କରୁଛି ଅନ୍ଧାର। ନିର୍ବାଚନ ସମୟ ଆସିଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri