ଆମ ଜିଲା ଖବର

ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଧରାକୋଟ,୧୧ା୬(ଡି.ଏନ.ଏ.)-ଧରାକୋଟ ବ୍ଲକ ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ବୁଧବାର ରାତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମଚ୍ଛାକୋଟ ପଞ୍ଚାୟତ ଗମ୍ଭାରୀଗୁଡ଼ା ଗ୍ରାମର ଶିବରାମ ପ୍ରଧାନ (୫୫)। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନରେ ଶିବରାମ ଅସୁସ୍ଥ ହେବା ପରେ...

ଗଞ୍ଜାମ ଜିଲାର ନୂତନ ଡିଆଇପିଆର୍‌ଓଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ରବି ନାରାୟଣ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୬ରୁ ସେ ଓଡ଼ିଶା ସୂଚନା ସେବାରେ ଯୋଗଦେଇ ପ୍ରଥମେ ଜୟପୁରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧଳାପଥର ଏଏସ୍‌ଆଇ

ଖୋର୍ଦ୍ଧା ଅଫିସ,୧୧ା୭ : ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଧଳାପଥର ଏଏସ୍‌ଆଇ ଅଶୋକ କୁମାର ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ଘଟଣାରେ ରଫାଦଫା ଲାଗି ସେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିଲେ।...

ମାସ୍କ କିଣାବିକା ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୧୧ା୬: ରାଜ୍ୟରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। କରୋନା ମୁକାବିଲା ପରିବର୍ତ୍ତେ ରାଜ୍ୟରେ ମାସ୍କ କିଣାବିକା ଦୁର୍ନୀତି ଚାଲିଛି। ଏହାର ପ୍ରତିବାଦରେ ଗୁରୁବାର ଖୋର୍ଦ୍ଧା ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ...

ରାଉରକେଲାରେ ମୃତଦେହ ଶୋଭାଯାତ୍ରାରେ ସାମିଲ ହେବା ଘଟଣା: ୫ଶହ ଲୋକଙ୍କ ନାମରେ ମାମଲା ରୁଜୁ କଲା ପୋଲିସ

ରାଉରକେଲା ଅଫିସ,୧୧।୬: ଗତ ୮ ତାରିଖରେ ରାଉରକେଲା ରେଲଓ୍ବେ କଲୋନିରେ ଏକ ହତ୍ୟାକାଣ୍ଡ ଘଟିଥିଲା। ମୃତକଙ୍କ ମୃତଦେହ ଶୋଭାଯାତ୍ରାରେ ୫ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ। ମାସ୍କ ନ ପିନ୍ଧି, ସାମାଜିକ ଦୂରତ୍ୱ ନ ମାନି ଶୋଭାଯାତ୍ରାରେ ଲୋକମାନେ ଯାଇଥିଲେ।...

ବାଲିଗୁଡ଼ାରେ ମୂର୍ତ୍ତି ଭାଙ୍ଗିବା ଘଟଣା: ତାତିଲା ବରଗଡ଼ ଡୁମାଲ ସେନା

ବରଗଡ଼ ଅଫିସ,୧୧ା୬: କନ୍ଧମାଳ ଜିଲା ବାଲିଗୁଡ଼ାରେ ସ୍ଥାପିତ ଡୁମାଲ ଜାତିର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶରୀଙ୍କ ମୂର୍ତ୍ତିକୁ କିଛିଦିନ ତଳେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ଡୁମାଲ ସମାଜର ଲୋକଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଏପରିକି ଉକ୍ତ...

ଚୌଦ୍ୱାର-କଟକ ବସ୍‌ ଚଳାଚଳ ଦାବି କଲେ ଲୋକେ

ଚୌଦ୍ୱାର,୧୧ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଗତ ମାର୍ଚ୍ଚ ୨୩ରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।...

ଖୁଣ୍ଟ ଅଛି, ମିଟର ବସିଛି, ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୧୧ା୬(ସ୍ବ.ପ୍ର.): ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବହୁ ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଛି, ଘରେ ମିଟର ଓ ପାଇପ ଲଗାଯାଇଛି କିନ୍ତୁ ଲୋକମାନେ ବର୍ଷବର୍ଷ ଧରି ଅନ୍ଧାରରେ ରହୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ପୀଠଗୋଳା...

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସାବିତ୍ରୀ ରଥ

କଟକ ଅଫିସ,୧୧।୬- ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ସାବିତ୍ରୀ ରଥ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ଅନ୍ୟ ବିଚାରପତି...

ଦିନକ ପରେ ବଦଳିଲା ନିର୍ଦ୍ଦେଶ: ହେବନାହିଁ ଡିଏଲ୍‌/ଏଲ୍‌ଏଲ୍‌ ଟେଷ୍ଟ; ଆର୍‌ଟିଓ୍‌କୁ ନ ଯିବାକୁ ପରାମର୍ଶ

କଟକ ଅଫିସ,୧୧।୬- କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ୧୮ ତାରିଖ ପରଠାରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟିଂ ବନ୍ଦ ରହିଛି। ଏହାକୁ ପୁନଃ ଚାଲୁ କରିବା ପାଇଁ ବୁଧବାର ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଗୁରୁବାର...

ମାସ୍କ କିଣା ଦୁର୍ନୀତିର ତଦନ୍ତ ଦାବି କଲା କଂଗ୍ରେସ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.): ଓଡ଼ିଶାରେ କରୋନା ମହାମାରୀ ବେଳେ ମାସ୍କ କିଣା ନେଇ ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ଗୁରୁବାର ଗଞ୍ଜାମ ଜିଲା କଂଗ୍ରେସ କମିଟି...

ଝାଟିପିଟିଆ ଗ୍ରାମରେ ଦିଗପହଣ୍ଡି ପୋଲିସର ଚଢ଼ାଉ: ଦେଶୀ ମଦ ଜବତ, ଜଣେ ଗିରଫ

ଦିଗପହଣ୍ଡି,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଝାଟିପିଟିଆ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରି କରାଯାଉଥିବା ଅଭିଯୋଗରେ ଶନିବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଗ୍ରାମର ଭଲା ସାହୁ। ସୂଚନାନୁଯାୟୀ, ଥାନା ଏସ୍‌ଆଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri