ଆମ ଜିଲା ଖବର

୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ: ଡ୍ରାଇଭର ଗିରଫ

ବାଲିଗୁଡ଼ା,୮।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ଚଢ଼ାଉକରି ପୋଲିସ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ...

କଲରାପତରିଆ ବାଘ, ଚିତା ହରିଣ ଛାଲ ଜବତ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଭୁବନେଶ୍ୱର/ନୟାଗଡ଼ ଅଫିସ,୮।୬(ବ୍ୟୁରୋ): ବାଘ ଓ ହରିଣ ଛାଲ ର଼୍ୟାକେଟର ଦୁଇ ବ୍ୟବସାୟୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ଥାନା ସାକେଣିର ପ୍ରତାପ ନାୟକ ଓ ଦେଡ଼ସର ଗାଁର ଈଶ୍ୱର ଚନ୍ଦ୍ର ଦେଉରୀ। କ୍ରାଇମବ୍ରାଞ୍ଚ...

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ୍‌ ମାଡ: ପୋଲିସର ତଦନ୍ତ ଆରମ୍ଭ

କପ୍ତିପଦା,୮।୬(ଡି.ଏନ.ଏ)- କପ୍ତିପଦା ଥାନା ଅଧୀନ ଜଡିଦା ପଞ୍ଚାୟତ ଜଡିଦା ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଜଣେ ଦୁର୍ବୃତ୍ତ ଏସିଡ ମାଡ କରିଥିବା ସୂଚନା ମିଳିଛି। ଫଳରେ ତାଙ୍କର ପେଟ, ଛାତି, ଜଙ୍ଘ ଓ ପିଠି ୫୦ ପ୍ରତିଶତ...

ଭଉଣୀ ଘରକୁ ଯାଉଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

ସୋନପୁର,୮।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଚୁଡ଼ାଖାଇ ପାହାଡ଼ ରାସ୍ତା ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ସେ ହେଲେ ବ୍ରାହ୍ମଣୀ ନିକଟସ୍ଥ ଭୁରାଟ ଗାଁର ଶାନ୍ତନୁ ରାଉତ। ସୂଚନାଯୋଗ୍ୟ, ଶାନ୍ତନୁ ସକାଳେ ମୋଟର ସାଇକେଲରେ ଭଉଣୀଙ୍କ...

ସରିଲା ସଙ୍ଗରୋଧ ଅବଧି: ୨୪ ପ୍ରବାସୀ ହେଲେ ଘର ବାହୁଡ଼ା

ଚୌଦ୍ୱାର,୮।୬(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ପୌରପାଳିକା ପକ୍ଷରୁ ଚୌଦାର କଲେଜ ଛାତ୍ରୀ ନିବାସରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରୁ ଦୀର୍ଘ ୧୪ ଦିନ ପରେ ସୋମବାର ୨୪ ପ୍ରବାସୀ ଘର ବାହୁଡ଼ା ହୋଇଛନ୍ତି। ପ୍ରବାସୀମାନେ ନିଜ ଉଦ୍ୟମରେ ଫୁଲ ତୋଡ଼ା ଓ...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ବ୍ରହ୍ମପୁର ଉପଜିଲାପାଳ

ଦିଗପହଣ୍ଡି,୮।୬(ଡି.ଏନ.ଏ.): ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସି ସିଦ୍ଧେଶର, ଗୋକର୍ଣ୍ଣପୁର ଏବଂ ବି.ତୁରୁବୁଡି ପଞ୍ଚାୟତେ ଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଘରୋଇ ସଙ୍ଗରୋଧରେ ରହୁଥିବା ପ୍ରବାସୀ ଫେରନ୍ତାମାନେ ଘରେ ନରହି ବାହାରେ...

ମାସ୍କ ନ ପିନ୍ଧି ଦେଲେ ୪୭ ହଜାର ଜରିମାନା: ମଦ ଜବତ, ଜୁଆ ଆଡ୍ଡା ଉପରେ ଚଢ଼ାଉ

ଛତ୍ରପୁର,୮।୬(ଡି.ଏନ୍‌.ଏ.): କରୋନା ନେଇ ହୋଇଥିବା ଲକ୍‌ଡାଉନ ଓ ଶଟ୍‌ଡାଉନ ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ପକ୍ଷରୁ ଧରପଗଡ଼ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ଜିଲାର ବିଭିନ୍ନ ଥାନା ପୋଲିସ ୪୭ ହଜାର...

କୋଟାୟମରୁ ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲେ ୧୯୧ପ୍ରବାସୀ

ଖୋର୍ଦ୍ଧା ଅଫିସ,୮।୬: କୋଟାୟମରୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ସୋମବାର ଖୋର୍ଦ୍ଧା ରୋଡ ଷ୍ଟେଶନରେ ପହଞ୍ଚିଛି। ଏଥିରେ ୫ଟି ଜିଲାରୁ ୧୯୧ଜଣ ପ୍ରବାସୀ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ୧୪, ବୌଦ୍ଧ ୩, ଖୋର୍ଦ୍ଧା ୪୨, ନୟାଗଡ଼ ୧୦୭ ଏବଂ...

କୋଭିଡ୍‌ ସାମଗ୍ରୀ କ୍ରୟ ପ୍ରସଙ୍ଗ: ହାଇକୋର୍ଟରେ ମାମଲା

କଟକ ଅଫିସ,୮।୬: କୋଭିଡ-୧୯ ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀ ଯଥା ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) ଏବଂ ମାସ୍କ କିଣିବାରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। ଏହାକୁ ନେଇ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଅନ୍ୟପଟେ ଏ ନେଇ...

କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକଙ୍କର ହରିୟାଣାରେ ମୃତ୍ୟୁ

ଉଦଳା,୮।୬(ଡି.ଏନ୍‌.ଏ.): ହରିୟାଣାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୩୨ ବର୍ଷୀୟ ସୁଶାନ୍ତ ସେନାପତି। ତାଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଡିହିରାକୁଳ ଗ୍ରାମରେ। ଦୀର୍ଘଦିନ ହେବ ସୁଶାନ୍ତ...

ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଗୁଜବ

ଝାରସୁଗୁଡା ଅଫିସ,୮।୬: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ନେଇ ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି। ସହରର ବିଭିନ୍ନ ଛକ ଓ...

ରାଧାମାଧବ ପଡ଼ାକୁ ଅପହଞ୍ଚ ମୌଳିକ ସୁବିଧା, ଜିଲାପାଳଙ୍କୁ ଫେରାଦ ହେଲେ ପଡ଼ାବାସୀ

ବରଗଡ଼ ଅଫିସ,୮।୬: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୭ ରାଧାମାଧବ ପଡ଼ାକୁ ମୌଳିକ ସୁବିଧା ସୁଯୋଗ ମିଳୁ ନ ଥିବା ଅଭିଯୋଗ ହୋଇଛି। ରାସ୍ତାଘାଟ ଭୁଷୁଡି ପଡ଼ିଥିବାବେଳେ ପାନୀୟ ଜଳ ସୁବିଧା ଏବଂ ଡ୍ରେନ ବ୍ୟବସ୍ଥା ନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri