ଆମ ଜିଲା ଖବର

ଚମ୍ପୁଆରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଚାଉଳ

ଚମ୍ପୁଆ,୪।୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ କମିବାର ନାଁ ଧରୁନାହିଁ। ବନ ବିଭାଗର ହାତୀ ଘଉଡାଇବା କୌଶଳ ସବୁ ଦିଗରେ ଫେଲ ମାରୁଛି। ଦୁଇଦିନ ତଳେ ହାତୀ ପଲ ଉପଦ୍ରବ କରିବା ସହିତ ଘର ଭାଙ୍ଗି ଚାଉଳ ଖାଇଦେଇଛନ୍ତି। ଏହି ହାତୀ...

ବିନା ଭକ୍ତରେ ହେବ ଦେବସ୍ନାନ ନୀତି : ସକାଳ ୫ରୁ ସନ୍ଧ୍ୟା ୭ ଯାଏ ୧୪୪ ଧାରା ଜାରି

ବାରିପଦା ଅଫିସ,୪ା୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରି ବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପରିସରରେ ସ୍ନାନମଣ୍ଡପ ସଜେଇ ହୋଇଛି। ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ...

ଅମ୍ଫନ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

ବାଲିଆପାଳ,୪।୬ (ସ୍ବ.ପ୍ର)- ମହାବାତ୍ୟା ଅମ୍ଫନର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ସମେତ ବାଲେଶ୍ୱର ଜିଲାର ଭୋଗରାଇ ଓ ବାଲିଆପାଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ବ୍ଲକ ତଥା ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ସରିଥିବାବେଳେ ଗୁରୁବାର ଏକ ତିନିଜଣିଆ...

ଧରାକୋଟ ଜଗନ୍ନାଥ ମନ୍ଦିର: ସ୍ନାନବେଦୀରେ ଠାକୁରଙ୍କୁ ଦେଖିପାରିବେନି ଭକ୍ତ

ଧରାକୋଟ,୪ା୬(ଡି.ଏନ.ଏ.)- ମହାମାରୀ କରୋନା ପାଇଁ ବିଭିନ୍ନ ମନ୍ଦିରର ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି। ଧରାକୋଟ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଏଥର ସ୍ନାନବେଦୀରେ ୩ ଠାକୁରଙ୍କୁ ଦେଖିପାରିବେନି ଭକ୍ତ। ବିଧି ମୁତାବକ ସୀମିତସଂଖ୍ୟକ ସେବାୟତ ତିନି ଠାକୁରଙ୍କୁ...

କାଲି ଦାରୁଦିଅଁଙ୍କ ପ୍ରତ୍ୟକ୍ଷ ସ୍ନାନ: ଅପେକ୍ଷା କରି ରହିଛି ସ୍ନାନବେଦି

ପୁରୀ ଅଫିସ,୪ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ ସଜେଇ ହେବେ। ଏଥିପାଇଁ ଦାରୁଦିଅଁଙ୍କୁ ଅପେକ୍ଷା କରିରହିଛି...

ବାତ୍ୟା ଅମ୍ଫନ୍‌ କ୍ଷୟକ୍ଷତି ଆକଳନ: ବାଲେଶ୍ୱର, କେନ୍ଦ୍ରାପଡ଼ା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌; ଶୁକ୍ରବାର ଗସ୍ତ କରିବେ ଜଗତ୍‌ସିଂହପୁର, ଭଦ୍ରକ 

ଭୁବନେଶ୍ୱର,୪ା୬(ବ୍ୟୁରୋ)/କେନ୍ଦ୍ରାପଡ଼ାଅଫିସ/ଭୋଗରାଇ/ବାଲିଆପାଳ, (ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରିବାକୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ଏହି ଟିମ୍‌ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି...

ଦେବସ୍ନାନ ପୂର୍ଣ୍ଣିମା ପାଇଁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ପୁରୀ ଅଫିସ, ୪ା୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। କରୋନା ପାଇଁ ଯଦିଓ ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେଉଛି ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁରୁବାର ଡିଆଇଜି ଆଶିଷ ସିଂ ପୁରୀ...

ଜେନା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ପୁରୀ ଜିଲା ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର ଏକ ଗ୍ୟାସ ସିଲିଣ୍ଡର ଫାଟି ୧୨ବଖରା ଘର ଜଳିଯାଇଛି। ସୂଚନା ମୁତାବକ,...

ଋଣ ପରିଶୋଧ କରିବାକୁ ଫାଇନାନ୍ସ କମ୍ପାନୀର ଧମକ

କୋକସରା,୪।୬(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି କର୍ମଜୀବୀ ମହିଳାମାନେ ରୋଜଗାର ହରାଇ ଘରେ ବସି ରହିଛନ୍ତି ା ଏପରି ସମୟରେ ସେମାନେ କରିଥିବା ଋଣ ପରିଶୋଧ କରିବାକୁ ବହୁ ଘରୋଇ ଫାଇନାନ୍ସ କମ୍ପାନୀ ଧମକ ଦେଉଥିବା କୋକସରା...

ଆଉ ଦାଦନ ଖଟିବାକୁ ନ ଯିବାକୁ ପରାମର୍ଶ

କୋକସରା,୪।୬(ଡି.ଏନ.ଏ)-କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସରପଞ୍ଚ କହ୍ନେଇ ଚରଣ ଦାସଙ୍କ ଉଦ୍ୟମରେ ଲଡୁଗାଁ ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ଏବେ ଶୃଙ୍ଖଳିତ ଜୀବନ ଯାପନ କରୁଛନ୍ତି ା ସେମାନେ ପ୍ରତିଦିନ ସକାଳୁ ହାଇସ୍କୁଲ ପରିସରକୁ ଝାଡୁ...

ଭିଜିଲାନ୍ସ ଚଢାଉ: ତହସିଲ କିରାଣୀ ସମେତ ୨ ଗିରଫ

ବଲାଙ୍ଗୀର ଅଫିସ/ଲୋଇସିଂହା, ୪ା୬(ଡି.ଏନ୍‌.ଏ.)-ଆରଓଆର(ରାଇଟ୍‌ ଅଫ୍‌ ରେକର୍ଡସ) କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଗଲପୁର ତହସିଲ ଅଫିସର ଭାରପ୍ରାପ୍ତ ହେଡକ୍ଳର୍କ ବିକାଶ ଭୋଇ ଓ ରାଜସ୍ବ ସହକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌...

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ ଅଫିସ,୪ା୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। ଏଥିପାଇଁ ଗୁରୁବାର ପୁରୀରେ ପହଞ୍ଚତ୍ଛି ରଥ ଦଉଡ଼ି। ଓଡ଼ିଶା ସମବାୟ କତା ନିଗମରୁ ୨୦ଟି ଦଉଡ଼ି ଏକ ଗାଡ଼ିିରେ ଆସିଛି। ଏହାକୁ ଶ୍ରୀମନ୍ଦିର ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ଦାୟିତ୍ୱରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri