ଆମ ଜିଲା ଖବର

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ ଅଫିସ,୪ା୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। ଏଥିପାଇଁ ଗୁରୁବାର ପୁରୀରେ ପହଞ୍ଚତ୍ଛି ରଥ ଦଉଡ଼ି। ଓଡ଼ିଶା ସମବାୟ କତା ନିଗମରୁ ୨୦ଟି ଦଉଡ଼ି ଏକ ଗାଡ଼ିିରେ ଆସିଛି। ଏହାକୁ ଶ୍ରୀମନ୍ଦିର ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ଦାୟିତ୍ୱରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ...

ତାଲା ଭାଙ୍ଗି ଦୋକାନରୁ ନେଇଗଲେ ଏଲ୍‌ଇଡି ଟିଭି: ସାଇଣ୍ଟିଫିକ୍‌ ଟିମର ତଦନ୍ତ

ଗୋପାଳପୁର,୪ା୬-ବେଶ କିଛିଦିନର ନୀରବତା ପରେ ପୁଣି ସକ୍ରିୟ ହୋଇପଡ଼ିଛନ୍ତି ଲୁଟେରାମାନେ। ବୁଧବାର ରାତିରେ ଗୋପାଳପୁର ଥାନା କରାପଲ୍ଲୀ ସାହୁ ଏଣ୍ଟରପ୍ରାଇଜେସ୍‌ ଦୋକାନର ତାଲା ଭାଙ୍ଗି ଲୁଟେରାମାନେ ସାମଗ୍ରୀ ଚୋରି କରିଥିବା ଜଣାପଡ଼ିଛି। ଏ ନେଇ ଗୋପାଳପୁର ଥାନାରେ କେସ ନଂ....

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଳକର ମୃତ୍ୟୁ

କର୍ଲାମୁଣ୍ଡା, ୪ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଆଦର୍ଶ ବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ୧୦ ଦିନ ତଳେ ତେଲେଙ୍ଗାନାରୁ ଉକ୍ତ ବାଳକ ଜଣକ ତାଙ୍କ ମାତାପିତଙ୍କ ସହ ଆସି...

କୋଭିଡ୍‌-୧୯ ନୋଡାଲ ଅଫିସରଙ୍କ ଟିଏମ୍‌ସି ପରିଦର୍ଶନ

ଚୌଦ୍ୱାର,୪।୬(ଡି.ଏନ୍‌.ଏ): କଟକ ଜିଲା ଟାଙ୍ଗି-ଚୌଦ୍ୱାର ବ୍ଲକରେ ଥିବା ବିଭିନ୍ନ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମ୍‌ସି)କୁ ଗୁରୁବାର ବୁଲି ଦେଖିଛନ୍ତି କଟକ ଜିଲା କୋଭିଡ୍‌-୧୯ ପାଇଁ ନିଯୁକ୍ତ ନୋଡାଲ ଅଫିସର ସୌରଭ୍‌ ଗର୍ଗ। ସେ ବାଣିପଦା, କୟଳପଡ଼ା ସମେତ ଅନେକ ମେଡିକାଲ କେନ୍ଦ୍ର...

ଦାରିଙ୍ଗବାଡ଼ି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଛନ୍ତି ୫୬୫ ପ୍ରବାସୀ: ଡାକ୍ତରଙ୍କ ଦ୍ୱାରା ନିୟମିତ କରାଯାଉଛି ସ୍ବାସ୍ଥ୍ୟ ପରୀକ୍ଷା

ଦାରିଙ୍ଗବାଡ଼ି,୪।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରରେ ମୋଟ ୭୪୩ ପ୍ରବାସୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୧୭୮ ପ୍ରବାସୀ ନିଜ ଘରକୁ ଫେରିଥିବା ଜଣାପଡ଼ିଛି। ଏହି ସମସ୍ତ ପ୍ରବାସୀ ଦାରିଙ୍ଗବାଡ଼ି ବ୍ଲକ ସମେତ ଜିଲାର...

ସାକ୍ଷୀଙ୍କୁ ଘାତକ ଆକ୍ରମଣ ମାମଲା: ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚାରିଲେ ଏଏସ୍‌ପି

ବ୍ରହ୍ମପୁର ଅଫିସ , ୪ା୬ – ସଦରଥାନା ଅନ୍ତର୍ଗତ ରୋହିଗାଁରେ ଗତମାସ ୯ ତାରିଖରେ ଏକ ହତ୍ୟା ମାମଲାର ସାକ୍ଷୀଥିବା ପୂର୍ଣ୍ଣ ଜେନାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ବିଶିଷ୍ଟ ଜେନାଙ୍କୁ ପୋଲିସ ଗିରଫ ନ କରିବାରୁ...

ପାପଡାହାଣ୍ଡି ଅଞ୍ଚଳରେ ପଙ୍ଗପାଳ ଭଳି କୀଟ: ଲୋକେ ଭୟଭୀତ

ପାପଡାହାଣ୍ଡି, ୪।୬ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ପଙ୍ଗପାଳ ଭଳି କିଟ ଦେଖିବାକୁ ମିଳିଛି। ରାଣିସଲାଠାରୁ ଉମରାହାଣ୍ଡି ରାସ୍ତାର ଗୋଟିଏ ଗଛରେ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଏହି କିଟ ବସି ଗଛର ପତ୍ର ଖାଉଥିବା ଦୃଶ୍ୟ...

ପିଆଜ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ଖୋର୍ଦ୍ଧା ଅଫିସ,୪।୬: ଖୋର୍ଦ୍ଧା ଜିଲା ୫୭ ନଂ ଜାତୀୟ ରାଜପଥ ସଦର ଥାନା ଅଞ୍ଚଳରୁ ଗୁରୁବାର ଅପରାହ୍ନରେ ଏକ ପିଆଜ ଟ୍ରକ୍‌ରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ...

ଖେଳ ହେଲା କାଳ: ଗାଡ଼ିଆରେ ବୁଡ଼ି ୨ ଯାଆଁଳା ଭାଇଙ୍କ ଜୀବନଗଲା

ପାଟଣା,୪।୬(ସ୍ବ.ପ୍ର.): ଦୁଇ ଯମଜ ଭାଇଙ୍କ ଲାଗି ଖେଳ କାଳ ହୋଇଛି। ଖେଳୁ ଖେଳୁ ଗୁରୁବାର ଗଡ଼ିଆରେ ବୁଡ଼ି ୮ ବର୍ଷ ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ...

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ

ଦାରିଙ୍ଗବାଡ଼ି,୪।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଗୁରୁବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୭ ମିନିଟ୍‌ରେ ଶବ୍ଦ ହେବା ସହ ଭୂମି ଥରି ଉଠିଥିଲା। ଫଳରେ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ। ଲକ୍‌ଡାଉନ...

ରାୟଗଡ଼ାରେ କରୋନା ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳର ସ୍ଥିତି ପରଖିଲେ ଉପଜିଲାପାଳ

ରାୟଗଡ଼ା ଅଫିସ,୪ା୬: ରାୟଗଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସହରର ଆର୍‌କେ ନଗର ଓ ଓଡ଼ଗୁଡାକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବରେ ଘୋଷଣା କରାଯାଇ ଶଟ୍‌ଡାଉନ୍‌ କରାଯାଇଛି। ଏହିସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ...

ପଛରୁ ଧକ୍କାଦେଲା ଟ୍ରକ, ଚାଲିଗଲା ମା’ ପୁଅଙ୍କ ଜୀବନ

ଯୋଡ଼ା,୪ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ନିର୍ମାଣାଧୀନ ୫୨୦ ନଂ. ଜାତୀୟ ରାଜପଥର କଣ୍ଡରାଠାରେ ଗୁରୁବାର ଟ୍ରକ ଧକ୍କାରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଆଜି ସକାଳେ ଦଡୁଆଁ ଗ୍ରାମର ସୁଲକ୍ଷିଣୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri