ଆମ ଜିଲା ଖବର

ରାସ୍ତା, କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କଲେ ଉପଜିଲାପାଳ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତୀମୟ ଗୁରୁବାର ସନ୍ଧ୍ୟାରେ ଯୋଡାଠାରେ ଥିବା କଲ୍ୟାଣ ମଣ୍ଡପ ଓ ରଣାଶାଳ ଘାଟିଠାରୁ ବାଂଶପାଣି ରାସ୍ତାର ସମୀକ୍ଷା କରିଛନ୍ତି। ଉପଜିଲାପାଳ ପ୍ରତାପ ପ୍ରିତୀମୟ ପ୍ରଥମେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ...

ଫଳ ବେପାରୀଙ୍କ କବ୍‌ଜାରେ ରାମରାମ ଗଳି

କେନ୍ଦୁଝର, ୨୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହରରେ ଅବୈଧ କବ୍‌ଜା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଟ୍ରାଫିକ ସମସ୍ୟା ଲାଗି ରହିଛି। ପୌରପାଳିକା ଅଧୀନ ଥିବା ବିଭିନ୍ନ ଗଳିକନ୍ଦି ଏପରିକି ଜାତୀୟ ରାଜପଥ କଡ଼ଗୁଡିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି କବଜା କରିଥିବାରୁ ସାଧାରଣରେ ଯିବା...

ସାମାଜିକ ଦୂରତ୍ୱ, ମାସ୍କକୁ ପୋଲିସର ଗୁରୁତ୍ୱ

କେନ୍ଦୁଝର, ୨୯ା୫ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲଢେଇକୁ କଠୋର କରିବା ଲାଗି ଲକ୍‌ ଡାଉନର ପ୍ରଥମ ପର୍ଯ୍ୟାୟରେ ପୋଲିସ ହାତରେ ଧରିଥିଲା ଲାଠି। ଠିକ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଲକ୍‌ଡାଉନ୍‌କୁ ସଫଳ କରିଥିଲା। ତେବେ ଲକ୍‌ଡାଉନ ପର୍ଯ୍ୟାୟକ୍ରମେ କୋହଳ ହୋଇ...

ପୋଖରୀରେ ବୁଡ଼ି ନାବାଳିକାଙ୍କ ଜୀବନ ଗଲା

ରାଇରଙ୍ଗପୁର,୨୯ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ଅଧୀନ ଇଚିଣ୍ଡା ବସ୍ତୀର ଜଣେ ନାବାଳିକା ଗୁରୁବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବଜରଙ୍ଗ ବେହେରାଙ୍କ ଝିଅ ବେବିନା(୧୦)। ସେ ତିଳୋପୋଷିସ୍ଥିତ ତାଙ୍କ ମାମୁ ଘର ଗାଁ ପୋଖରୀକୁ ଅନ୍ୟ ସାଙ୍ଗମାନଙ୍କ...

ଦୁର୍ଘଟଣାରେ ଆହତ ଯୁବକଙ୍କ ଜୀବନ ଗଲା

ଖଇରା, ୨୯ା୫(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ଭାସ୍କରପୁର ଗ୍ରାମର ଜନ୍ମେଜୟ ପୁରୀ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସେ ମଙ୍ଗଳବାର ବାଇକରେ ଶ୍ବଶୁର ଘର ଭଦ୍ରକ ଘଣ୍ଟେଶ୍ୱରରୁ ଫେରୁଥିବା ବେଳେ ରାଣୀତାଲ ଛକ ନିକଟରେ ଏକ...

ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ମହିଳା

ବୋରିଗୁମ୍ମା,୨୮ା୫(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ କାଠରଗଡ଼ା ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳା ପ୍ରସବ କରିଛନ୍ତି। ବୁଧବାର ସାରେ ସେ ଏକ ଶିଶୁପତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମହିଳା ଏବଂ ତାଙ୍କ ସ୍ବାମୀ ଆନ୍ଧ୍ରପ୍ରଦେଶରୁ ଫେରି ୧୨ଦିନ...

ଘାଈରୁ ମାଟି ଉଠାଉଥିବା ଜେସିବିକୁ ୭୫ ହଜାର ଜରିମାନା

ବୁଗୁଡା,୨୮ା୫(ଡି.ଏନ୍‌.ଏ.)- ବୁଗୁଡା ତହସିଲ ଅନ୍ତର୍ଗତ ପଙ୍କଳବାଡି ଠାରୁ ଟିକରପଡା ମଧ୍ୟରେ ଥିବା ବଣଘାଈରୁ ଗୁରୁବାର ଅପରାହ୍ନରେ ଜେସିବି ସାହାଯ୍ୟରେ ବେଆଇନ ଭାବେ ମାଟି ଖୋଳି ଚାଲାଣ ଉଦ୍ୟମବେଳେ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ କର୍ମଚାରୀ ଚଢାଉ କରିଥିଲେ। ମାଟି...

ଚୌଧୁରୀଟିକରପଡାକୁ ଶଟ୍‌ଡାଉନ୍‌ କଲା ପ୍ରଶାସନ

ଦିଗପହଣ୍ଡି,୨୮ା୫(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଚୌଧୁରୀଟିକରପଡ଼ା ସରପଞ୍ଚ ସଞ୍ଜୁକ୍ତା ଚଣ୍ଡଙ୍କ ଅନୁରୋଧକ୍ରମେ ସମଗ୍ର ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ଥିବା କେତେଜଣ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ...

୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଲୁଟ୍‌: * ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ଧରାକୋଟ,୨୮ା୫(ଡି.ଏନ.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ୩ ବ୍ୟବସାୟୀଙ୍କ ଠାରୁ ଖଣ୍ଡା ଓ ମାଉଜର ଦେଖାଇ ନଗଦ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟି...

ଲକ୍ଷାଧିକ ଟଙ୍କା ହଡ଼ପ କରି ଅଭିଯୁକ୍ତ ଗିରଫ

ଯୋଡ଼ା, ୨୮।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଆର୍ଥ ମୁଭର୍ସ ଓ ଡିପି ସିଂ ନାମକ ଦୁଇଗୋଟି ବ୍ୟବସାୟିକ ସଂସ୍ଥାରେ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ଚମ୍ପୁଆ ଥାନା କାଳିକାପ୍ରସାଦ ଗ୍ରାମର ନରହରି ରାଉତଙ୍କୁ ଗୁରୁବାର ଗିରଫ କରିଛି।...

ପରିବାରର ୫ ଜଣଙ୍କୁ ଆକ୍ରମଣ, ୫ ଗିରଫ

ବଇଣ୍ଡା, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା କୋରାବ ଗ୍ରାମର ଏକ ପରିବାରର ୫ ଜଣ ସଦସ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁଜାଲିରେ ଆକ୍ରମଣ କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ. ୭୧/୨୦ରେ ଏକ ମାମଲା...

୩ ଘଣ୍ଟା ଉଡିଲା ପାଉଁଶ

କଣିହାଁ, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ୩ ଘଣ୍ଟା ଧରି ଏନ୍‌ଟିପିସି ପ୍ରକଳ୍ପରୁ ପ୍ରବଳ ମାତ୍ରାରେ ପାଉଁଶ ଉଡିଥିଲା। ଏଥିଯୋଗୁ ରାସ୍ତାରେ ଯାଉଥିବା ଲୋକେ ଅସୁବିଧା ଭୋଗିବା ସହ ମଶୁଣିହତା, ବଡହୀରା, ଡେରେଙ୍ଗ, ଭୂଇଁପୁର,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri