ଆମ ଜିଲା ଖବର

ରାସ୍ତାକଡ଼ରେ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

ଛେଣ୍ଡିପଦା,୨୮।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା କୋଶଳା ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥର କୋଶଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୨ ପିକଅପ୍‌ ଭ୍ୟାନକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ ଅଳ୍ପକେ...

ଆଉ ୨ ଟ୍ରେନରେ ଆସିଲେ ୩୩୪ ପ୍ରବାସୀ

ଭଦ୍ରକ ଅଫିସ,୨୮।୫: ଭଦ୍ରକ ଷ୍ଟେଶନରେ ଆଉ ୨ଟି ଟ୍ରେନ ପହଞ୍ଚିଛି। ତେବେ ଏହି ଟ୍ରେନରେ ସ୍ବଳ୍ପ ସଂଖ୍ୟକ ପ୍ରବାସୀ ଓହ୍ଲାଇଥିବା ଜଣାପଡ଼ିଛି। ରାତିରେ ଗୋଟିଏ ଟ୍ରେନ ସାଲେମ୍‌ରୁ ବାଲେଶ୍ୱର ଯାଇଥିବା ବେଳେ ସେଥିରୁ ୧୭୫ଜଣ ଭଦ୍ରକରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ...

ସୀମାନ୍ତରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ

ବରଗଡ଼ ଅଫିସ,୨୮।୫: ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମିଳିଛି। ହସ୍ତଗତ ହୋଇଥିବା ଆଧାର କାର୍ଡରୁ ତାଙ୍କ ପରିଚୟ ପଶ୍ଚିମବଙ୍ଗ ମାଲଦାର ୫୩ ବର୍ଷୀୟ ନୁରୁଲ...

ବାଦାମବାଡ଼ି ଶୂନଶାନ: ଗଡ଼ିଲାନି ବସ୍‌

କଟକ ଅଫିସ,୨୮।୫: ବସ୍‌ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଗୁରୁବାରଠାରୁ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସକାଳେ କିନ୍ତୁ ଏହାର ପ୍ରଭାବ କଟକ ବାଦାମବାଡ଼ିରେ ଦେଖିବାକୁ ମିଳିନି। ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଶୂନଶାନ ରହିଛି।...

ହୋଟେଲ ଖୋଲିବାକୁ ଅନୁମତି ମିଳୁ

ପୁରୀ ଅଫିସ,୨୮।୫: କାରୋନା ପାଇଁ ୨ ମାସରୁ ଊର୍ଦ୍ଧ୍ୱ ହେବ ପୁରୀ ହୋଟେଲ ଶିଳ୍ପରେ ତାଲା ଝୁଲୁଛି। ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ହଜାର ହଜାର କର୍ମଚାରୀ ଏବଂ ହୋଟେଲ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିର୍ଭର...

ସିଟି ହସ୍ପିଟାଲ: ସମସ୍ତଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ

କଟକ ଅଫିସ,୨୮।୫: ସିଟି ହସ୍ପିଟାଲର ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦ ଜଣ କର୍ମଚାରୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ବୁଧବାର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲା...

ନାଟଗୋଡ଼ରେ ଚାଲିଛି ରାହୁ ମୂର୍ତ୍ତି ଖୋଦେଇ

ପୁରୀ ଅଫିସ,୨୮।୫: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାମ ଆଗେଇ ଚାଲିଛି। ବୁଧବାର ପାଶଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ୱ ମୁହଁାଟ ଲାଗିଛି। ଏହାପରେ ପାର୍ଶ୍ୱ ମୁହଁାଟ ଉପରେ ଗୁଜ ଏବଂ ଜଳଯନ୍ତ୍ର (ପାର୍ଶ୍ୱ...

ପୁରୀ ଜିଲାର ୭ କରୋନା ଆକ୍ରାନ୍ତ ସୁସ୍ଥ

ପୁରୀ ଅଫିସ,୨୮।୫: ପୁରୀ ଜିଲାର ୭ଜଣ କରୋନା ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇଛନ୍ତି। ପୂର୍ବରୁ ୧୮ଜଣ ସୁସ୍ଥ ହୋଇଥିବାବେଳେ ନୂଆ ୭ଜଣଙ୍କୁ ମିଶାଇ ବର୍ତ୍ତମାନ ୨୫ଜଣ ଏହି ମହାମାରୀ କରୋନା କବଳରୁ ମୁକ୍ତି ପାଇଛନ୍ତି। ତେବେ ଏହି ୭ଜଣଙ୍କ ସମ୍ପର୍କରେ...

ନରେନ୍ଦ୍ର କୋଣରୁ ହଟିଲା କଣ୍ଟେନମେଣ୍ଟ ନିର୍ଦ୍ଦେଶନାମା

ପୁରୀ ଅଫିସ,୨୮।୫: ନରେନ୍ଦ୍ର କୋଣ ଅଞ୍ଚଳରୁ ଗତ ୧୭ତାରିଖରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌(ଆବଦ୍ଧ ଅଞ୍ଚଳ) ଘୋଷଣା କରିଥିଲା। ବଡ଼ଦାଣ୍ଡ ମାର୍କେଟ ଛକରୁ ଅକ୍ଷୟପାତ୍ର ଲେନ୍‌ ଭାୟା ନରେନ୍ଦ୍ରକୋଣ...

ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍‌ ଅବସରରେ ଅଳଙ୍କାର ଦୋକାନରୁ...

ବାଲି ଫିଲିଂକୁ ନେଇ ବଢୁଛି ଅସନ୍ତୋଷ

କଟକ ଅଫିସ,୨୮।୫: ବରଫି ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାତାମଠ ମଣାଣିରେ ବାଲି ଫିଲିଂ କାର୍ଯ୍ୟକୁ ବିରୋଧ କରିଛନ୍ତି କଟକର ତେଲୁଗୁ ସମ୍ପ୍ରଦାୟ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି।  ତେଲୁଗୁ ସମ୍ପ୍ରଦାୟର କେହି ମୃତ୍ୟୁ ହେଲେ ସତ୍କାର...

CORONAVIRUS UPDATE: ବରଗଡ଼ରେ ଦ୍ବିତୀୟ କରୋନା ପଜିଟିଭ୍‌ ଚିହ୍ନଟ

ବରଗଡ଼ ଅଫିସ, ୨୮।୫: ବରଗଡ଼ ଜିଲାରେ ଗୁରୁବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ବରପାଲି ବ୍ଲକ ଅଞ୍ଚଳର ୪୦ବର୍ଷୀୟ ପୁରୁଷ ଏବଂ ସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି। ଏନେଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri