ଆମ ଜିଲା ଖବର

ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା

ନରାଜ, ୨୮।୫ (ଡି.ଏନ୍‌.ଏ.): କରୋନା ଓ ଲକ୍‌ଡାଉନ୍‌ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା, ୨୦୧୯ ଫନୀ ପରେ ଏବେ ଏସିଆ ମହାଦେଶର ଏହି ସର୍ବବୃହତ୍‌ ଚିଡ଼ିଆଖାନା ଉପରେ କରୋନା ମାଡ଼ ପଡ଼ିଛି। ମାର୍ଚ୍ଚ ୧୫ରୁ...

ଷ୍ଟେଶନ୍‌ ପରିସରରେ ପଡ଼ିଛି ପିପିଇ

ଅନୁଗୋଳ ଅଫିସ, ୨୮।୫ – ଅନୁଗୋଳ ରେଳ ଷ୍ଟେଶନ ପରିସରରେ ଏଣେତେଣେ ପଡ଼ିଛି କେତେକ ବ୍ୟବହୃତ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁମେଣ୍ଟ ବା ପିପିଇ। ଏହାକୁ ନେଇ ରେଳ କର୍ମଚାରୀ ଓ କଲୋନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ସୋମବାର...

ଭୟ କମାଉଛି ଭର୍ଚୁଆଲ କ୍ଲାସ୍‌

(ସୁଧୀର କୁମାର ପରିଡ଼ା) କାମାକ୍ଷାନଗର, ୨୮।୫ – ଲକ୍‌ଡାଉନ୍‌ କୋହଳ ପରେ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଜୀବନ। ହେଲେ ଛାତ୍ରୀଛାତ୍ର ଏବଂ ଶିକ୍ଷାୟତନ ମଧ୍ୟରେ ବ୍ୟବଧାନ ଯେମିତି ଥିଲା ସେମିତି ରହିଛି। ସରକାରୀ କଟକଣା ଯୋଗୁ ପାଖାପାଖି ୨ମାସ...

କ୍ଷତିପୂରଣ ଦାବି କଲେ ଚାଷୀ

ଭଦ୍ରକ ଅଫିସ, ୨୮ା୫- ବାତ୍ୟା ଅମ୍ଫନ୍‌ ଓଡ଼ିଶାରେ ଅତ୍ୟନ୍ତ କ୍ଷତିଗ୍ରସ୍ତ କରିଛି। ମୁଖ୍ୟତଃ ଏହାଦ୍ୱାରା ଚାଷୀ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ଜିଲାର ଚାଷୀ, କୃଷି ଶ୍ରମିକ, ମାଛଧରା ଶ୍ରମିକ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବି ନେଇ ଓଡ଼ିଶା...

ଜନବସତିରେ ପଶିଲା ବାର୍‌ହା : ଲୋକେ ଆତଙ୍କିତ

ଉଦଳା,୨୮ା୫ (ଡି.ଏନ.ଏ) – ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିିଛି ଜଙ୍ଗଲ। ଯାହାଫଳରେ ବିଭିନ୍ନ ସମୟରେ ସେମାନେ ଜନବସତି ମୁହଁ। ହେଉଛନ୍ତି। ମୟୂରଭଞ୍ଜ ଜିଲା ଉଦଳା ଏନଏସି ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏକ ବାର୍‌ହା ଜନବସତିରେ ପଶି...

ଘରେ ପହଞ୍ଚିବା ସ୍ବପ୍ନ ଅଧୁରା ରହିଲା

ସୋନପୁର,୨୮ା୫(ନି.ପ୍ର.)  ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢି ଚାଲିଛି। ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗକୁ ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ନାମ ଜମିରୁଲ ଇସଲାମ(୩୮)। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜମିରୁଲଙ୍କ ସ୍ବାବ୍‌ ନମୁନା ସଂଗ୍ରହ...

ଘାଟି ରାସ୍ତାରେ ଦୁର୍ଘଟଣା: ୧୦ ଆହତ

ବାଙ୍ଗିରିପୋଷି,୨୮ା୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ଟେମ୍ପୋ ଓ କାର୍‌ ମଧ୍ୟରେ ଧକ୍କା ହେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ...

ଆଶାୟୀଙ୍କ ଆମରଣ ଅନଶନ: ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବାରିପଦା ଅଫିସ,୨୮ା୫- କୋଭିଡ୍‌-୧୯ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ମଲ୍ଟି ପ୍ରପୋଜ ହେଲଥ୍‌ ୱାର୍କର ( ସ୍ବାସ୍ଥ୍ୟ କର୍ମୀ) ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବୁଧବାର ଆଶାୟୀ ପ୍ରାର୍ଥୀନୀମାନେ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ...

ସହାୟତା ଦାବି କଲା ପଞ୍ଚତାଳ ଦୁଲଦୁଲି ସଂଘ

ଦେଓଗାଁ,୨୮ା୫(ଡି.ଏନ.ଏ)  ବଲାଙ୍ଗୀର ଜିଲା ଦେଓଗାଁ, ଗୁଡଭେଲା ଓ ସଇଁନ୍ତଲା ବ୍ଲକର ସମସ୍ତ ଦୁଲଦୁଲି ଓ ବ୍ୟାଣ୍ଡବାଜା ପାର୍ଟିକୁ ନେଇ ଗଠିତ ପଞ୍ଚତାଳ ଦୁଲଦୁଲି ସଂଘ ବୁଧବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ା ବର୍ତ୍ତମାନ କରୋନା ମହାମାରୀ ଯୋଗୁ...

ପ୍ରବାସୀଙ୍କୁ ନେଇ ଆଜି ଆସିବ ଆଉ ଏକ ଟ୍ରେନ୍‌

ବାରିପଦା ଅଫିସ,୨୮ା୫-ଲକ୍‌ଡାଉନ ଯୋଗୁ ବାଙ୍ଗାଲୋରରେ ଫସି ରହିଥିବା ପ୍ରବାସୀମାନଙ୍କୁ ନେଇ ପୁଣି ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଗୁରୁବାର ମୟୂରଭଞ୍ଜ ଜିଲାର ବାରିପଦାକୁ ଆସିବ। ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଏହି ଟ୍ରେନଟି ବାଙ୍ଗାଲୋର ଷ୍ଟେସନରୁ ପ୍ରବାସୀ ଶ୍ରମିକଙ୍କୁ ନେଇ...

ଖରିଫରେ ୧,୩୦,୧୫୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ

ସୋନପୁର,୨୮ା୫(ନି.ପ୍ର.):  ୨୦୨୦-୨୧ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାରେ ୧,୩୦,୧୫୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ବୁଧବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକରେ ଏ ବିଷୟରେ...

କୃଷକଙ୍କ ସମସ୍ୟା ନେଇ ଦାବିପତ୍ର

ରେମୁଣା,୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ତହସିଲଦାରଙ୍କ ଜରିଆରେ ବୁଧବାର ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍‌ ପକ୍ଷରୁ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ତଥା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା କୃଷକ ସମସ୍ୟା ପ୍ରତି ଅବହେଳା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri