ଆମ ଜିଲା ଖବର

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ରେଞ୍ଜର

କଟକ ଅଫିସ,୨୭।୫: ବେଆଇନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ମନମୋହନ ସ୍ବାଇଁଙ୍କୁ ମଙ୍ଗଳବାର ସକାଳେ ଧରିଛି ଭିଜିଲାନ୍ସ। ସେ ଏକ ବୋଲେରୋ (ଓଡି୦୨ ଏପି ୪୨୮୮)ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଆସୁଥିଲେ। ମହାନଦୀର ମୁଣ୍ଡଳୀ...

ନବଜାତ ଶିଶୁ, ମହିଳାଙ୍କୁ ଛତିଶଗଡ଼ ପଠାଇଲା ପ୍ରଶାସନ

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୭ା୫ (ଡି.ଏନ.ଏ.) – ଗତ ୨୪ ତାରିଖ ଦିନ ତେଲେଙ୍ଗାନାର କାଜିପେଟରୁ ବଲାଙ୍ଗୀର ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଛତିଶଗଡର ପ୍ରବାସୀ ଗର୍ଭବତୀ ମହିଳା ହେମକାନ୍ତି ବିଶ୍ୱକର୍ମାଙ୍କ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ା ଟିଟିଲାଗଡ ରେଳଷ୍ଟେଶନ୍‌ରେ...

ଚେନ୍‌ ପୁଲିଂ କରି ଓହ୍ଲାଇଲେ ୧୮ ପ୍ରବାସୀ

ବଇଣ୍ଡା,୨୭ା୫(ଡି.ଏନ.ଏ.) – ଗୁଜରାଟରୁ ପ୍ରବାସୀଙ୍କୁ ନେଇ କଟକ ଆସୁଥିବା ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍‌ର ଚେନ୍‌ ପୁଲିଂ କରି ମଙ୍ଗଳବାର ସନ୍ଧ୍ୟାରେ ୧୮ଜଣ ଶ୍ରମିକ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମ୍ବୁନାଳୀଠାରେ ଓହ୍ଲାଇ ପଡ଼ିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ...

ବାପିଙ୍କ ସହ ବନ୍ଧୁକ ବେପାରୀ ଗିରଫ

ଅନୁଗୋଳ ଅଫିସ, ୨୭।୫ – ବେଆଇନ ଭାବେ ୩ ବନ୍ଧୁକ ଓ ୯ ରାଉଣ୍ଡ ଗୁଳି ରଖିବା ଅଭିଯୋଗରେ ଲିଙ୍ଗିରାଯୋଡ଼ି ଅଞ୍ଚଳର ବାପି ଓରଫ ସତ୍ୟଜିତ ପ୍ରଧାନ ଏବଂ ତାଙ୍କୁ ବନ୍ଧୁକ ବିକିଥିବା ସମ୍ବଲପୁରର ମହେଶ ମହାପାତ୍ରଙ୍କୁ ଅନୁଗୋଳ ପୋଲିସ...

ଭବିଷ୍ୟତ ଚିନ୍ତାରେ ୫,୨୨୭ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୭।୫ – ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷାରେ ସକ୍ଷମ କରାଇବାକୁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା। ସେମାନଙ୍କ ହାତରେ ଖଡ଼ି ଧରାଇବାକୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। ହେଲେ ଠିକ୍‌ ସମୟରେ...

ବେପାର ବୁଡ଼ାଇଲା ବେମାର

ବଅଁରପାଳ,୨୭ା୫(ଡି.ଏନ.ଏ.) – ଲକ୍‌ଡାଉନ କୋହଳ ହେଲାଣି। ଘରୁ ବାହାରି ଲୋକେ ବଜାର ଧରିଲେଣି। ହେଲେ ମୁହଁରୁ ଖସୁନି ମାସ୍କ କି ସାଥିରୁ ହଟୁନି ସାନିଟାଇଜର। ପୁଣି ସନ୍ଧ୍ୟାରୁ ସକାଳ ଯାଏ ଲାଗିଛି କର୍ଫ୍ୟୁ। କଟକଣା ନ ମାନିଲେ ଦେବାକୁ ପଡ଼ୁଛି...

କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩: ଦିନକରେ ୭ ଚିହ୍ନଟ, ଜଣଙ୍କୁ ନେଇ ଚିନ୍ତା

ଫୁଲବାଣୀ ଅଫିସ, ୨୭ା୫-କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୋଟିଏ ଦିନରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଚିହ୍ନଟ ୭ଜଣଙ୍କ ମଧ୍ୟରୁ ୬ ଜଣ ତାମିଲନାଡୁ ଫେରନ୍ତା। ସେମାନେ...

ତହସିଲ୍‌ଦାରଙ୍କୁ ଧମକ ମାମଲା, ଜେଲ ଗଲେ ଅଭିଯୁକ୍ତ

ଚିକିଟି,୨୭ା୫(ଡି.ଏନ.ଏ.)- କ୍ୱାରାଣ୍ଟାଇନ୍‌ ସେଣ୍ଟର ନିକଟରେ କ୍ରିକେଟ ଖେଳୁଥିବାବେଳେ ବାରଣ କରିବାରୁ ପାତ୍ରପୁର ତହସିଲଦାରଙ୍କୁ ଗାଳିଗୁଲଜ ଓ ଧମକ ମାମଲାରେ କେ.ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ନୂଆ ମୈଶାନପୁର ଗ୍ରାମର ତ୍ରିପତି...

ଦୁଇ ଯୁବକଙ୍କୁ ଅପହରଣ: ଜଣେ ଉଦ୍ଧାର, ଅନ୍ୟଜଣଙ୍କ ପତ୍ତା ମିଳୁନି

ପାଟପୁର,୨୭ା୫- ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଶ୍ରୀରାମନଗର ଗ୍ରାମରୁ ୨ ଜଣ ଯୁବକକୁ ଶନିବାର ଅପରାହ୍ନରେ ଅପହରଣ କରାଯାଇଥିଲା। ଜଣଙ୍କୁ ହାତଗୋଡ ବନ୍ଧାବେଳେ ଗ୍ରାମବାସୀ ରବିବାର ଉଦ୍ଧାର କରିଥିବାବେଳେ ଅନ୍ୟଜଣଙ୍କ ପତ୍ତା ମିଳିନାହିଁ। ଏନେଇ ପାଟପୁର ପୋଲିସ ନଂ.୧୧୫/୨୦ରେ ମାମଲା...

ସୁରଟରୁ ଟ୍ରେନ୍‌ରେ ଫେରୁଥିବା ବେଳେ ଅଧାବାଟରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.)- ବେଲଗୁଣ୍ଠା ବ୍ଲକ ମଙ୍ଗଳପୁରର ଗ୍ରାମର ଜଣେ ମଙ୍ଗଳବାର ସୁରଟରୁ ଟ୍ରେନ ଯୋଗେ ଫେରୁଥିଲେ। ବାଟରେ ମହାରାଷ୍ଟ୍ରର କର୍ଣ୍ଣୋର ଷ୍ଟେଶନ ଠାରେ ସେ ସଂଜ୍ଞାହୀନ ହୋଇ ପଡିଥିଲେ। ତାଙ୍କୁ ସାଙ୍ଗମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବିଳମ୍ବିତ...

ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ: ୨ ଅନ୍ତେବାସୀଙ୍କ ବିରୋଧରେ ଏତଲା ଦେଲେ ସରପଞ୍ଚ

ଭଞ୍ଜନଗର,୨୭।୫(ଡି.ଏନ.ଏ)-ତାରସିଂ ଥାନା ଗାଲେରୀ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ବୁଧବାର ହୋହଲ୍ଲା କରିବା ସହ ଖାଦ୍ୟ ଗ୍ରହଣ କରିନଥିଲେ। ଏହାପରେ ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା। ମଙ୍ଗଳବାର ଗାଲେରୀ ସରପଞ୍ଚ ତାରସିଂ ଥାନାରେ ୨ଜଣ ଅନ୍ତେବାସୀଙ୍କ...

ବଧୂ ହତ୍ୟା ଅଭିଯୋଗ

ଭଣ୍ଡାରିପୋଖରୀ, ୨୭।୫ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ଗ୍ରାମରେ ଜଣେ ମହିଳାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତମହିଳା ହେଲେ ପ୍ରମିଳା ଦାସ। ପ୍ରମିଳାଙ୍କ ସାନ ବାପା ବସନ୍ତ ପାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଭଣ୍ଡାରିପୋଖରୀ ଥାନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri