ଆମ ଜିଲା ଖବର

ଡ୍ରାଇଭରଙ୍କୁ ମାଡ଼ ମାରି ପ୍ରବାସୀ ଯୁବକ ଫେରାର

ପଦ୍ମପୁର, ୨୭ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ବିରସ ରାସ୍ତାର ସୁଇସଗେଟ୍‌ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରବାସୀ ଯୁବକ ବସ୍‌ ଡ୍ରାଇଭର ଓ ଦୁଇଜଣ ଯୁବକଙ୍କୁ ମାଡ଼ ମାରି ଡ୍ରାଇଭରଙ୍କ ପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ଭଣ୍ଡାରିପୋଖରୀଠାରୁ ଏକ...

ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିିଲେ ୨୮୪ ପ୍ରବାସୀ

ବାରିପଦା ଅଫିସ,୨୭ା୫- ଲକ୍‌ଡାଉନ ଯୋଗୁ ତାମିଲନାଡ଼ୁରେ ଫସି ରହିଥିବା ୨୮୪ ପ୍ରବାସୀ ମଙ୍ଗଳବାର ସ୍ବତନ୍ତ୍ର ଟ୍ରେନ୍‌ରେ ମୟୂରଭଞ୍ଜ ଜିଲା ବାରିପଦାକୁ ଫେରିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରୁ ୨୧୮ ଜଣ ମୟୂରଭଞ୍ଜ ଜିଲାର ହୋଇଥିବା ବେଳେ ୬୬ ଜଣ ଅନ୍ୟ ଜିଲାର।...

୪ ଜିଲାରେ ଅମ୍ଫନ ପ୍ରଭାବ: ବିଦ୍ୟୁତ୍‌ ବିଭାଗର ୬୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି

ବାଲେଶ୍ୱର ଅଫିସ,୨୭।୫-ମହାବାତ୍ୟା ଅମ୍ଫନ ଉତ୍ତରଓଡ଼ିଶାରେ ତାଣ୍ଡବ ରଚିଥିଲା। ଏଥିରେ ବିଦ୍ୟୁତ୍‌ ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ୩୩କେଭି, ୧୧କେଭି ଏବଂ ଏଲ୍‌ଟି ଲାଇନ୍‌ ଖୁଣ୍ଟି ଭାଙ୍ଗି ଯାଇଥିବା ବେଳେ ତାର ଛିଣ୍ଡି ତଳେ ପଡ଼ିଥିଲା। ଏଥିରେ...

ପ୍ରବାସୀଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ବିଡିଓଙ୍କ ନିଲମ୍ବନ ଦାବିରେ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଲଙ୍ଗଳେଶ୍ୱର, ୨୭।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା ଇତିମଧ୍ୟରେ ୧୩ ଦିନ ପୂରିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦ କରି ମଙ୍ଗଳବାର ବାଲିଆପାଳ ସୂଚନା ଅଧିକାର ସଂଘ ନେତୃତ୍ୱରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ...

‘ଅମ୍ଫନ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ଦାବିପତ୍ର

ବାଲିଆପାଳ,୨୭।୫(ସ୍ବ.ପ୍ର.)- ଅମ୍ଫନ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଚାଷୀ ଏକତା ମଞ୍ଚ ଓ ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କୁ ଦାବିପତ୍ର ପ୍ରଦାନ...

ଜେଲ ଫେରନ୍ତାଙ୍କ ଆତଙ୍କରାଜ୍‌, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଗଞ୍ଜାମ,୨୬ା୫(ଡି.ଏନ.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ କାର୍ତ୍ତିକଢ଼ି ଗ୍ରାମରେ ଜଣେ ଜେଲ ଫେରନ୍ତା ଯୁବକଙ୍କ ଆତଙ୍କରାଜ ନେଇ ଶତାଧିକ ଗ୍ରାମବାସୀ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି। ସରପଞ୍ଚ ଡି. ନିରଞ୍ଜନ ରେଡ୍ଡିଙ୍କ ନେତୃତ୍ୱରେ ହୁମ୍ମା-ପୁରୁଷୋତ୍ତମପୁର ମୁଖ୍ୟରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତଙ୍କ...

ଟ୍ରକ୍‌ ସହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ମୁହାଁମୁହିଁ: ୧୦ ଆହତ, ୩ ଗୁରୁତର

ବାଲିଗୁଡା/ତୁମୁଡିବନ୍ଧ,୨୬ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ କିନରପଡା ଗ୍ରାମ ନିକଟରେ ସୋମବାର ରାତି ପ୍ରାୟ ୧୧ଟାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଘରୋଇ ବସ୍‌ ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଆହତ...

ସନ୍ଥ କବିଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ : ପ୍ରତିବାଦରେ କୌପିନଧାରୀଙ୍କ ଦାବିପତ୍ର

କେନ୍ଦୁଝର, ୨୬ା୫ (ସ୍ବ.ପ୍ର./ଡି.ଏନ.ଏ.) -‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ’। ‘ମୋ ଜୀବନ ପଛେ ନର୍କ ପଡିଥାଉ ଜଗତ ଉଦ୍ଧାର ହେଉ।’ ସନ୍ଥକବି ଭୀମଭୋଇଙ୍କ ଏହି ଆଲେଖ ଭାରତ ପାର୍ଲିଆମେଣ୍ଟ ଭବନ ତଥା ମିଳିତ ଜାତିସଂଘରେ...

ଧାନ ବିକି ଚାଷୀ ହତାଶ: ପ୍ରତିବାଦରେ ବ୍ଲକ ସମ୍ମୁଖରେ ଅନଶନ

କେନ୍ଦୁଝର, ୨୬ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାର ସାହାରପଡା ଲ୍ୟାମ୍ପସରେ ଧାନ ବିକି ସହାୟକ ମୂଲ୍ୟ ପାଇ ନଥିବା ୬୦ରୁ ଊର୍ଦ୍ଧ୍ୱ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ପ୍ରତିବାଦରେ ମଙ୍ଗଳବାର ବ୍ଲକ ସମ୍ମୁଖରେ ଅନଶନ କରିଛନ୍ତି। ସାଂପ୍ରତିକ ସମୟରେ ଜୀବନ-ଜୀବିକାକୁ ନେଇ ମଣିଷ...

୪ ଟ୍ରେନରୁ ଓହ୍ଲାଇଲେ ପ୍ରବାସୀ

ଭଦ୍ରକ ଅଫିସ,୨୬ା୫- ଭଦ୍ରକ ଷ୍ଟେଶନରେ ସୋମବାର ୩ଟି ଟ୍ରେନରେ ପ୍ରବାସୀ ଓଡ଼ିଆ ଓହ୍ଲାଇଛନ୍ତି। ସୋମବାର ଅପରାହ୍ନରେ ହାଇଦ୍ରାବାଦରୁ ଏକ ଟ୍ରେନ ଆସି ଭଦ୍ରକରେ ପହଞ୍ଚିଥିଲା। ସେଥିରେ ୧୫୪୧ଜଣ ପ୍ରବାସୀ ଓଡ଼ିଆ ଥିଲେ। ଭଦ୍ରକ ଜିଲା ବ୍ୟତୀତ ଆଉ ୧୬ଟି ଜିଲାର...

ବ୍ୟାଙ୍କରେ ଅବ୍ୟବସ୍ଥା: ଖରାରେ ଗ୍ରାହକଙ୍କ ଲମ୍ବା ଲାଇନ୍‌

ଚମ୍ପୁଆ,୨୬ା୫(ଡି.ଏନ.ଏ)- ଚମ୍ପୁଆ ଅଞ୍ଚଳରେ ଗ୍ରାହକମାନଙ୍କୁ ସେବା ଯୋଗାଉଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ନାନା ସମସ୍ୟା ଦେଖାଦେଇଛି। ଘଣ୍ଟା ଘଣ୍ଟା ଧରି ଗ୍ରାହକମାନେ ଖରାରେ ଠିଆ ହେଉଥିଲେ ବି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା...

ସଙ୍ଗରୋଧ କେନ୍ଦ୍ରରେ ଶିକ୍ଷକଙ୍କୁ ମାଡ଼ ଘଟଣା : କାର୍ଯ୍ୟାନୁଷ୍ଠାନ ଦାବି କଲା ଓଷ୍ଟା

ବାଲେଶ୍ୱର ଅଫିସ, ୨୬।୫-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ଥିବା ତୋଟାପଡ଼ା ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ଗତ ୨୪ ତାରିଖରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏହି ଖବର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri