ଆମ ଜିଲା ଖବର

ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଉଥିବା ଯୁବକ ଅଟକ

ଖଇରା,୨୦।୫(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବଡ ଜୟିପୁର ହାଇସ୍କୁଲର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବା ସଙ୍ଗରୋଧ କେନ୍ଦ୍ରରୁ ଲୁଚି ଘରକୁ ପଳାଇ ଯାଉଥିବା ଜଣେ ପ୍ରବାସୀଙ୍କୁ ଗ୍ରାମବାସୀ କାବୁକରି ପୁଣି କେନ୍ଦ୍ରକୁ ଫେରାଇ ନେଇଛନ୍ତି । ଉକ୍ତ...

ହାଟଡିହୀ ଫେରିଲେ ୧୦୩୯ ପ୍ରବାସୀ

ହାଟଡିହୀ,୨୦।୫(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ୩୧ଟି ପଞ୍ଚାୟତ ଅଛି। ବାହାର ରାଜ୍ୟରେ ରହି କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ଚଳିତ ମାସ ଗତ ୧୮ ତାରିଖ ସୁଦ୍ଧା ୧୦୩୯ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା...

୪ ପଞ୍ଚାୟତରେ କଣ୍ଟେନମେଣ୍ଟ ଅବଧି ୭ ଦିନ ବଢିଲା

ହାଟଡିହୀ,୨୦।୫(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୪ଟି ପଞ୍ଚାୟତରେ କଣ୍ଟେନମେଣ୍ଟ ଅବଧିକୁ ଜିଲାପାଳ ଆଶିଷ ଠାକରେ ୭ ଦିନ ବୃଦ୍ଧି କରିଛନ୍ତି। ଆଦେଶନାମା ନଂ ୧୦୮୬/୧୮।୫।୨୦୨୦ଅନୁସାରେ ଢେଙ୍କା ପଞ୍ଚାୟତର ଢେଙ୍କା ହାଇସ୍କୁଲ ଆଇସୋଲେଶନ କେନ୍ଦ୍ର ଠାରୁ ୧୦୦ ମିଟର ଦୂରତା...

ନିଶ୍ଚିନ୍ତକୋଇଲିରେ ଅମ୍ଫନ୍‌ ରଚିଲା ତାଣ୍ଡବ

ନିଶ୍ଚିନ୍ତକୋଇଲି,୨୦।୫(ସ୍ବ.ପ୍ର.): ମହାବାତ୍ୟା ଅମ୍ଫନ୍‌ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବୁଧବାର ତାଣ୍ଡବ ରଚିଛି। ଏହି ବ୍ଲକରେ ଥିବା ୪୧ଟି ପଞ୍ଚାୟତ ମଧ୍ୟରୁ ୩୦ଟିରେ ଗମନାଗମନ ଠପ୍‌ ହୋଇଯାଇଛି। ସେହିପରି ଅସୁରେଶ୍ୱରରୁ ୨୨୩ଜଣଙ୍କୁ ଓ କାଟିକଟା ପଞ୍ଚାୟତରୁ ୩୦୦ଜଣଙ୍କୁ ସୁରକ୍ଷିତ ସ୍ଥାନକୁ...

ରାୟଗଡ଼ାର ୬୬୭ ସ୍ବାବ୍‌ ନମୁନା ନେଗେଟିଭ୍‌

ରାୟଗଡ଼ା ଅଫିସ,୨୦ା୫: ରାୟଗଡ଼ା ଜିଲାରୁ ଗତ ୧୫ ତାରିଖରେ ୧୩ତମ ପର୍ଯ୍ୟାୟରେ ୮୬ଜଣଙ୍କର ସ୍ବାବ୍‌ ନମୁନା ପରୀକ୍ଷା ନିମନ୍ତେ ଆର୍‌ଏମ୍‌ଆରସି ଭୁବନେଶ୍ୱର ପଠାଯାଇଥିଲା। ସେଥିରୁ ସମସ୍ତ ନମୁନା ନେଗେଟିଭ୍‌ ଆସିଛି। ଜିଲାରୁ ବର୍ତ୍ତମାନ ସୁଦ୍ଧା ୬୬୭ଜଣଙ୍କର ସ୍ବାବ୍‌ ନମୁନା ପରୀକ୍ଷା...

ଜଗତସିଂହପୁରରେ ‘ଅମ୍ଫନ୍‌’ ପ୍ରଭାବ: ଭାଙ୍ଗିଲା କଚ୍ଚା ଘର, ବିଦ୍ୟୁତ୍‌ ସେବା ଠପ୍‌; ଗଛ ଉପୁଡ଼ି ଗମନାଗମନ ବାଧାପ୍ରାପ୍ତ

ଜଗତସିଂହପୁର ଅଫିସ, ୨୦।୫: ବାତ୍ୟା ଅମ୍ଫନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା l ସୌଭାଗ୍ୟବଶତଃ ବାତ୍ୟା ଟଳି ଯାଇଥିବାବେଳେ କୌଣସି ଲୋକଙ୍କ ଜୀବନହାନୀ ଘଟିନାହିଁ। କିନ୍ତୁ ଜିଲାର ବିଭିନ୍ନ ସ୍ଥାନରେ ଗଛ ପଡି ଗମନାଗମନରେ...

ମାଲକାନଗିରି ଛୁଇଁଲା କରୋନା: ୨ ଚେନ୍ନାଇ ଫେରନ୍ତା ପଜିଟିଭ୍‌ ଚିହ୍ନଟ

ମାଲକାନଗିରି,୨୦।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଛୁଇଁଲା କରୋନା। ବୁଧବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଦ୍ୱୟ ଚେନ୍ନାଇ ଫେରନ୍ତା। ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି। ପଜିଟିଭ୍‌ ଚିହ୍ନଟ ହେବା ପରେ କ୍ୱାରାଣ୍ଟାଇନ୍‌...

କରୋନାରେ ମୃତ୍ୟୁ ସନ୍ଦେହ: କୁଏତରୁ ପୁଅଙ୍କ ମୃତଦେହ ଆଣିବାକୁ ବାପାଙ୍କ ନିବେଦନ

ଛତ୍ରପୁର, ୨୦।୫(ଡି.ଏନ୍‌.ଏ.)- କୁଏତରେ ମଙ୍ଗଳବାର ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ କାଳୀପାଲି ପଞ୍ଚାୟତ ବଡପୁଟି ଗାଁର ଡି. ଗଣପତିଙ୍କ ପୁଅ ରମେଶ(୨୯)। ତାଙ୍କର ମୃତଦେହ ଭାରତକୁ ଆଣିବାର ବ୍ୟବସ୍ଥା କରିବା...

ତେଲଙ୍ଗାନାରୁ ଆସିଲେ ୧୬୦ ପ୍ରବାସୀ ଓଡ଼ିଆ

ରାୟଗଡ଼ା ଅଫିସ,୨୦ା୫: ତେଲଙ୍ଗାନା ରାଜ୍ୟକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା,କୋରାପୁଟ, ନବରଙ୍ଗପୁର,କନ୍ଧମାଳ ଓ ମାଲକାନଗିରି ଜିଲାର କିଛି ଲୋକ ଯାଇଥିଲେ। କରୋନା ପାଇଁ ଲକ୍‌ଡାଉନ ହେବାରୁ ବିଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ସେଠାରୁ ସତନ୍ତ୍ର ଟ୍ରେନ୍‌...

ରାସ୍ତାରେ ଉପୁଡ଼ିପଡ଼ିଛି ବିଦ୍ୟୁତ୍‌ ଖୁଣ୍ଟ: ଯାତାୟାତ ବାଧାପ୍ରାପ୍ତ

ରତ୍ନଗିରି,୨୦ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ମିଳିମିଳାପୁର ଗ୍ରାମରେ ବାତ୍ୟା ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ରାସ୍ତାରେ ବଡ଼ବଡ଼ ଗଛ ପଡ଼ିଥିବାରୁ ଗମନାଗମନ ଏକ ପ୍ରକାର ବନ୍ଦ ହୋଇଯାଇଛି। ରାସ୍ତା ଉପରେ...

ଆନ୍ଧ୍ର-ଗଞ୍ଜାମ ସୀମାନ୍ତରେ ୨୪ ଘଣ୍ଟିଆ ଅନ୍‌ଲାଇନ୍‌ ପଞ୍ଜୀକରଣ

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ -ଗଞ୍ଜାମ ଜିଲା ସୀମାନ୍ତ ଗିରିଶୋଳା ତନଖି ଫାଟକରେ ଅନ୍ୟ ରାଜ୍ୟରୁ ଆସୁଥିବା ଗାଡ଼ି ଓ ଶ୍ରମିକଙ୍କ ୨୪ ଘଣ୍ଟିଆ ପଞ୍ଜୀକରଣ କରାଯାଉଛି। କୋଭିଡ୍‌ ପୋର୍ଟାଲରେ ଅନ୍‌ଲାଇନ୍‌ରେ ହେଉଥିବା ଏହି ପଞ୍ଜୀକରଣ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହେଉଛି।...

ଅନ୍ତରୀଣ କମିଟି ଗଠନକୁ ବିରୋଧ

କଟକ ଅଫିସ୍‌,୨୦।୫: ଲକ୍‌ଡାଉନ୍‌ ଯୋଗୁ ହାଇକୋର୍ଟ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ସ୍ଥଗିତ ରଖିଛନ୍ତି। ଏଣୁ ଓକିଲ ସଂଘଗୁଡ଼ିକର ପରିଚାଳନା ପାଇଁ ଅନ୍ତରୀଣ କମିଟି ଗଠନ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟି ନିଷ୍ପତ୍ତି ନେଇଥିଲା। ସମସ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri