ଆମ ଜିଲା ଖବର

ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା,ପବନ: ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

ବାରିପଦା ଅଫିସ,୨୦ା୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବୁଧବାର ଭୋର୍‌ ୩ଟାରୁ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଲାଗିରହିଛି। ଜିଲାର...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ ଜଣ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌

ଶେରଗଡ଼,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଗତ ୨୯ ଏପ୍ରିଲ୍‌ରୁ ସୁରଟରୁ ଆସିଥିବା ପ୍ରବାସୀମାନେ ରହିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ବୁଧବାର ଏହି ସମସ୍ତଙ୍କୁ ଘରକୁ ଛଡ଼ାଯାଇଛି। ସେମାନେ ନିଜ ଘରେ ୭...

ପ୍ରଥମ ବ୍ୟାଚ୍‌ରେ ୨୩୬ ଜଣଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଲା: ସ୍ବାସ୍ଥ୍ୟକର୍ମୀ ସାର୍ଟିଫିକେଟ୍‌ ଦେଇ ଘରକୁ ପଠାଗଲା

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରଥମ ବ୍ୟାଚ୍‌ରେ ୨୩୬ ଜଣଙ୍କ କ୍ୱାରାଣ୍ଟାଇନ୍‌ ଅବଧି ବୁଧବାର ଶେଷ ହୋଇଛି। ଏମାନଙ୍କୁ ପ୍ରଶାସନ ପକ୍ଷରୁ ଡିସ୍‌ଚାର୍ଜ କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ କେନ୍ଦ୍ରାପଡ଼ାବାସୀ ଆତଙ୍କିତ: ୧୨୦ କିମି ବେଗରେ ବହୁଛି ପବନ, ୮ ହଜାର ଲୋକ ସ୍ଥାନାନ୍ତର

କେନ୍ଦ୍ରାପଡା ଅଫିସ, ୨୦ା୫: ସାମୁଦ୍ରିକ ଝଡ଼ ‘ଅମ୍ପନ’ କେନ୍ଦ୍ରାପଡ଼ା ଜିଲାରେ ବିଶେଷଭାବେ ପ୍ରଭାବ ପକାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସାମାନ୍ୟ ବର୍ଷା, ପବନ ବୁଧବାର ସକାଳେ ଉଗ୍ରରୂପ ଧାରଣ କରିଛି। ଘଣ୍ଟାକୁ ୧୦୦ରୁ ୧୨୦ କିମି ବେଗରେ ପବନ...

ପୁରୀରେ ‘ଅମ୍ଫନ୍‌’ ପ୍ରଭାବ: ସମୁଦ୍ର ଅଶାନ୍ତ; କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା; ଭାଙ୍ଗିଲା ଗଛ, ପାନବରଜ ନଷ୍ଟ

ପୁରୀ ଅଫିସ,୨୦।୫: ପୁରୀରେ ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଅପରାହ୍ନରୁ ହାଲକା ପବନ ବର୍ଷା ଆରମ୍ଭ ହୋଇଥିଲା। ରାତି ତମାମ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ବୁଧବାର...

୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କଲା ବ୍ଲକ ପ୍ରଶାସନ

ବନ୍ତ,୨୦ା୫(ଡି.ଏନ୍‌.ଏ.): ବାତ୍ୟା ‘ଅମ୍ଫନ୍‌’କୁ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକବାସୀ ଭୟଭୀତ ଥିବା ବେଳେ ଏହାର ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ା ବୁଧବାର ମଧ୍ୟାହ୍ନ ସୁଦ୍ଧା ବ୍ଲକର ବିଭିନ୍ନ ବିଦ୍ୟାଳୟ, ପଞ୍ଚାୟତ ଗୃହ,...

ପୁରୀରେ ନୂଆ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ ଅଫିସ,୨୦।୫: ପୁରୀରେ ପୁଣି ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ଏଥି ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୪୩ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।...

ବାଲେଶ୍ୱରରେ ‘ଅମ୍ଫନ୍‌’ର ତାଣ୍ଡବ: ଅପରାହ୍ନରୁ ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା କଚ୍ଚାଘର; ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ମହିଳା ମୃତ

ବାଲେଶ୍ୱର ଅଫିସ,୨୦।୫: ବାଲେଶ୍ୱର ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଫଳରେ ଜିଲାରେ ବୁଧବାର ଅପରାହ୍ନରୁ ପବନର ବେଗ ବଢ଼ିବାରେ ଲାଗିଛି। ଖବର ଲେଖାଯିବା ବେଳେ ଘଣ୍ଟାପ୍ରତି ୧୦୦-୧୧୦ କିମି ବେଗରେ ପବନ ବହୁଛି। ସେହିଭଳି ବର୍ଷାର ପରିମାଣ ୨୯....

ବାତ୍ୟା ‘ଅମ୍ଫନ’ର ପ୍ରଭାବ: ଖଇରାରେ ଶତାଧିକ କଚ୍ଚାଘର ଭାଙ୍ଗିଲା

ଖଇରା,୨୦।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ବହୁ କ୍ଷତିଗ୍ରସ୍ତ ହୋଇଛି। ଝଡ଼ବର୍ଷା ସହ ପବନରେ ବେଗ ବଢ଼ିବାରେ ଲାଗିଛି। ବହୁ ଚାଳଛପର ଓ ଆଜବେଷ୍ଟସ୍‌ ଘର ଭାଙ୍ଗିପଡ଼ିଛି। ସେହିପରି ବହୁ...

ବରୀରେ ବାତ୍ୟା ‘ଅମ୍ପନ’ର ପ୍ରଭାବ: ଯୋଗାଯୋଗ ବିଚ୍ଛିନ୍ନ, ବିଦ୍ୟୁତ୍‌ ସରବରାହ ବନ୍ଦ

ରତ୍ନଗିରି/ବରୀ, ୨୦।୫(ଡି.ଏନ୍‌.ଏ./ସ୍ବ.ପ୍ର.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବ ଯାଜପୁର ଜିଲା ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରବଳ ପବନ ବହିବା ସହ ବର୍ଷା ଲାଗିରହିଛି। ପ୍ରବଳ ପବନ ଯୋଗୁ ରାସ୍ତା ଉପରେ...

ଅମ୍ଫନ୍‌ ଯୋଗୁ ଲାଗି ରହିଛି ବର୍ଷା: କାନ୍ଥ ଭୁଶୁଡ଼ି ଶିଶୁପୁତ୍ରର ଜୀବନ ଗଲା

ଭଦ୍ରକ ଅଫିସ,୨୦।୫ – ଭଦ୍ରକ ଜିଲା ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ମାଟି କାନ୍ଥ ଭୁଶୁଡି ଜଣେ ୩ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁର ବଳରାମ ଦାସଙ୍କ ତିନିମାସର ଶିଶୁପୁତ୍ର...

ଅମ୍ଫନ୍‌ର ପ୍ରଭାବରେ ବର୍ଷା, ପବନ ଜାରି: ଜନଜୀବନ ବ୍ୟାହତ

କେନ୍ଦୁଝର/ରାଇସୁଆଁ ,୨୦ା୫(ସ୍ବ.ପ୍ର./ଡିଏନଏ): ସାମୁଦ୍ରିକ ଝଡ଼ ଅମ୍ଫନ୍‌ର ପ୍ରଭାବରେ କେନ୍ଦୁଝର ଜିଲାରେ ମଙ୍ଗଳବାର ରାତିରୁ ବର୍ଷା ଓ ପବନ ଜାରି ରହିଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଯାତାୟାତ ବନ୍ଦ ରହିଥିବା ବେଳେ ଦୋକାନବଜାର ବନ୍ଦ ରହିଛି। ଅନେକ ସ୍ଥାନରେ ବର୍ଷା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri