ଆମ ଜିଲା ଖବର

ବାହାନଗା ବ୍ଲକ ୧୬ ନଂ. ଜାତୀୟ ରାଜପଥରେ ପୃଥକ ଦୁର୍ଘଟଣା: ୨ ଜଣଙ୍କ ଜୀବନ ଗଲା

ବାହାନଗା, ୧୯।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନଂ. ଜାତୀୟ ରାଜପଥର ମଙ୍ଗଳବାର ପୃଥକ ଦୁଇଟି ଦୃର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବରରେ ପ୍ରବାସୀ ଓଡିଆଙ୍କୁ ଛାଡ଼ି ବସ୍‌ (ଓଡି୦୨ ବିଏଚ୍‌-୬୬୧୧) କୋଲକାତା ଫେରୁଥିବା ବେଳେ ଏକ...

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ: ଚେକ୍‌ ଇସ୍ୟୁ କରିବା ପାଇଁ ୧୪ ହଜାର ଲାଞ୍ଚ ମାଗିଥିଲେ

ବରଗଡ଼ ଅଫିସ, ୧୯।୫: ବରଗଡ଼ ଜିଲା ବିଜେପୁର ଏନ୍‌ଏସି ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ମାନସ କୁମାର ଦାଶ ମଙ୍ଗଳବାର ସମ୍ବଲପୁର ଡିଭିଜନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏନ୍‌ଏସି ଅଫିସରେ ଭଡ଼ାରେ ଲାଗିଥିବା ଏକ ବୋଲେରୋ ଗାଡିର ବକେୟା ଦେୟ ବାବଦକୁ...

ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଚୋରି: ରୁପା ଅଳଙ୍କାର, ଦାନ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୯।୫: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ୩ଟି ଗେଟର ତାଲା ଭାଙ୍ଗି ମା’ ଠାକୁରାଣୀ ପରିଧାନ କରିଥିବା...

ସାମାଜିକ ଦୂରତା ଉଲ୍ଲଂଘନ: ଛତ୍ରପୁରରେ ଗ୍ରୋସରୀ ଦୋକାନ ସିଲ୍‌

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହର ବଜାର ମେନ୍‌ରୋଡରେ ଥିବା ସନ୍ତୋଷ ସେନାପତିଙ୍କ ଗ୍ରୋସରୀ ଦୋକାନକୁ ସୋମବାର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସାମାଜିକ ଦୂରତା ଉଲ୍ଲଂଘନ ନେଇ ଉକ୍ତ ଦୋକାନକୁ ସିଲ କରାଯାଇଥିବା ଜଣାପଡ଼ିଛି। ସାମାଜିକ ଦୂରତା,...

କ୍ୱାରାଣ୍ଟାଇନ ସେଣ୍ଟରରେ ଡାଲିରୁ ବାହାରିଲା ଝିଟିପିଟି: ଏହାକୁ ଖାଇ ୫ ଅସୁସ୍ଥ

ଛତ୍ରପୁର, ୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମହାନାଦପୁର ପଞ୍ଚାୟତ ଖୁରିଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ତଥା ଅନ୍ତେବାସୀଙ୍କୁ ସୋମବାର ରାତିରେ ଖାଇବାକୁ ଦିଆଯାଇଥିଲା। ୨୯ ଅନ୍ତେବାସୀ ରାତ୍ରି ଭୋଜନ ଖାଇ ସାରିଥିବାବେଳ ବେଳ ୨...

୧୨ ଜିଲାରେ ୧୪୭ ଟିମ୍‌ ମୁତୟନ: ‘ଅମ୍ଫନ୍‌’ ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ

କଟକ ଅଫିସ/ ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ମହାବାତ୍ୟାର ରୂପ ନେଇଥିବା ‘ଅମ୍ଫନ’ର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବିଭାଗ। ଫନୀ ବାତ୍ୟାକୁ ଯେପରି ସଫଳତାର ସହ ମୁକାବିଲା କରାଯାଇଥିଲା, ସେହିପରି ଏହି ବାତ୍ୟାକୁ ସାହସର ସହ ମୁକାବିଲା ପାଇଁ ଅଗ୍ନିଶମ...

୨୦ ବର୍ଷ ପରେ ପୁଣି ମହାବାତ୍ୟା ଭୟ: ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା

ଜଗତ୍‌ସିଂହପୁର ଅଫିସ୍‌/ଏରସମା,୧୯ା୫(ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ପରେ ଆସନ୍ତା ୨୦ ତାରିଖରେ ପୁଣି ଏକ ମହାବାତ୍ୟାର ଆଶଙ୍କା ରହିଛି। ଏହି ଖବର ବିଶେଷକରି ୧୯୯୯ ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ଏରସମା ବ୍ଲକର ଲୋକଙ୍କୁ ଆତଙ୍କିତ କରିଦେଇଛି। ତେବେ ସମ୍ଭାବ୍ୟ...

୪୨ ତୁମ୍ବର ବିନ୍ଧ, ୨୪ ଚକ କାମ ଶେଷ

ପୁରୀ ଅଫିସ, ୧୯ା୫: ଶ୍ରୀନହର ସମ୍ମୁଖ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ସୋମବାର ସୁଦ୍ଧା ସମସ୍ତ ୪୨ ତୁମ୍ବର ବିନ୍ଧ କାମ ଶେଷ ହୋଇଛି। ତିନିରଥର ୨୪ଟି ଚକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଏଥିମଧ୍ୟରେ ନନ୍ଦିଘୋଷ ରଥର ୯ଟି, ତାଳଧ୍ୱଜ...

ପୁରୀରେ ହାଲ୍‌କା ବର୍ଷା, ପବନ: ରଥଖଳାରେ ଚାଲିଛି କାମ

ପୁରୀ ଅଫିସ,୧୯ା୫: ବାତ୍ୟା ‘ଅମ୍ଫନ’ ପ୍ରଭାବରେ ପୁରୀରେ ହାଲ୍‌କା ବର୍ଷା, ପବନ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ଆକାଶ ମେଘାଛନ୍ନ ରହିଥିବା ବେଳେ ୯ଟା ବେଳକୁ ଝିପିଝିପି ବର୍ଷା ହୋଇଥିଲା। କିଛି ସମୟପରେ ବର୍ଷା ବନ୍ଦ ହୋଇଯାଇଥିଲା। ପୂନର୍ବାର...

କଣ୍ଟାକ୍ଟ ଟ୍ରେସିଂ ପାଇଁ ଘାଣ୍ଟି ହେଉଛି ପ୍ରଶାସନ

ପୁରୀ ଅଫିସ,୧୯ା୫: ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ପୋଲିସ ଏବଂ ପ୍ରଶାସନର ଚିନ୍ତା ବଢିଯାଇଛି। ଚିହ୍ନଟ ପୂର୍ବରୁ ଅଭିଯୁକ୍ତ ଜଣକ ଥାନା, ଡାକ୍ତରଖାନା, କୋର୍ଟ, ଜେଲ୍‌ ସମେତ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ତାଙ୍କ ସଂସ୍ପର୍ଶରେ...

୧୪ ଜଣଙ୍କୁ ସେକ୍ଟର ଅଫିସର ଦାୟିତ୍ୱ

କଟକ ଅଫିସ,୧୮ା୫: ବାତ୍ୟା ‘ଅମ୍ଫନ୍‌’ର ମୁକାବିଲା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ତତ୍ପର ହୋଇପଡ଼ିଛି। ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଏନେଇ ଜରୁରୀ ବୈଠକ ବସିଛି। ‘ଅମ୍ଫନ୍‌’ ମୁକାବିଲା ପାଇଁ ୧୪ ଜଣଙ୍କୁ ସେକ୍ଟର ଅଫିସର...

ପୁନରୁଦ୍ଧାର କାର୍ଯ୍ୟକୁ ସିଏମ୍‌ସିର ଗୁରୁତ୍ୱ

କଟକ ଅଫିସ,୧୯ା୫: ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’ ପାଇଁ ଉପକୂଳ ଜିଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ‘ଅମ୍ଫନ୍‌’ର ମୁକାବିଲା ପାଇଁ କଟକ ଜିଲା ପ୍ରଶାସନ ଆଗୁଆ ତତ୍ପରତା ଦେଖାଇଛି। ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri