ଆମ ଜିଲା ଖବର

ବଜାରରେ ଅସମ୍ଭାଳ ଭିଡ଼

କାମାକ୍ଷାନଗର, ୧୯।୫(ଡି.ଏନ.ଏ.) – ସାମାଜିକ ଦୂରତ୍ୱ, ମାସ୍କ, ସଙ୍ଗରୋଧ କରୋନା ପ୍ରତିରୋଧ ଲାଗି ସବୁଠୁ ବଡ଼ ଉପାୟ ବୋଲି କୁହାଯାଉଛି। ଦେଶରେ କୋଭିଡ୍‌-୧୯ ଆତଙ୍କ ଦେଖାଦେବା ପରେ ଏହାକୁ ନେଇ ସରକାରୀ, ବେସରକାରୀସ୍ତରରେ ବ୍ୟାପକ ପ୍ରଚାର ଚାଲିଛି। ହେଲେ କାମାକ୍ଷାନଗର...

ନୂଆଙ୍କୁ ନେଇ ଚିନ୍ତାରେ ପୁରୁଣା

ଅନୁଗୋଳ ଅଫିସ, ୧୯।୫ ସ୍ବାବ୍‌ ସଂଗ୍ରହରେ ବିଳମ୍ବକୁ ନେଇ ଅନୁଗୋଳ ଜିଲାର କେତେକ ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଉକ୍ତ କେନ୍ଦ୍ରଗୁଡ଼ିକରେ ଥିବା କେତେଜଣ ପ୍ରବାସୀଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଆସୁଥିବା ବେଳେ ଏଯାଏ ସେମାନଙ୍କଠାରୁ ସ୍ବାବ୍‌ କି ରକ୍ତ...

ରାୟଗଡ଼ାରେ ହେବ କୋଭିଡ୍‌ ପରୀକ୍ଷା: ମେ’ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ରାୟଗଡ଼ା ଅଫିସ,୧୮ା୫: ଏଣିକି ରାୟଗଡ଼ା ଜିଲାରେ ହେବ କୋଭିଡ୍‌ ପରୀକ୍ଷା। ଏଠାରେ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ଦ୍ୱାରା ରୋଗୀଙ୍କ ଶୀଘ୍ର ଚିକିତ୍ସା ହୋଇପାରିବ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଆର୍‌ଏମ୍‌ଆର୍‌ସି ଟ୍ରାଇବାଲ୍‌ ୟୁନିଟ ଉପକେନ୍ଦ୍ରରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ...

ଗୋପପୁର ହରାଇଲା ପୁରୁଖା କଳାକାର

ବରଗଡ଼ ଅଫିସ୍‌,୧୮।୫: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁର ଯାତ୍ରା ଅନ୍ୟତମ । ତେବେ ଗୋପପୁର(ଅମ୍ବାପାଲି) ସୋମବାର ଜଣେ ପୁରୁଖା କଳାକାର କାର୍ତ୍ତିକ ବୁଡ଼େକଙ୍କୁ ହରାଇଛି । ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି...

କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟିତ

ଜୟପୁର, ୧୮ା୫ (ନି.ପ୍ର.): କୋରାପୁଟ ମହିଳା ମହାବିଦ୍ୟାଳୟରେ କୋଭିଡ୍‌ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ୨ଶହ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଜିଲାପାଳ ମଧୁସୂଦନ ମିଶ୍ର ଉଦ୍‌ଘାଟନ କରିଥିଲୋ। ଯେଉଁ ପ୍ରବାସୀ କୋରାପୁଟ ଫେରିବେ ସେମାନଙ୍କୁ ଏହି ସେଣ୍ଟରକୁ...

କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ସାପ କାମୁଡିଲା

ସଜନାଗଡ, ୧୮ା୫(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ସେବାଶ୍ରମ କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ତେଲିପାଳ ପଞ୍ଚାୟତ ବାସିନ୍ଦା ତେଲେଙ୍ଗାନା ଫେରନ୍ତା କୃଷ୍ଣ ରାଉତ (୨୨) ସୋମବାର ସାରେ ସାପ କାମୁଡାରେ ଗୁରୁତର ହୋଇପଡିଛନ୍ତି। ତାଙ୍କର ଚିକିତ୍ସା ପାଇଁ ପ୍ରଥମେ...

ଛାଡ଼ି ପଳାଉଥିଲା ବସ୍‌, ପୋଲିସ ହସ୍ତକ୍ଷେପ ପରେ ଝାଡ଼ଖଣ୍ଡ ଫେରିଲେ ୧୪ ପ୍ରବାସୀ

ଦେବଗଡ଼,୧୮ା୫(ଡି.ଏନ.ଏ.): ତାମିଲନାଡୁରେ ଫସି ରହିଥିବା ଦେବଗଡ ଜିଲା ରିଆମାଳ ବ୍ଲକ୍‌ର ୧୬ଜଣ ପ୍ରବାସୀ ଏକ ବସ୍‌ (ନଂ-ଟିଏନ୍‌-୩୨ ଏସି-୨୭୯୯)ରେ ଆସି ପହଞ୍ଚିଛନ୍ତି। ହେଲେ ସେଥିରେ ଥିବା ଝାଡ଼ଖଣ୍ଡ ଚାଇଁବସାର ଅନ୍ୟ ୧୪ ଜଣ ଶ୍ରମିକଙ୍କୁ ଦେବଗଡ଼ ସହରରେ ଛାଡି ବସ୍‌ଟି...

ନିର୍ମାଣାଧୀନ ରାସ୍ତାକୁ ହାଣି ଖେଳାଇବା ନେଇ ଉତ୍ତେଜନା

ବାହାନଗା, ୧୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଅଠିଲାବାଜ ଗ୍ରାମରେ ଏମଜିଏନଆର୍‌ଇଜିଏସ୍‌ରେ ନିର୍ମାଣାଧୀନ ରାସ୍ତାକୁ ହାଣି ଜମି ସହିତ ମିଶାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ଏ ସମ୍ପର୍କରେ ବାହାନଗା ବିଡିଓ, ତହସିଲଦାର,...

ଖାଦ୍ୟ ନ ଖାଇ ଧାରଣାରେ ବସିଲେ ଅନ୍ତେବାସୀ

ଚଣ୍ଡିଖୋଲ, ୧୮।୫ (ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ପତରାଜପୁର ପଞ୍ଚାୟତ ପତରାଜପୁର ହାଇସ୍କୁଲ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଶ୍ରମିକଙ୍କୁ ନିମ୍ନମାନର ଖାଦ୍ୟ ମିଳିବା ଓ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସୋମବାର...

ଦୂତୀଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମା’ଙ୍କ ନିବେଦନ

ରସୁଲପୁର, ୧୮।୫ (ଡି.ଏନ୍‌.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଝିଅ ଦୂତୀ ଚାନ୍ଦ ଏବେ ଜଣେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଆଥ୍‌ଲେଟ। ରାଜ୍ୟ ଓ ଦେଶ ପାଇଁ ସେ ଅନେକ ଗୌରବ ଆଣି ଦେଇଛନ୍ତି।...

ନୟାଗଡ଼ରେ ଆଉ ୩ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ/ଗଣିଆ,୧୮ା୫(ଡି.ଏନ୍‌.ଏ.): ଗଣିଆ ବ୍ଲକର ୩ଜଣ ଚିହ୍ନଟ ପରେ ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚତ୍ଛି। ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୧, ୪୭ ଓ ୪୮ ବର୍ଷର ପ୍ରବାସୀ ଶ୍ରମିକ ଚିହ୍ନଟ ହୋଇଛନ୍ତି।...

ସାମୁଦ୍ରିକ ଝଡ଼ ସତର୍କତା: ଜିଲାର ୬୪ ଗ୍ରାମର ଅଧିବାସୀ ସ୍ଥାନାନ୍ତର ହେବେ

କେନ୍ଦ୍ରାପଡ଼ା ଅଫିସ, ୧୮ା୫: ସାମୁଦ୍ରିକ ଝଡ ଅମ୍ଫନ୍‌କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲାର ୬୪ଟି ସୁନାମି ପ୍ରବଣ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର ପାଇଁ ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରସ୍ତୁତି ସରିଛି। ଝଡର ମୁକାବିଲା ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri