ଆମ ଜିଲା ଖବର

ଟଙ୍କା ଦେବାକୁ ଯାଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଫସିଲେ ପୁଅ

ସରଣ୍ଡା,୧୮ା୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତରେ ଖୋଲା ଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୮ ଜଣ ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ଫେରିଥିବା ଟୁପାପଡ଼ା ଗ୍ରାମର ଶ୍ରମିକ ଦମ୍ପତି ରହିଛନ୍ତି।...

ବାଘୁଆ ଜଳଭଣ୍ଡାରରୁ ୨ ଗେଟ୍‌ ଦେଇ ଜଳ ନିଷ୍କାସନ, ପ୍ରତି ସେକେଣ୍ଡ୍‌ରେ ୩୧ ଘନମିଟର ଜଳ ନିଷ୍କାସିତ ହେଉଛି

ବୁଗୁଡ଼ା,୧୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ରବିବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଇ ନଦୀରେ ଛଡ଼ାଯାଇଥିବା ଜଣାପଡ଼ିଛି। ଜଳସମ୍ପଦ ବିଭାଗର ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ...

ଅମ୍ଫନ୍‌ ମୁକାବିଲା ଲାଗି ଅଣ୍ଟା ଭିଡ଼ିଲା ଜିଲା ପ୍ରଶାସନ, ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି

ବାଲେଶ୍ୱର ଅଫିସ,୧୮ା୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୂର୍ବାହ୍ନରେ ବାଲେଶ୍ୱର ଆଇଜିଙ୍କ ଅଫିସରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମୀକ୍ଷା କରିଥିଲେ। ପରେ ପ୍ରସ୍ତୁତ ଥିବା ଓଡ୍ରାଫ୍‌ର ଜିଲା କେନ୍ଦ୍ର ପରିଦର୍ଶନ କରିଥିଲେ।...

ସମ୍ଭାବ୍ୟ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ଭଦ୍ରକ ଅଫିସ,୧୮ା୫: ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ମଧ୍ୟାହ୍ନରେ ଭଦ୍ରକରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ପ୍ରବାସୀମାନଙ୍କୁ ଜାତୀୟ ରାଜପଥ ଧାମରା ଓଭର ବ୍ରିଜ୍‌ ନିକଟରେ ଜିଲା ପୋଲିସ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ବ୍ୟବସ୍ଥାର...

ଝାରସୁଗୁଡ଼ା ଡହଲଡେରା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ

ଝାରସୁଗୁଡା ଅଫିସ,୧୮।୫: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କୁଡ଼ାଲୋଇ ଅଧୀନ ଡହଲଡ଼େରା ଅଞ୍ଚଳର ଜଣେ ୪୦ ବର୍ଷିୟା ମହିଳା କରୋନା ପଜିଟିଭ ଥିବା ଗତ ୩ ତାରିଖରେ ଜଣାପଡିଥିଲା । ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ...

ଡେରାବିଶରେ ୩ କରୋନା ପଜିଟିଭ ଚିହ୍ନଟ, କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦ୍ରାପଡା ଅଫିସ/ଡେରାବିଶ(ସ୍ବ.ପ୍ର.), ୧୮ା୫: ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ସୁଦର୍ଶନ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କଲିକତା ଫେରନ୍ତା ବ୍ୟକ୍ତିଙ୍କ ସ୍ବାବ ନମୁନା ସଂଗ୍ରହ ହୋଇଥିଲା। ଏମାନଙ୍କ ମଧ୍ୟରୁ ୩ ଜଣ କରୋନା ଆକ୍ରାନ୍ତ ବୋଲି ରବିବାର ଜଣାପଡିଛି। ଆକ୍ରାନ୍ତଙ୍କ...

ବିଶାଖାପାଟଣାରୁ ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ, ଓହ୍ଲାଇଲେ ୧୪୧୭ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୮।୫: ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ସୋମବାର ଭୋରରେ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲା। ଏହି ଟ୍ରେନରେ ୧୪୧୭ ପ୍ରବାସୀ ଓହ୍ଲାଇଥିବା ଜଣାପଡିଛି । ସେମାନଙ୍କ ସୁବିଧାଜନକ ଆଗମନ ଓ ପ୍ରତ୍ୟାଗମନ ପାଇଁ ଜିଲା ପ୍ରଶାସନ...

ବରୀରୁ ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ରତ୍ନଗିରି,୧୮ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକରୁ  ସୋମବାର ସକାଳେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ନୂଆ ୪ ସଂକ୍ରମିତ ବ୍ୟକ୍ତି ଓ ଗତକାଲି ବରୀରୁ ଜଣେ ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।...

ପୁରୀ ଜିଲା ନରେନ୍ଦ୍ର କୋଣ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପୁରୀ ଅଫିସ, ୧୮।୫: ପୁରୀ ଜିଲାରୁ ୪ ନୂଆ କରୋନା ପଜିଟିଭ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପିପିଲିରୁ ଜଣେ, କୋଣାର୍କ ଏନ୍‌ଏସିରୁ ଜଣେ ଏବେ ଅନ୍ୟ ୨ଜଣ ପୁରୀ ସହରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ...

କନ୍ଧମାଳକୁ ଡେଇଁଲା କରୋନା: ୨ ପଜିଟିଭ୍‌ ଚିହ୍ନଟ

କନ୍ଧମାଳ,୧୮ା୫(ଡି.ଏନ୍‌.ଏ.): ରାଜ୍ୟରେ ସୋମବାର ପୁଣି ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କନ୍ଧମାଳ ଜିଲାରେ ୨ ଆକ୍ରାନ୍ତ ରହିଥିବା ବେଳେ କନ୍ଧମାଳ ନୂଆ କରୋନା ଆକ୍ରାନ୍ତ ଜିଲା ଭାବେ ଚିହ୍ନଟ ହୋଇଛି। ଏହାକୁ ମିଶାଇ ମୋଟ୍‌ ୨୩ ଜିଲାକୁ...

ହିତାଧିକାରୀଙ୍କ ଚାଉଳ କାଟିବା ଘଟଣା: ବାଲିବିଲି ପଞ୍ଚାୟତ ରିଟେଲର ନିଲମ୍ବିତ

ବରୀ/ରତ୍ନଗିରି,୧୮ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ବାଲିବିଲି ପଞ୍ଚାୟତର ସରକାରୀ ରିଟେଲର ଅନିରୁଦ୍ଧ ସାମଲ ନିଲମ୍ବତ ହୋଇଥିବା ନିଲମ୍ବିତ ରାଜ୍ୟ ଯୋଗାଣ ମନ୍ତ୍ରୀ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି। ଏହି ଗ୍ରାମର ହିତାଧିକାରୀମାନଙ୍କ ଚାଉଳ କାଟିବା ଯୋଗୁ ହିତାଧିକାରୀମାନେ ବରୀ...

ଭଦ୍ରକରେ ପହଞ୍ଚିଲା ଦୁଇ ଓଡ୍ରାଫ୍‌ ଟିମ୍‌

ଭଦ୍ରକ ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ ମୁକାବିଲା ପାଇଁ ଭଦ୍ରକରେ ଦୁଇଟି ଓଡ୍ରାଫ୍‌ ଟିମ୍‌ ପହଞ୍ଚିଛନ୍ତି। ରବିବାର ମଧ୍ୟ ଦୁଇ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚିଥିଲା। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଗୋଟିଏ ଟିମ୍‌କୁ ଭଦ୍ରକରେ ମୁତୟନ କରାଯାଇଥିବା ବେଳେ ଅନ୍ୟ ଏକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri