ଆମ ଜିଲା ଖବର

୨୦ ବର୍ଷ ପରେ ଫେରିଲା ନିଖୋଜ ପୁଅ; ଲକ୍‌ଡାଉନ୍‌କୁ ଶ୍ରେୟ ଦେଲେ ମା’ବାପା

ଢେଙ୍କାନାଳ ଅଫିସ, ୧୮।୫:  ଲକ୍‌ଡାଉନ୍‌ ପାଇଁ ୨୦ବର୍ଷ ପରେ ଘରକୁ ଫେରି ଆସିଛି ନିଖୋଜ ପୁଅ। କରୋନା କଷଣ ଭିତରେ ଏପରି ଏକ ଖୁସିର ଚିତ୍ର ଆସିଛି ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟ ଗ୍ରାମରୁ। ହଜିଲା ପୁଅ ଅରକ୍ଷିତଙ୍କୁ ପାଇବା...

ସ୍ବାମୀଙ୍କୁ ହତ୍ୟା କରି ଜେଲ ଗଲେ ସ୍ତ୍ରୀ

ବ୍ରହ୍ମପୁର ଅଫିସ,୧୭ା୫-ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶନିବାର ସ୍ତ୍ରୀ ସୁନୀତା ବେହେରାଙ୍କୁ ଗିରଫ କରିଛି। ଘଟଣା ବେଳେ ବ୍ୟବହୃତ ରକ୍ତଭିଜା ଶିଳପୁଆ ଜବତ କରିଛି। ମାମଲା ନଂ.୯୫/୨୦ରେ ସୁନୀତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ,...

ବାତ୍ୟା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍‌

ବାରିପଦା ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରବିବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାର ସମସ୍ତ ବ୍ଲକର ବିଡ଼ିଓମାନେ ସଜାଗ...

ଅଁଳା ପଞ୍ଚାୟତ ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବେତନଟୀ/ବୈଶିଙ୍ଗା,୧୮ା୫(ଡି.ଏନ୍‌.ଏ.)- ପ୍ରବାସୀଙ୍କୁ ବାଇକ୍‌ରେ ବସାଇ ଆଣିଥିବା ଜଣେ ଯୁବକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତରେ ଉତ୍ତେଜନା ଦେଖା ଦେଇଛି। ଏନେଇ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ହେମ୍ବ୍ରମଙ୍କୁ ସେହି ପଞ୍ଚାୟତ ଅନ୍ତର୍ଗତ...

୩ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚିଲେ ୬୬୨ ପ୍ରବାସୀ

ବାଲେଶ୍ୱର ଅଫିସ, ୧୮।୫:  ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅହମ୍ମଦାବାଦରୁ ୩ ସ୍ବତନ୍ତ୍ର ଟ୍ରେନ ଯୋଗେ ୬୬୨ ପ୍ରବାସୀ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର। ପ୍ରଥମ ଟ୍ରେନ ତାମିଲନାଡୁର କୋଏମ୍ବଟୁର ଷ୍ଟେଶନରୁ ବାହାରି ବାଲେଶ୍ୱର...

୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି। ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ ନେଇ...

ସଙ୍ଗରୋଧ କେନ୍ଦ୍ରରୁ ସ୍ବଚ୍ଛତାର ବାର୍ତ୍ତା: ଝାଡ଼ୁ ମାରିଲେ, ଗଛରେ ପାଣି ଦେଲେ

ଅନୁଗୋଳ ଅଫିସ, ୧୭।୫- ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ କରାଯାଇଥିବା ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ କିଛି ଦିନ ହେଲା ଅଶାନ୍ତିକର ବାତାବରଣ ସୃଷ୍ଟି ହୋଇଥିଲା। ଅନୁଗୋଳ ଟାଉନ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକମାନେ ଗତ ୧୪...

୩୨୭୬ ଅଙ୍ଗନଓ୍ବାଡି କର୍ମୀଙ୍କୁ ସାନିଟାଇଜ୍‌ କିଟ୍‌

ଅନୁଗୋଳ ଅଫିସ, ୧୭।୫- କରୋନା ବିରୋଧରେ ଲଢ଼େଇ କରୁଥିବା ପ୍ରତିଟି ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)। କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ...

ରାଶନ ସାମଗ୍ରୀ ହଡ଼ପ ଅଭିଯୋଗ: ମୃତକଙ୍କ ନାମରେ ଉଠୁଛି ଚାଉଳ

ବଇଣ୍ଡା, ୧୭ା୫(ଡି.ଏନ.ଏ.)- ଗରିବ ଲୋକଙ୍କୁ ସରକାର ରାଶନ କାର୍ଡ ମାଧ୍ୟମରେ ଚାଉଳ, ଗହମ ଆଦି ଯୋଗାଇ ଦେଉଥିବାବେଳେ ଅନେକ ସମୟରେ ଏଥିରେ ଅନିୟମିତତା ହେଉଥିବା ଖବର ସାମନାକୁ ଆସୁଛି। ଏପରିକି ରାଶନ କାର୍ଡଧାରୀଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ନାମରେ...

ଖାଦ୍ୟ ଖାଇଲେନି ଅନ୍ତେବାସୀ, ନିମ୍ନମାନର ଅଭିଯୋଗ

କବିସୂର୍ଯ୍ୟନଗର,୧୭ା୫(ଡି.ଏନ୍‌.ଏ.)- ନିମ୍ନମାନର ଅଭିଯୋଗ ଆଣି ଖାଦ୍ୟ ଖାଇଲେ ନାହିଁ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗର ବାଳିକା ହାଇସ୍କୁଲରେ। ଏଠାରେ ୭୮ ଜଣ ଅନ୍ତେବାସୀ ରହୁଛନ୍ତି। ସରକାରୀ ମେନୁ ପ୍ରକାରେ ଶନିବାର ମଧ୍ୟାହ୍ନ ଭୋଜନରେ ଭାତ,...

ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ ଗଲେ ରଘୁମଣି

ଜୁନାଗଡ,୧୭।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ତଳପଡାର ରଘୁମଣି ନାଏକ (୪୨)ଙ୍କ ଚିକିତ୍ସା ପାଇଁ ଜୁନାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ହସ୍ତକ୍ଷେପ କରିଛନ୍ତି।...

ବେଗୁନିଆରେ ପ୍ରଥମ କରୋନା ପଜିଟିଭ: ଆକ୍ରାନ୍ତ ଯୁବକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି

ବେଗୁନିଆ,୧୭ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ୍‌ ପଞ୍ଚାୟତରେ ରବିବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆକ୍ରାନ୍ତ ଯୁବକ ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri