ଆମ ଜିଲା ଖବର

ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ ଗଲେ ରଘୁମଣି

ଜୁନାଗଡ,୧୭।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ତଳପଡାର ରଘୁମଣି ନାଏକ (୪୨)ଙ୍କ ଚିକିତ୍ସା ପାଇଁ ଜୁନାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ହସ୍ତକ୍ଷେପ କରିଛନ୍ତି।...

ବେଗୁନିଆରେ ପ୍ରଥମ କରୋନା ପଜିଟିଭ: ଆକ୍ରାନ୍ତ ଯୁବକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି

ବେଗୁନିଆ,୧୭ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ୍‌ ପଞ୍ଚାୟତରେ ରବିବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆକ୍ରାନ୍ତ ଯୁବକ ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ...

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଯୁବକ

ତୁମୁଡିବନ୍ଧ,୧୭ା୫(ଡି.ଏନ୍‌.ଏ.)- ଅସରାଏ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି, ଗଁାରୁ ବାହାରି ହୁଏନି। ଏନେଇ ତୁମୁଡିବନ୍ଧ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପଯର୍‌ୟନ୍ତ ଅଭିଯୋଗ କରି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା ମରାମତି କରିଛି ଗ୍ରାମର ଯୁବକସଂଘ।...

ବେଆଇନ୍‌ ମାଛମରାକୁ ବିରୋଧ, ଜାଲ ଜବତ କଲେ ମହିଳା

ବଲାଙ୍ଗୀର ଅଫିସ, ୧୭ା୫-ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ପୀତାବଲି କଁଟାରେ ବେଆଇନଭାବେ ମାଛ ମାରୁଥିବାବେଳେ ଗ୍ରାମର ମହିଳାମାନେ ରବିବାର ଧୀବରଙ୍କ ଜାଲ ଜବତ କରିଛନ୍ତି। ଖରାଦିନରେ ପାଣି ଅଭାବଜନିତ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମବାସୀ ପୀତାବଲି...

ସୋମବାର ପହଞ୍ଚିବ ୩ ଶ୍ରମିକ ସ୍ପେଶାଲ ଟ୍ରେନ: ଅଧା ଅଞ୍ଚଳରେ ଲାଗୁ ହେବ ୧୮ ଘଣ୍ଟାର କର୍ଫ୍ୟୁ

ବଲାଙ୍ଗୀର ଅଫିସ, ୧୭ା୫- ବଲାଙ୍ଗୀର ରେଲୱେ ଷ୍ଟେଶନକୁ ସୋମବାର ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ସୋମବାର ଭୋର ୫ଟାରେ ପହଞ୍ଚିବ । ଏହାପରେ ଦିନ ସାଢ଼େ ୧ଟାରେ ଗୁଜରାଟର ରାଜକୋଟରୁ...

‘ଅମ୍ଫନ’ରେ ବେହାଲ କରିବ ନର୍ଦ୍ଦମା ପାଣି

କଟକ ଅଫିସ,୧୭ା୫-ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ ରାଜ୍ୟର ଯେଉଁ ସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି, ସେଥିରେ କଟକ ମଧ୍ୟ ସାମିଲ ରହିଛି। ଏହାକୁ ନଜରରେ ରଖି କଟକ ସହରକୁ ଜଳାର୍ଣ୍ଣବରୁ ରକ୍ଷା କରିବା ପାଇଁ ରାଜ୍ୟସଭା ସଦସ୍ୟ ସୁବାସ...

ଗ୍ରୀନ୍‌ ଜୋନ୍‌ରେ ବଢୁଛି କରୋନା ଆଶଙ୍କା: ସରକାରୀ ଅନୁଷ୍ଠାନରେ ରହୁନି ସାମାଜିକ ଦୂରତ୍ୱ

କଟକ ଅଫିସ,୧୭ା୫-ଗ୍ରୀନ୍‌ ଜୋନ୍‌ରେ ଲକଡାଉନ କଟକଣା କୋହଳ ହେବା ପରେ କରୋନା ସଂକ୍ରମଣରେ ଆଶଙ୍କା ବଢ଼ିବାରେ ଲାଗିଛି। ଏହି ଜୋନ୍‌ରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ଜୋନ୍‌ରେ...

ଥମୁନି ପ୍ରବାସୀଙ୍କ ଅସୁରକ୍ଷିତ ଯାତ୍ରା: ମାଲ୍‌ ବୋଝେଇ ଟ୍ରକ୍‌ରେ ଯାଉଛନ୍ତି ଶ୍ରମିକ

କଟକ ଅଫିସ,୧୭ା୫-ଲକ୍‌ଡାଉନ ସମୟରେ ଓଡ଼ିଶାକୁ ଫେରୁଥିବା ପ୍ରବାସୀ ତଥା ଅତିଥି ଶ୍ରମିକଙ୍କ ନିରାପଦ ଯାତ୍ରା ପାଇଁ ରାଜ୍ୟ ସରକାର ନିରବଚ୍ଛିନ୍ନ ବସ୍‌ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସତ୍ତ୍ୱେ ଥମୁନି ପ୍ରବାସୀଙ୍କ ଅସୁରକ୍ଷିତ ଯାତ୍ରା ା ଶନିବାର...

ସିଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ସ୍ଥାଣୁ

କଟକ ଅଫିସ,୧୭ା୫-କଟକ ସହରରେ ଲକ୍‌ଡାଉନ କଟକଣା କୋହଳ ପରେ ଦୋକାନ ବଜାର ସବୁ ଖୋଲିଛି। ଏହାସହ କଟକ ମହାନଗର ନିଗମ କେତେକ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛି। ରାସ୍ତାକଡ଼ ହେଉ କି ହୋଟେଲ, ସେଠାରେ ଲୋକେ ବସି ଖାଇପାରିବେ ନାହିଁ।...

ସ୍ବପ୍ନ ପୂରଣ କଲା ହୁଇଲଚେୟାର

ଖଇରା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତ ତୁମ୍ବାପଦୀ ଗ୍ରାମର ଭାଗିରଥି ଦାସ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇପଡିଥିଲେ। ଆଉ ବିଛଣାରୁ ଉଠି ରାସ୍ତାରେ ଚାଲିବା ଆଶା ତାଙ୍କର ଧୂଳିସାତ ହୋଇ ସାରିଥିଲା। ଚିକିତ୍ସାରେ...

କ୍ଷତି ସହୁଛନ୍ତି ଦୁଗ୍ଧ ଚାଷୀ

ବାହାନଗା, ୧୭ା୫(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ପୂର୍ବଭଳି ଦୁଗ୍ଧ ବିକ୍ରି ହେଉ ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକର ଦୁଗ୍ଧ ଚାଷୀମାନେ କ୍ଷତି ସହୁଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା, ହାତ ସାନିଟାଇଜେଶନ କରୁ ନ ଥିବା ଓ...

ସରକାର ଶୁଣିଲେନି, ନିଜଖର୍ଚ୍ଚରେ ତାମିଲନାଡୁରୁ ଫେରୁଛନ୍ତି ୪୫ ଶ୍ରମିକ

ସୋନପୁର,୧୭।୫(ନି.ପ୍ର.)-ଲକ୍‌ଡାଉନ୍‌ ଯୋଗୁଁ ତାମିଲନାଡୁର ନାମକୋଲରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୪୫ ଜଣ ଶ୍ରମିକ ଘରକୁ ପେରୁଛନ୍ତି। ଶନିବାର ରାତିରେ ଅନ୍ୟ ଜିଲାର ଓଡିଆ ଶ୍ରମିକଙ୍କ ସହିତ ୩ଟି ବସ୍‌ ଯୋଗେ ନାମକୋଲରୁ ବାହାରିଛନ୍ତି। ଦୀର୍ଘ ୧୮ଶହ କିଲୋମିଟରର ଯାତ୍ରା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri