ଆମ ଜିଲା ଖବର

ବାତ୍ୟା ଆଶଙ୍କା, ସଚେତନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୭।୫(ଡି.ଏନ.ଏ)- ବାତ୍ୟା ଅମ୍ଫନ୍‌କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ ଗ୍ରାମରେ ରହୁଥିବାବେଳେ ଚାରିଆଡ଼େ ପାହାଡ଼,ଜଙ୍ଗଲ ଏବଂ ନଦୀନାଳ ପ୍ରବାହିତ ହେଉଛି। ଯଦି ବାତ୍ୟା ହୁଏ କିଭଳି...

କ୍ୱାରାଣ୍ଟାଇନ ସେଣ୍ଟରରେ କୋଭିଡ ତାଲିମ କ୍ଲାସ: ସୁସ୍ଥ ହେଲେଣି ୪୯

ଛତ୍ରପୁର,୧୭।୫(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ୧୦ଦିନିଆ କୋଭିଡ-୧୯ ସମ୍ବନ୍ଧିୟ ତାଲିମ ପ୍ରଦାନ କରାଯାଉଛି। ଅନ୍ତେବାସୀମାନେ କୋଭିଡ ସମ୍ପର୍କରେ କିପରି ସଚେତନ ହେବେ ସେ ନେଇ ତାଲିମ ଦିଆଯାଉଛି ବୋଲି ରବିବାର ଗଞ୍ଜାମ ଜିଲାପାଳ...

କେନ୍ଦୁଝର ଜିଲାରେ ୪ କରୋନା ପଜିଟିଭ ଚିହ୍ନଟ: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା

ବଡବିଲ,୧୭।୫(ସ୍ବ.ପ୍ର)-କେନ୍ଦୁଝର ଜିଲାରେ ରବିବାର ଆଉ ୪ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବଡ଼ବିଲ ପୌରାଞ୍ଚଳ ୮ ନମ୍ବର ୱାର୍ଡର ୨୬ ବର୍ଷୀୟ ଯୁବକ...

ଖୋର୍ଦ୍ଧାରେ ୩ ନୂଆ ପଜିଟିଭ୍‌ ଚିହ୍ନଟ: ଜିଲାରେ ୫୯ ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

ଖୋର୍ଦ୍ଧା ଅଫିସ,୧୭।୫: ଖୋର୍ଦ୍ଧା ଜିଲାରେ ରବିବାର ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୯ ହୋଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ ଦୁଇଜଣ କ୍ୱାରାଣ୍ଟଇନ...

ଶାବଳରେ ଭୁସି ବୃଦ୍ଧ ବାପାଙ୍କୁ ହତ୍ୟା, ଅଭିଯୁକ୍ତ ପୁଅ ଫେରାର

ଚୌଦ୍ୱାର,୧୭।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ସଫା ପଞ୍ଚାୟତର ଆଦିବାସୀ ବହୁଳ କଙ୍କାଳି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ପୁଅ ଶାବଳ ଭୁସିଦେବା ହେତୁ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାଉତ...

କିଶୋରନଗର ବ୍ଲକ: କ୍ୱାରାଣ୍ଟାଇନରେ ରହିଲେ ୨୬

ବଇଣ୍ଡା,୧୭।୫(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବଇଣ୍ଡା ରାମଦେଓ ହାଇସ୍କୁଲଠାରେ ହୋଇଥିବା କ୍ୱାରାଣ୍ଟାଇନ ଗୃହରେ ଶନିବାର ବିଭିନ୍ନ ଜିଲାରୁ ୨୬ ଜଣଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଓ ୨ଜଣ ମହିଳା ରହିଛନ୍ତି। ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ...

ପୁରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଛୁଇଁଲା

ପୁରୀ ଅଫିସ, ୧୭।୫: ରାଜ୍ୟରେ କରୋନା ଆକ୍ରାନ୍ତ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ପୁରୀ ଜିଲାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଜିଲାରେ ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ...

କୁକୁଡ଼ାଖଣ୍ଡିରେ କରୋନା ଭୟ: ଗୁଣ୍ଠବନ୍ଧ ଗାଁ ସିଲ୍‌, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବ ବ୍ଲକ ପ୍ରଶାସନ

ବ୍ରହ୍ମପୁର ଅଫିସ,୧୭ା୫: ଗଞ୍ଜାମ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ କୁକୁଡ଼ାଖଣ୍ଡି ବ୍ଲକ ଅଧିନସ୍ଥ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧକୁ ରବିବାର ସିଲ୍‌ କରାଯାଇଛି। ଏପରିକି କୁକୁଡ଼ାଖଣ୍ଡି ଗୋଷ୍ଠୀ ଅଧିକାରୀଙ୍କ ପକ୍ଷରୁ ଉକ୍ତ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌...

୨୨ ଶ୍ରମିକଙ୍କୁ ଗାଡ଼ି କରି ପଠାଇଲା ଗଞ୍ଜାମ ପୋଲିସ

ଛତ୍ରପୁର,୧୭।୫(ଡି.ଏନ.ଏ.)-ଚେନ୍ନାଇ ଓ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳରୁ ଚାଲି କରି ଆସୁଥିବା ୯ ଜଣ ଶ୍ରମିକଙ୍କୁ ରବିବାର ଗଞ୍ଜାମ ପୋଲିସ ଉଦ୍ଧାର କରିଛି। ପରେ ସେମାନଙ୍କୁ ଖାଦ୍ୟ ଦେବା ସହ ଏକ ଗାଡି ଯୋଗେ ନିଜ ନିଜ ଜିଲାକୁ ପଠାଇଥିବା ଜଣାପଡ଼ିଛି।...

ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ୭୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ: ଅନ୍ୟ ୨୭ ଆଶ୍ରୟସ୍ଥଳୀରେ ଚାଲିଛି କ୍ୱାରାଣ୍ଟାଇନ୍‌ ସେଣ୍ଟର

ଛତ୍ରପୁର,୧୭ା୫(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ଗଞ୍ଜାମ ଜିଲାରେ ଚାଲିଛି। ଜିଲାରେ ମୋଟ ୧୦୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ରହିଛି। ଏଥିମଧ୍ୟରୁ ୨୭ଟି ଆଶ୍ରୟସ୍ଥଳୀରେ କରୋନା ମୁକାବିଲା ପାଇଁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଚାଲିଛି। ଅନ୍ୟ ୭୭ଟି ଆଶ୍ରୟସ୍ଥଳୀକୁ...

ବିଭିନ୍ନ ଦାବି ନେଇ ନାଲ୍‌କୋ ସିପିପି ଟ୍ରକଚାଳକଙ୍କ ଆନ୍ଦୋଳନ

ବଅଁରପାଳ,୧୭ା୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟକୁ ପରିବହନ ପାଇଁ ଯାଉଥିବା ଟ୍ରକଚାଳକମାନେ ବିଭିନ୍ନ ଦାବି ନେଇ ରବିବାର ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ଲାଣ୍ଟରୁ ପାଉଁଶ ପରିବହନ ପାଇଁ ଶତାଧିକ...

ଛତିଶଗଡ଼ ଫେରିଯିବାକୁ ଜିଲାପାଳଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ

ରାଜନଗର,୧୭ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହାତିନା ଗ୍ରାମରେ ଇଟା ନିର୍ମାଣ ପାଇଁ ସୁଦୂର ଛତିଶଗଡ଼ ଚୁରେନ୍ଦ୍ରା ଜିଲାରେ ରାଜକୁମାର ବିଶ୍ୱକର୍ମା, ଲୀଳାବାଇ ଚୌହାନ୍‌, ସଂଗଲାଲ୍‌ ଚୌହାନ୍‌, ଛୋଟଲାଲ ଚୌହାନ୍‌, ମୁରଲୀଧର ଚୌହାନ୍‌, ଗାର୍ଗୀ ଚୌହାନ ପ୍ରମୁଖ ପିଲାଛୁଆ ଧରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri