ଆମ ଜିଲା ଖବର

ସରପଞ୍ଚଙ୍କୁ କରୋନା

ବାଲେଶ୍ୱର ଅଫିସ,୧୭ା୫: ରବିବାର ବାଲେଶ୍ୱର ଜିଲାରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସିମୁଳିଆ ବ୍ଲକର ଜଣେ ସରପଞ୍ଚ  ପଜିଟିଭ୍‌ ଚିହ୍ନଟ ହେବାସହ ଉକ୍ତ ପଞ୍ଚାୟତର ଅନ୍ୟ ୨ ଜଣ ମଧ୍ୟ ଚିହ୍ନଟ ହୋଇଛନ୍ତି।  ସେହିପରି ଭୋଗରାଇ ବ୍ଲକର...

ବାଲେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଲା, ୨୨ ସୁସ୍ଥ

ବାଲେଶ୍ୱର ଅଫିସ,୧୭ା୫: ବାଲେଶ୍ୱର ଜିଲାରେ ରବିବାର ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଛି। ଚିହ୍ନଟ ଆକ୍ରାନ୍ତମାନେ ଭୋଗରାଇ ଓ ଜଳେଶ୍ୱର ବ୍ଲକର ବୋଲି...

ଜେଟିରେ ଲାଗିଲା ମାଛ ଧରା ଡଙ୍ଗା-ଟ୍ରଲର

ଭଦ୍ରକ ଅଫିସ,୧୭।୫ – ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ଟ୍ରଲର ଓ ଡଙ୍ଗାଗୁଡିକ କୂଳ ତଥା ବିଭିନ୍ନ ଜେଟିରେ ସୁରକ୍ଷିତ ଭାବେ ରଖିଛନ୍ତି। ମାଛ ଧରାଳିମାନେ ସମୁଦ୍ର କୁଳିଆ ଧାମରା, ଚୂଡ଼ାମଣି, କସିଆ...

ଚିନ୍ତା ବଢ଼ାଇଲାଣି ‘ଅମ୍ଫନ’: ମୁକାବିଲା ପାଇଁ ଧାମରାରେ ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ,୧୭।୫ – ଗୋଟିଏ ପଟେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌କୁ ନେଇ ଜିଲାବାସୀ ଆତଙ୍କିତ ହୋଇପଡ଼ିଲେଣି। ତେବେ ବାତ୍ୟାର ମୁକାବିଲା ପାଇଁ ରବିବାର ଧାମରାରେ ଏକ ୨୧ଜଣିଆ ଏନ୍‌ଡିଆର୍‌ଏଫ୍‌ ଟିମ...

ଖୋର୍ଦ୍ଧାକୁ ପଛରେ ପକାଇଲା ଭଦ୍ରକ: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୮ ପଜିଟିଭ୍‌; ଜିଲାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭଦ୍ରକ ଅଫିସ, ୧୭।୫- ରବିବାର ଭଦ୍ରକ ଜିଲାରେ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଥିବା ଜଣାପଡିଛି। ଫଳରେ ଖୋର୍ଦ୍ଧାକୁ ପଛରେ ପକାଇ ଭଦ୍ରକ ଚତୁର୍ଥ ସଂକ୍ରମିତ ଜିଲା...

ତେଲମହୁଲ ଗାଁକୁ ଦିନକ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବରଗଡ଼ ଅଫିସ,୧୭।୫- ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ତେଲମହୁଲ ଗାଁକୁ ରବିବାର ସକାଳୁ ଦିନକ ପାଇଁ ସଟ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ସୁନୀତା ବରିହା ଜିଲାପାଳ କ୍ଷମତା ପ୍ରୟୋଗ କରି ଏହି କଟକଣା ଲାଗୁ କରିଛନ୍ତି।...

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରବିବାର ଚିହ୍ନଟ ହୋଇଥିବା ୯୧ ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ରହିଛନ୍ତି। ଫଳରେ ପ୍ରଥମ ଥର ଲାଗି ଜିଲାକୁ କରୋନା ଛୁଇଁଛି। ପୂର୍ବରୁ ରାଜ୍ୟର ୨୧ଟି ଜିଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ...

ଖୋଲିବ ବନ୍ଦ ପଡ଼ିଥିବା ମଦ ଫ୍ୟାକ୍ଟ୍ରି:୧୧ ଜିଲାପାଳଙ୍କୁ ଚିଠିକଲେ ଅବକାରୀ କମିଶନର

କଟକ ଅଫିସ,୧୭।୫: ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ମଦ ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ଲକ୍‌ଡାଉନ୍‌ ପରେ ମଦ ଚାହିଦା ବଢ଼ିଲେ, ଯୋଗାଇବା କଷ୍ଟକର ହେବ। ଏଣୁ ମଦ ଫ୍ୟାକ୍ଟ୍ରି (ବଟଲିଂ/ ବେଭରେଜ୍‌ ୟୁନିଟ୍‌)କୁ ଖୋଲିବା ପାଇଁ ଅବକାରୀ କମିଶନର୍‌ ପଦକ୍ଷେପ ନେଉଛନ୍ତି।...

ଅଧା ହିତାଧିକାରୀଙ୍କୁ ମିଳିନି ଡାଲି

ଢେଙ୍କାନାଳ ଅଫିସ, ୧୭।୫ – କରୋନା ପ୍ରଭାବିତ ଓଡ଼ିଶାର ଗରିବ ହିତାଧିକାରୀଙ୍କୁ ୩ମାସ ଯାଏ ବିନା ମୂଲ୍ୟରେ ଚାଉଳ ଏବଂ ଡାଲି ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଢେଙ୍କାନାଳ ଜିଲାର ଅଧା ହିତାଧିକାରୀଙ୍କ ପାଖରେ ଏଯାଏ...

ଅନାଥ ଯୁବକଙ୍କ ମୃତଦେହ ସତ୍କାର କଲେ ଯୁବଗୋଷ୍ଠୀ

ପାଲଲହଡା,୧୭ା୫(ଡି.ଏନ.ଏ.) – ମହାମାରୀ କରୋନା ଭୟ ଯୋଗୁ ଅନେକ ସ୍ଥାନରେ ମୃତକଙ୍କ ପାଖ ପଶୁନାହାନ୍ତି ସମ୍ପର୍କୀୟ। ହେଲେ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖେମଳା ଗାଁ ଲୋକେ ଶନିବାର ନିଜ ମାନବିକତାର ପରିଚୟ ଦେଇଛନ୍ତି। ସେମାନେ ଚାନ୍ଦା ଆଦାୟ କରି...

ଦରମା ନ ଦେଇ ଛଟେଇ

ଅନୁଗୋଳ ଅଫିସ,୧୭ା୫ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ହେଲ୍ପଡେସ୍କ ମ୍ୟାନେଜର ଓ ଭଲ୍ୟୁଣ୍ଟରମାନଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଏପରି କି ୭ମାସ ହେବ ସେମାନଙ୍କୁ ଦରମା ମଧ୍ୟ ପ୍ରଦାନ କରାଯାଇ ନ ଥିବା ଶନିବାର ଜିଲାପାଳଙ୍କ...

୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି । ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri