ଆମ ଜିଲା ଖବର

କାଳବୈଶାଖୀ: ଖେତରେ ଲୋଟିଲା ପାଚିଲା ଧାନ

ଜୁନାଗଡ଼,୧୬।୫(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ଏଥି ଯୋଗୁ ଖେତରେ ଅମଳ ଅବସ୍ଥାରେ ପାଚିଲା ଧାନଗଛ ଶୋଇ ପଡବା ସହ କେଣ୍ଡା ଛିଡି ପଡିଛି। ବର୍ଷାପାଣି କିଆରିରେ...

ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ

ବଲାଙ୍ଗୀର ଅଫିସ, ୧୬ା୫-ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡ଼େଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୪ଟାରେ କେନ୍ଦ୍ରରେ ହଠାତ୍‌ ନିଆଁ ଲାଗ ପାଣି ଉଠାଇବା...

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୧୬ା୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’କୁ ମୁକାବିଲା କରିବା ପାଇଁ ଶନିବାର ଅପରାହ୍ନରେ ଭଦ୍ରକ ଜିଲା ପ୍ରଶାସନର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର,...

ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ଉଚ୍ଛେଦ ହେଲା ଦୋକାନ

ଚମ୍ପୁଆ,୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୃହକୁ ଶନିବାର ଚମ୍ପୁଆ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ତହସିଲଦାର ଆଲୋକ କୁମାର ପଟେଲ, ବାରିଆ ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏହି...

ଶଙ୍କରପୁର ସାହି ରାସ୍ତା ସିଲ୍‌ କଲା ବିଏମ୍‌ସି: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ୮୫ ପରିବାରକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୬ା୫: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଶଙ୍କରପୁର ସାହିକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଶୁକ୍ରବାର ବିଳମ୍ବିତ ରାତିରୁ ସିଲ୍‌ କରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ଶନିବାରଠାରୁ କଣ୍ଟ୍ରୋଲ ଜୋନ୍‌ ମଧ୍ୟରେ ରହିଥିବା ସମସ୍ତ ପରିବାରଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ...

କର୍ଲାମୁଣ୍ଡା ବ୍ଲକ: କ୍ୱାରାଣ୍ଟାଇନରେ ୨୦୮ ପ୍ରବାସୀ

କର୍ଲାମୁଣ୍ଡା୧୬।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରେ ୨୦୮ ଜଣ ପ୍ରବାସୀ ଓଡିଆଙ୍କୁ ସୁରକ୍ଷିତ ରଖାଯାଇଛି। ଶନିବାର ୩୧ ଜଣ ପ୍ରବାସୀ ତାମିଲନାଡୁରୁ ରିଷିଡା ଫେରିବା ପରେ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ସରପଞ୍ଚ ସରସ୍ବତୀ ମାଝୀ, ପିଇଓ କ୍ଷିରସିନ୍ଧୁ...

୩ ଲକ୍ଷ ଟଙ୍କାରେ ଭଡା କରି ଆଣିଥିଲେ : ଅଧାବାଟରେ ୫୦ ପ୍ରବାସୀଙ୍କୁ ଛାଡି ଚାଲିଗଲା ବସ୍‌

ବାଲିଗୁଡା/କୋଟଗଡ,୧୬ା୫(ଡି.ଏନ୍‌.ଏ.)- ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ। ତାମିଲନାଡୁରୁ ବସ୍‌ ଭଡା କରି ୫୧ଜଣ ପ୍ରବାସୀ ଓଡ଼ିଆ କଳାହାଣ୍ଡି ଜିଲା ଏମ୍‌.ରାମପୁର ଫେରୁଥିବାବେଳେ ଶନିବାର କୋଟଗଡରେ ଓହ୍ଲାଇ ପଳାଇଛି ବସ୍‌। କୋଟଗଡ ବିଡିଓ ଓ ପୋଲିସ ପ୍ରବାସୀମାନଙ୍କ ଖାଇବା...

‘ବାଲେଶ୍ୱରରେ ଲଗାଯାଉ କରୋନା ଟେଷ୍ଟିଂ ମେଶିନ’

ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱରରେ କରୋନା ପରୀକ୍ଷଣ ପାଇଁ ଅତ୍ୟାଧୁନିକ ଟେଷ୍ଟିଂ ମେଶିନର ପ୍ରତିଷ୍ଠା କରାଯାଉ ବୋଲି ବାଲେଶ୍ୱର ଜିଲା ସଦର ବିଧାୟକ ମଦନ ମୋହନ ଦତ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦାବି କରିଛନ୍ତି। ପଶ୍ଚିମବଙ୍ଗ ପଡୋଶୀ ବାଲେଶ୍ୱର...

‘ସପ୍ତାହରେ କିଛି ଦିନ ଖୋଲାଯାଉ ଲୁଗା ଦୋକାନ’

ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱର ଟେକ୍ସଟାଇଲ୍‌ ଆଣ୍ଡ ରେଡ଼ିମେଡ ମର୍ଚ୍ଚାଣ୍ଟ ଆସୋସିଏଶନ୍‌ ତରଫରୁ ଜିଲାରେ ଦୀର୍ଘ ୫୫ଦିନ ଧରି ବନ୍ଦ ରହିଥିବା ରେଡ଼ିମେଡ ଡ୍ରେସ୍‌ ଏବଂ ଲୁଗା ଦୋକାନ ସପ୍ତାହରେ କିଛି ଦିନ ଖୋଲିବାକୁ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରାଯାଇଥିଲା।...

ଟ୍ରକରେ ଅସୁରକ୍ଷିତ ଯାତ୍ରା କରୁଛନ୍ତି ଶ୍ରମିକ

କେନ୍ଦୁଝର,୧୬ା୫(ସ୍ବ.ପ୍ର.)-ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କେନ୍ଦୁଝର ଜିଲା ଦେଇ ଯାଇଥିବା ଏନ୍‌ଏଚ ୪୯ ନଂ ଓ ୨୦ ନଂ. ରେ ପ୍ରତିଦନ ବହୁ ସଂଖ୍ୟାରେ ବାହାର ଜିଲା ଓ ରାଜ୍ୟର ଶ୍ରମିକମାନେ ଯାତାୟତ କରୁଛନ୍ତି। ପ୍ରବଳ...

ଜିଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା: ପ୍ରଥମ ଦିନରେ ପଢ଼ିଲେ ୩୦୦୯ ପିଲା

ରାୟଗଡ଼ା ଅଫିସ,୧୬ା୫: ରାୟଗଡ଼ାରେ ଆରମ୍ଭ ହେଲା ଇ-ସୁବିଦ୍ୟା । ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକ ଗାଁକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦାରା ପ୍ରସ୍ତୁତ ଏହି ଅଭିଯାନ ମୁତାବକ ଶୁକ୍ରବାର...

ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ଝାରସୁଗୁଡ଼ା ଗସ୍ତ: କୋଭିଡ୍‌ କେନ୍ଦ୍ର ପରିଦର୍ଶନ

ଲଖନପୁର,୧୬ା୫(ଡି.ଏନ୍‌.ଏ.) : ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହାର ତଦାରଖ ପାଇଁ ସରକାର କେତେକ ବରିଷ୍ଠ ଆଇଏଏସ୍‌ଙ୍କୁ ନିୟୋଜିତ କରିଛନ୍ତି। ବରିଷ୍ଠ ଆଇଏଏସ୍‌ଙ୍କ ମଧ୍ୟରେ ଉତ୍ତରାଞ୍ଚଳ ଆର୍‌ଡିସି ନିରଞ୍ଜନ ସାହୁ ଝାରସୁଗୁଡା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri