ଆମ ଜିଲା ଖବର

ଅଦିନିଆ ବର୍ଷାରେ ଉଜୁଡ଼ିଲା ଧାନ ଚାଷ: କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଶୁକ୍ରବାର, ଶନିବାର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଫଳରେ ଖରିଫ ଋତୁର ଧାନ ଅମଳ ସମୟରେ ଅଦିନିଆ ବର୍ଷା ମାଡ଼ରେ କ୍ଷୟକ୍ଷତି ହୋଇଛି। ଗୋପାଳପୁର...

ଜିଜ୍ଞାସା ବାର୍ଷିକୋତ୍ସବରେ କୃତି ଛାତ୍ରୀଛାତ୍ର ପୁରସ୍କୃତ

ଥୁଆମୂଳ ରାମପୁର,୨୨।୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ୭ତମ ଜିଜ୍ଞାସା ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ସୀତାକାନ୍ତ ରଣାଙ୍କ ସଭାପତିତ୍ୱରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି...

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ:କ୍ଷୟକ୍ଷତି ଆକଳନ କଲେ ବିଧାୟକ

ପୁରୁଷୋତ୍ତମପୁର,୨୨।୧୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଭଲ ଧାନଫସଲ ହୋଇଥିବା ବେଳେ ଦୁଇଦିନଧରି ଚାଲିଥିବା ଲଗାଣ ବର୍ଷାରେ ଧାନ ଫସଲ ମାନ ଭଜୁଡିଯାଇଛି। ଫଳରେ ଚାଷୀକୁଳ ହତାସ ହୋଇପଡି କିଭଳି କରଜ ସୁଝିବେ ସେଥିନେଇ ଚିନ୍ତାରେ ପଡିଛନ୍ତି। ବର୍ତ୍ତମାନ...

ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ସମ୍ବଲପୁର,୨୨।୧୨(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି। ସୁବିସ୍ତୀର୍ଣ୍ଣ ଆର୍ଦ୍ରଭୂମିର ଅନୁକୂଳ ପରିବେଶ ପ୍ରତି ଆକର୍ଷିତ ହୋଇ ସୁଦୂର ୟୁରୋପ, ଆମେରିକା ସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବିଦେଶାଗତ ପକ୍ଷୀ ଏଠାରେ ଏକତ୍ରିତ ହେବାରେ ଲାଗିଛନ୍ତି।...

ଆହାର ଉପରେ ପାହାର ଦେଲା ଅଦିନିଆ ବର୍ଷା, କ୍ଷେତରେ ଜଳମଗ୍ନ ହୋଇ ପଡ଼ିଥିବା ପାଚିଲା ଧାନର ସମୀକ୍ଷା କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୨୨।୧୨(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ସୁନାର ଫସଲ ବରବାଦ ହୋଇଯାଇଛି। ବତୁରି ଯାଇଛି କଟା ହୋଇଥିବା ଧାନ। ୨...

ମାରାଥନବେଳେ ଫୁଟିଲା ଗୁଳି, ଯୁବକ ଗୁରୁତର

ରାଉରକେଲା,୨୨ା୧୨: ରବିବାର ମାରାଥନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳି ଫୁଟିଛି। ଫଳରେ ଏହି ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ କୁମାର ସାହୁ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା...

ଆଖଡ଼ାଶାଳରେ ବିଧାୟକଙ୍କୁ ଜରିମାନା

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ। ତେବେ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ଦୃଶ୍ୟାଭିନୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ କଳାକାର ଏବେଠାରୁ ଲାଗି ପଡ଼ିଛନ୍ତି। ଏହି କ୍ରମରେ ବରଗଡ଼ ଗାନ୍ଧୀଛକ...

ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର

ମହାକାଳପଡ଼ା,୨୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ବର୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପାଚିଲା ଧାନ ଫସଲ ଉଜାଡ଼ି ଦେଇଛି। ଏଥିଯୋଗୁ ଉନ୍ନତ କିସମ ଧାନ ବେରଙ୍ଗର ହେବାର ଆଶଙ୍କା ରହିଛି। ଏଥିପାଇଁ ଧାନ ବିକ୍ରି ବେଳେ ନାନା ସମସ୍ୟା...

ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା

ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ ଦଳି ଜଣଙ୍କୁ ମାରିଦେଇଛି। ମୃତକ ଜକୈକଳା ଗ୍ରାମର ଧରଣୀ ପାତ୍ର (୪୦)। ଆଜି...

ବାର୍‌ହା ଉପଦ୍ରବ: ୨୦ ଏକର କଦଳୀ ଚାଷ କ୍ଷତିଗ୍ରସ୍ତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ବୋରିଆ ଗ୍ରାମର ଭିମା ପାଣି ପଞ୍ଚାୟତ ଅଧୀନରେ ଚାଷୀମାନେ କରିଥିବା କଦଳୀ ଚାଷ ଉପରେ ବାର୍‌ହା ଉପଦ୍ରବ କରୁଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିପ୍ରତି କେସିଙ୍ଗା ବନ ବିଭାଗ...

ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ତୁରୁଡ଼ିହି ପଞ୍ଚାୟତରେ ୬୫ ଲକ୍ଷ ଟଙ୍କା ଆତ୍ମସାତ୍‌...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ନେଲା ଦୁଇ ଜୀବନ। ଶନିବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହର ନିକଟସ୍ଥ ଗ୍ଲେଜ ନିକଟରେ ଦୁଇ ବାଇକ୍‌ଆରୋହୀ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଦ୍ୱୟ ହେଲେ ଅମିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri