ଆମ ଜିଲା ଖବର

ପରିବାର ସଦସ୍ୟଙ୍କ ଠାରୁ ଅଲଗା ରୁମରେ ରହୁଛନ୍ତି ଗଞ୍ଜାମ ଜିଲାପାଳ, ରକ୍ଷା କରୁଛନ୍ତି ସାମାଜିକ ଦୂରତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାର ଜିଲାପାଳଙ୍କ ଠାରୁ ଆରମ୍ଭକରି ସବୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି। ସେମାନେ ଦିନରାତି ଏକକରି ଲୋକଙ୍କୁ ସଚେତନ କରିବା ସହ ଦୋକାନ ବଜାର ଓ...

ଶୁକ୍ରବାର ବଦଳରେ ସୋମବାର ବସିବ କପଡ଼ା ବଜାର

ବରଗଡ଼ ଅଫିସ୍‌,୧୪ା୫- ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ମାର୍କେଟ୍‌ ୟାର୍ଡ଼ରେ ପ୍ରତି ସପ୍ତାହର ଶୁକ୍ରବାର ଉଭୟ କୃଷକ ବଜାର ଏବଂ କପଡ଼ା ବଜାର ବସୁଥିଲା। ତେବେ ବର୍ତ୍ତମାନ କରୋନା ସଂକ୍ରମଣ ଭୟ ରହିଥିବାବେଳେ ଉକ୍ତ ବଜାରରେ ଅସମ୍ଭାଳ ଭିଡ଼ ଯୋଗୁ...

ତାମିଲନାଡ଼ୁରେ ନିର୍ଯାତନା ଅଭିଯୋଗ ଆଣିଲେ ବରଗଡ଼ର ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୪।୫-: ଲକ୍‌ ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି । ଘରକୁ ଫେରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ି ଥିବାବେଳେ ଭୋକ, ଉପାସରେ ମଧ୍ୟ ରହିବାକୁ ପଡୁଛି। ଅନ୍ୟପଟେ ଏଭଳି ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସହାୟତା...

ସିମୁଳିଆ ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ସିମୁଳିଆ,୧୫ା୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତରେ ଶୁକ୍ରବାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଗତ ୩ ତାରିଖରେ ସୁରଟରୁ ଆସି ସ୍ଥାନୀୟ କ୍ବାରାଣ୍ଟାଇନରେ ସେଣ୍ଟରରେ ଥିଲେ। ତାଙ୍କୁ ଆଜି ଚିକିତ୍ସା ପାଇଁ ପଠାଯିବ ବୋଲି...

ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

ବାଲେଶ୍ୱର ଅଫିସ,୧୫ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ୧୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲିଆପାଳ ବ୍ଲକର ୪ ଜଣ, ବାହାନଗା ବ୍ଲକର ୩,...

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଲା

ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକରେ ଆଉ ୬ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଛୁଇଁଛି। ଚି଼ହ୍ନଟ ହୋଇଥିବା ଆକ୍ରାନ୍ତମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସମସ୍ତେ କୋଲକାତା ଫେରନ୍ତା ବୋଲି...

ଆଜି ତିନି ରଥରରେ ଚକ ଡେରା

ପୁରୀ ଅଫିସ,୧୪ା୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରାଯିବାର ବିଧି ରହିଛି। ଏଥିଲାଗି ରଥଖଳାରେ ତିନିରଥର ୬ଟି ନାହାକା ଚକ ଏବଂ ୩ଟି ନାହାକା ଅଖ ନିର୍ମାଣ ସରିଛି।...

ଆଜି ଶ୍ରୀକ୍ଷେତ୍ର ଭଉଁରୀ: ଶ୍ରୀମନ୍ଦିର ଭିତରେ ହେବ ବିଧି ରକ୍ଷା

ପୁରୀ ଅଫିସ,୧୫।୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ହେଲେ ଏଥର ଭଉଁରି ଯାତରେ ୨୧ ଘେରା ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେନି ଠାକୁର। ଶ୍ରୀମନ୍ଦିର ଭିତରେ ହିଁ ଭଉଁରି ହେବ। ଲକ୍‌ଡାଉନ କଟକଣା ପାଇଁ କେବଳ ବିଧି ରକ୍ଷା କରାଯିବ। ଅକ୍ଷୟ...

ପରଲୋକରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ: ରାଷ୍ଟ୍ରୀୟ ସମ୍ମାନ ସହ ଜନ୍ମସ୍ଥାନରେ ହେବ ଶେଷକୃତ୍ୟ

ଭୁବନେଶ୍ୱର (ବ୍ୟୁରୋ)/ ନିମାପଡ଼ା(ଡି.ଏନ୍‌.ଏ),୧୫।୫: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଗାନ୍ଧିବାଦୀ ନେତା ଭବାନୀ ଚରଣ ପଟ୍ଟନାୟକଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୯୯ବର୍ଷ ହୋଇଥିଲା। ଗତ ଦୁଇମାସ ତଳେ ଛାତିରେ ଯନ୍ତ୍ରଣା ଅନୁଭବ...

ହାଇକୋର୍ଟରେ ପ୍ରବାସୀଙ୍କ ପଞ୍ଜୀକରଣ ମାମଲା: ଆଧାର କାର୍ଡ ଜରୁରୀ ନୁହେଁ

କଟକ ଅଫିସ୍‌,୧୫।୫: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିବା ପାଇଁ ପ୍ରବାସୀଙ୍କୁ ସରକାରଙ୍କ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ୁଛି। ତେବେ ଏହି ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଅନ୍ୟ ପରିଚୟପତ୍ର ଜରିଆରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ ବୋଲି ରାଜ୍ୟ...

ଆଉ ଲୋଡ଼ା ପଡ଼ିବେ ନାହିଁ ରାଜ୍ୟ ବାହାର ହାର୍ଭେଷ୍ଟର ଚାଳକ

ସମ୍ବଲପୁର,୧୫।୫ (ବ୍ୟୁରୋ)-ଆଉ ଲୋଡ଼ା ପଡିବେ ନାହିଁ ରାଜ୍ୟ ବାହାର ଚାଳକ ା ଧାନ ଅମଳ ପାଇଁ ହାର୍ଭେଷ୍ଟର ଚଳାଇବା ପାଇଁ ୫୦ଜଣଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରିଛି ଜିଲା କୃଷି ବିଭାଗ ା ଏହାପରେ ଧାନ ଅମଳ ଚିନ୍ତାରୁ ମୁକ୍ତି...

ପ୍ରବାସୀ ଶ୍ରମିକଙ୍କୁ ନେଇ ଭୟ

ନୂଆପଡ଼ା ଅଫିସ,୧୫ା୫ – ନୂଆପଡ଼ା ଜିଲାବାସୀଙ୍କ ଜୀବନରେଖା କୁହାଯାଉଥିବା ରାୟପୁର-ବ୍ରହ୍ମପୁର ୩୫୩ନଂ.ଜାତୀୟ ରାଜପଥ ଏବେ ପ୍ରବାସୀ ଶ୍ରମିକଙ୍କ ଚଲାପଥ ପାଲଟିଛି ା ଦିନ ରାତି ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନେ ଚାଲିଚାଲି, ସାଇକେଲ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଯାତାୟାତ କରୁଛନ୍ତି ା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri