ଆମ ଜିଲା ଖବର

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି: ପ୍ରଶାସନକୁ ସହଯୋଗ କରିବାକୁ ଦେଲେ ପରାମର୍ଶ

ଛତ୍ରପୁର, ୧୪।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ଗୁରୁବାର ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି। ସେଠାରେ ସେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ସୁରଟ ଫେରନ୍ତା ପ୍ରବାସୀ...

ଗଞ୍ଜାମର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ହାସ୍ୟ ଶିବିର

ଛତ୍ରପୁର, ୧୪।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ପାଇଁ ହାସ୍ୟ ଶିବିରର ଆୟୋଜନ କରାଯାଉଛି। ଏହାଫଳରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ମନ ସ୍ଥିର ରହିବା ସହ ସ୍ବାସ୍ଥ୍ୟାବସ୍ଥା ଠିକ ରହିପାରୁଥିବା କୁହାଯାଇଛି। ଏହାଛଡ଼ା ପ୍ରବାସୀମାନେ...

ଆମ୍ବୁଲାନ୍ସରେ ପ୍ରସବ କଲେ କ୍ୱାରାଣ୍ଟାଇନ୍‌ ସେଣ୍ଟରର ପ୍ରବାସୀ ମହିଳା

ବ୍ରହ୍ମପୁର ଅଫିସ,୧୪ା୫: ଗଞ୍ଜାମରେ ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର କୋଣ ଅନୁକୋଣରେ ଏବେ ପ୍ରବାସୀମାନେ ପ୍ରବଳ ସମସ୍ୟାରେ ଥିବା ବେଳେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କୋଦଳା...

ଖେମୁଣ୍ଡି କଲେଜରେ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତାବକୁ ପୁରାତନ ଛାତ୍ରସଂଘର ବିରୋଧ

ଦିଗପହଣ୍ଡି,୧୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତାବକୁ କଲେଜର ପୁରାତନ ଛାତ୍ରସଂଘ ସମେତ ସହରର ସଚେତନ ଜନସାଧାରଣ ବିରୋଧ କରିଛନ୍ତି। ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡିଗ୍ରୀ କଲେଜ ଭାବେ ସୁନାମ ଅର୍ଜନ କରିଥିବା...

ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା: ମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବିଡିଓ ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଗୁରୁବାର ଏହାକୁ ନିନ୍ଦା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ବାଲିଆପାଳ...

ବିନା ଗୋଡ଼ରେ ଜନ୍ମନେଲା ଶିଶୁପୁତ୍ର

ବାଲିଗୁଡ଼ା,୧୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁଡ୍ରା ପଞ୍ଚାୟତର ଟିକରବାଜୁ ଗ୍ରାମର ସାନନ୍ତି ମଲ୍ଲିକ ସନ୍ତାନ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୁଅଟିଏ ଦେଖିବାକୁ ଖୁବ୍‌ ସୁନ୍ଦର୍‌...

ଆଧାର ସଂଯୋଗ ନାହିଁ, ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ

ରାଇସୁଆଁ,୧୪ା୫(ଡି.ଏନ୍‌.ଏନ୍‌.): ଆଧାର ସଂଯୋଗ ନାହିଁ ବୋଲି ଜଣେ ଦିବ୍ୟାଙ୍ଗ ଯୁବତୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାର ଦିବ୍ୟାଙ୍ଗ ଅସହାୟମାନଙ୍କ ପାଇଁ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି। ମାତ୍ର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ...

ଡଙ୍ଗା ଯୋଗେ ଚାଲିଛି ମଦ କାରବାର, ୬ ଗିରଫ

ଛତ୍ରପୁର,୧୪ା୫(ଡି.ଏନ୍‌.ଏ.): ଚିଲିକାରେ ଡଙ୍ଗା ଯୋଗେ ହେଉଥିବା ଚୋରା ମଦ କାରବାରକୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଲିସ ଠାବ କରିଛି। ଚିଲିକାର ରମ୍ଭା ଫେରି ଘାଟରେ ଚଢ଼ାଉ କରି ଉକ୍ତ ଡଙ୍ଗାରୁ ୧ ହଜାର ଲିଟର ଦେଶୀ ମଦ ଜବତ...

ପୋଲିସ ସମ୍ମୁଖରୁ ଚମ୍ପଟ ମାରିଲେ ମୁଖ୍ୟ ଗୁଟ୍‌ଖା ବ୍ୟବସାୟୀ, ୨ ମୋଟରସାଇକେଲ ଜବତ; ୩ ଗିରଫ

ପୁରୁଷୋତ୍ତମପୁର,୧୪ା୫(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ପ୍ରଶାସନ ପକ୍ଷରୁ ଗୁଟ୍‌ଖା ପରି ମାଦକ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏହି କଟକଣାକୁ ଉଲ୍ଲଂଘନ କରି ଜନୈକ ବ୍ୟବସାୟୀ ଦୀର୍ଘଦିନ ହେଲା ଚଢ଼ାଦରରେ...

ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌: ଓହ୍ଲାଇଲେ ୩ଶହରୁ ଊର୍ଦ୍ଧ୍ୱ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୪।୫- ବଲାଙ୍ଗୀର ରେଳ ଷ୍ଟେଶନରେ ଗୁରୁବାର ଦିନ ପ୍ରାୟ ୧୨ଟା ୫୦ରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଛି। ଏହି ଟ୍ରେନ୍‌ରେ ୩ ଶହରୁ ଊଦ୍ଧର୍‌ବ ପ୍ରବାସୀ ଆସି ଓହ୍ଲାଇଛନ୍ତି। ସେମାନଙ୍କ ସୁବିଧାଜନକ ଆଗମନ...

ବଲାଙ୍ଗୀରରେ ବଦଳିଲା କର୍ଫ୍ୟୁ ଘୋଷଣା: ରାତି ୯ଟା ଯାଏ ବଢ଼ିଲା ଅବଧି, ତାଲିକାରେ ଯୋଡ଼ାଗଲା ମଦନଗୁଡ଼ିଆ ବଗିଚାରୁ ଭାଗିରଥି ଛକ ରାସ୍ତା

ବଲାଙ୍ଗୀର ଅଫିସ,୧୫।୪: ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ନେଇ ବଲାଙ୍ଗିର ଜିଲା ପ୍ରଶାସନ ସହରର କେତୋଟି ରାସ୍ତାରେ କର୍ଫ୍ୟୁ ଘୋଷଣା କରିଥିଲେ। ଗୁରୁବାର ସେହି ଘୋଷଣାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବ ଘୋଷିତ ରାସ୍ତା ମାନଙ୍କରେ କର୍ଫ୍ୟୁ ସମୟକୁ ଆହୁରି...

ଗୋବିନ୍ଦାବାଟି ଗ୍ରାମରୁ ୨ ପଜିଟିଭ୍‌ ଚିହ୍ନଟ ପରେ ୨୪ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ରତ୍ନଗିରି,୧୪ା୫(ଡି.ଏନ୍‌.ଏ.) : ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ଗୋବିନ୍ଦବାଟି ଗ୍ରାମରୁ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଦୁଇ ଜଣଙ୍କ ବୟସ ୬୦ ଓ ୩୫ ବୋଲି ଜଣାପଡ଼ିଛି। ଗତ କିଛିଦିନ ପୂର୍ବରୁ ଦୁଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri