ଆମ ଜିଲା ଖବର

କ୍ୱାରାଣ୍ଟାଇନ ଅବଧି ସରିବା ପରେ ସ୍ବାସ୍ଥ୍ୟକର୍ମୀ ଭାବେ ଲୋକଙ୍କ ସେବା କରିବେ; ଏଥିପାଇଁ ନିଆଯାଉଛି କୋଭିଡ୍‌-୧୯ କ୍ଲାସ୍‌: ଜିଲାପାଳ

ଛତ୍ରପୁର, ୧୧।୫(ଡି.ଏନ୍‌.ଏ. ): ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଗଞ୍ଜାମ ଜ଼ିଲାକୁ ଫେରି କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଛନ୍ତି। ସେଠାରେ ପ୍ରବାସୀଙ୍କ କ୍ୱାରାଣ୍ଟାଇନ ଅବଧି ସରିବା ପରେ ସେମାନେ ଜଣେ ଜଣେ କୋଭିଡ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ହୋଇ ଲୋକଙ୍କ ସେବା...

ଗଞ୍ଜାମରେ ବିସ୍ଫୋରକ ସ୍ଥିତି: ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଘଟଣାର ତଦନ୍ତ, ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

ବ୍ରହ୍ମପୁର ଅଫିସ,୧୧।୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ପାଇଁ କରୋନା ସଂକ୍ରମଣ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ଜିଲାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୯ ଦିନରେ ଅର୍ଥାତ ୧୧ତାରିଖ...

ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼

ଚୌଦ୍ୱାର,୧୧।୫(ଡି.ଏନ୍‌.ଏ.): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାର ଅନେକ କଟକଣା ମଧ୍ୟ ଜାରି କରିଛନ୍ତି। ମାତ୍ର କଟକ...

ପୁରୀ ସହରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଣୁକା ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ପୁରୀ ଅଫିସ, ୧୧।୫: ପୁରୀ ସହରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ଆକ୍ରାନ୍ତ ରହୁଥିବା ସମୂଦ୍ର କୂଳ ରେଣୁକା ଗଳି ଲେନ୍‌ ଏବଂ ଏହାକୁ ସଂଯୋଗ କରୁଥିବା ଅନ୍ୟ କେତେକ...

ମହିଳାଙ୍କୁ ଆକ୍ରମଣ, ବେଆଇନ ମଦ କାରବାର ଅଭିଯୋଗ: ୩ ଅଭିଯୁକ୍ତ କୋର୍ଟଚାଲାଣ

ଲୋଇସିଂହା,୧୧।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଝରଣୀପାଲି ପଞ୍ଚାୟତ ପଥରମୁଣ୍ଡା ଗାଁର ଜଣେ ମହିଳାଙ୍କୁ ଆକ୍ରମଣ ଓ ବେଆଇନ ମନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରିଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ପଥରମୁଣ୍ଡା...

ସରକାରଙ୍କ ୧୨ଘଣ୍ଟିଆ କାର୍ଯ୍ୟଦିବସ ବୃଦ୍ଧି ନେଇ ଏଆଇଟିୟୁସି ମୌନ ପ୍ରତିବାଦ

ବଡ଼ବିଲ,୧୧।୫(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହାକୁ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ ପକ୍ଷରୁ ସୋମବାର ମୌନ ପ୍ରତିବାଦ କରାଯାଇଛି। ଶ୍ରମିକ ନେତା କପିଳ ମହାନ୍ତିଙ୍କ...

ବାଦପଲ୍ଲୀ ସେବାଶ୍ରମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୪୬ ସୁରଟ ଫେରନ୍ତା: ସମସ୍ତେ ସୁସ୍ଥ, ଆସନ୍ତା ୨୫ରେ ଘରକୁ ଫେରିବେ

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବଢ଼ିଚାଲିଛି। ବିଶେଷକରି ସୁରଟରୁ ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ଏହି ସମସ୍ୟା ଦେଖାଦେଇଛି। ଏହି ଜିଲା ବାଦପଲ୍ଲୀ ସେବାଶ୍ରମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଗତ ୪ ତାରିଖରେ...

ରାଜନଗରରେ ଆଉ ଜଣେ ପଜିଟିଭ ଚିହ୍ନଟ: କେନ୍ଦ୍ରାପଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯ରେ

ରାଜନଗର, ୧୧।୫(ଡି.ଏନ୍‌.ଏ.): ରାଜ୍ୟରେ ସୋମବାର ସକାଳେ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବୋଲି ଜଣାପଡ଼ିଛି। ଆକ୍ରାନ୍ତ ଜଣଙ୍କ ଘଡ଼ିଆମାଳ ସଂଗରୋଧ ଗୃହରେ ରହିଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ...

ସଙ୍ଗରୋଧରେ ରହିଲେ ରଥ ନିର୍ମାଣକାରୀ: ୨ ଭକ୍ତ ନିବାସରେ ୧୪୮ ସେବକ

ପୁରୀ ଅଫିସ,୧୧।୫: ଜୁନ୍‌ ୨୩ରେ ରଥଯାତ୍ରା। ତେଣୁ କମ୍‌ ସମୟରେ କିପରି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିବ ତାହାକୁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି...

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ବ୍ରହ୍ମପୁର ଆମ୍ବ ମାର୍କେଟ

ବ୍ରହ୍ମପୁର ଅଫିସ,୧୧ା୫: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ସୋମବାରଠାରୁ ଆମ୍ବ ମାର୍କେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି। ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତା...

ତାମିଲନାଡୁରୁ ବସ୍‌ରେ ଆସୁଥିଲେ ୩୦ ପ୍ରବାସୀ: ଓଏମ୍‌ପି ଛକରେ ଓହ୍ଲାଇପଡ଼ିଲେ

କଟକ ଅଫିସ,୧୧ା୫: ତାମିଲନାଡୁର କାଞ୍ଚିପୁରାମରୁ ୩୦ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍‌ କଟକ ଦେଇ ଯାଉଥିଲା। ସୋମବାର ସକାଳେ ବସ୍‌ରୁ ୧୫ଜଣ ଯାତ୍ରୀ କଟକସ୍ଥିତ ଓଏମ୍‌ପି ଛକରେ ଓହ୍ଲାଇଛନ୍ତି। ସେମାନେ ସେଠାରୁ ଜଗତସିଂହପୁର ଆଡ଼କୁ ଚାଲିଚାଲି ଯାଇଛନ୍ତି। ତେବେ...

ପଲାସାରୁ ଚାଲିଚାଲି ପୁରୁଷୋତ୍ତମପୁରରେ ପହଞ୍ଚିଲେ ଅନୁଗୋଳ, ବୌଦ୍ଧର ୧୬ ଶ୍ରମିକ

ପୁରୁଷୋତ୍ତମପୁର,୧୧ା୫(ଡି.ଏନ୍‌.ଏ.): କରୋନା ପ୍ରକୋପରୁ ସମସ୍ତେ ହାହାକାର ହୋଇ ପଡ଼ିଥିବା ବେଳେ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ନିଜ ଭିଟାମାଟିକୁ ଫେରିବା ଲାଗି ଆକୁଳ ନିବେଦନ କରୁଥିଲେ ମଧ୍ୟ ଗୁହାରି ଶୁଣିବାକୁ କେହିନାହିଁ। ଅନୁଗୋଳ ଜିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri