ଆମ ଜିଲା ଖବର

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

ଠାକୁରମୁଣ୍ଡା,୧୦ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ କେଶଡ଼ିହା ପଞ୍ଚାୟତ ପୁରୁଣାପାଣି ଗ୍ରାମରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ...

ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ଝାରବନ୍ଧ,୧୦।୫(ଡି.ଏନ.ଏ): ବରଗଡ଼ ଜିଲା ଜଗଦଲପୁରସ୍ଥିତ ଏକ ସୋ ରୁମରୁ ନୂଆ ବାଇକ୍‌ କିଣି ସେଥିରେ ଘରକୁ ଫେରିବା ବାଟରେ ରବିବାର ଜଣେ ଯୁବକ ଦୁର୍ଘଟଣା ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ମୃତକ ହେଲେ ଝାରବନ୍ଧ ଥାନା ଡଭା ନିକଟ...

ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆଙ୍କ ନିବେଦନ

ବରଗଡ଼ ଅଫିସ୍‌,୧୦।୫: ଲକ୍‌ ଡାଉନ୍‌ ଯୋଗୁ ବରଗଡ଼ ଜିଲାର ପ୍ରାୟ ୩୦ଜଣ ଯୁବତୀଯୁବକ ତାମିଲନାଡ଼ୁର ତିରପୁରରେ ଫସି ରହିଛନ୍ତି । ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେମାନେ ସକ୍ଷମ ହୋଇ ପାରିନାହାନ୍ତି । ଗାଡ଼ି, ମୋଟର ଚାଲୁ ନ ଥିବାବେଳେ...

କୋଭିଡ୍‌ ଫଣ୍ଡକୁ ଅଙ୍ଗନୱାଡ଼ି କର୍ମୀଙ୍କ ସହାୟତା

ବୁଗୁଡ଼ା,୧୦ା୫(ଡି.ଏନ.ଏ.)- ବୁଗୁଡ଼ା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଏନ୍‌ଏସିର ସେକ୍ଟର ତରଫରୁ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଏବଂ ଆତ୍ମ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ଅଞ୍ଚଳ ପରିଦର୍ଶିକା ଜି. ରଶ୍ମି ସେମାନଙ୍କର ଗୋଟିଏ ଦିନର...

ଗଛତଳେ ଆଶ୍ରୟ ନେଲେ ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୦।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ଦେଢ଼ମାସ ବିତି ଯାଇଛି । ତେବେ ଏଥିପାଇଁ ପ୍ରବାସୀ ଶ୍ରମିକଙ୍କୁ ଖୁବ୍‌ ହଟହଟା ହେବାକୁ ପଡ଼ୁଛି ।...

ଧାନକଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଚାଷୀଙ୍କ ମୃତ୍ୟୁ

ବସ୍ତା, ୧୦।୫ (ଡି.ଏନ.ଏ)- ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମରେ ଧାନକଟାକୁ କେନ୍ଦ୍ର କରି ଆକ୍ରମଣ ଯୋଗୁ ଗରାଙ୍ଗ ସୁର (୬୦) ନାମକ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ପାଚିଲା ଧାନ କାଟି...

ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା

ଖଇରା, ୧୦।୫(ଡି.ଏନ.ଏ.)-ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ା ବାଲେଶ୍ୱର ଜିଲା ଖଇରା ବ୍ଲକରେ ୩ଜଣ କୋଲକାତା ଫେରନ୍ତା ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି। ଏ ଦିଗରେ ସତର୍କ ରହିବା ପାଇଁ...

ଓଲଟିଲା ଗ୍ୟାସ ଟ୍ୟାଙ୍କର

ଛେଣ୍ଡିପଦା,୧୦।୫(ସ୍ବ.ପ୍ର)- ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ତୁବେ ଗ୍ରାମଠାରେ ରବିବାର ଅପରାହ୍ନରେ ଏକ ଗ୍ୟାସ ଟ୍ୟାଙ୍କର ରାସ୍ତାକଡ଼କୁ ଓଲଟିପଡିଥିଲା। ଏଥିରେ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୫ଟାରେ ଟ୍ୟାଙ୍କରଟି ସମ୍ବଲପୁରରୁ କଟକ...

୧୦ହଜାର ପ୍ରବାସୀଙ୍କ ପାଇଁ ୧୭୮ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର

ଚଣ୍ଡିଖୋଲ, ୧୦।୫ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଓଡ଼ିଆ ଶ୍ରମିକମାନେ ଫେରୁଥିବା ବେଳେ ସେମାନଙ୍କ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବଡ଼ଚଣା ନିର୍ବାଚନ ମଣ୍ଡଳି ଅଧୀନ ୪୩ ପଞ୍ଚାୟତକୁ ପ୍ରାୟ ୧୦ହଜାର ପ୍ରବାସୀ ଫେରିବାକୁ ଥିବା ବେଳେ...

ରସୁଲପୁରର ୧୪୩ ନମୁନା ନେଗେଟିଭ

ରସୁଲପୁର, ୧୦।୫ (ଡି.ଏନ୍‌.ଏ.)-ରସୁଲପୁର ବ୍ଲକ ଅଞ୍ଚଳରେ ଥିବା ୩୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କୁ ରଖାଯାଇଛି। ଗତ ଏପ୍ରିଲ ୨୯ ଓ ୩୦ ତାରିଖରେ ଉକ୍ତ କେନ୍ଦ୍ରଗୁଡ଼ିକରେ ରହୁଥିବା ୧୫୫ଜଣ କୋଲକାତା ଫେରନ୍ତାଙ୍କର ସ୍ବାବ ନମୁନା ସଂଗ୍ରହ...

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ,ସ୍ବାସ୍ଥ୍ୟପରୀକ୍ଷା ଉପରେ ଗୁରୁତ୍ୱ

ମାଲକାନଗିରି,୧୦ା୫(ଡି.ଏନ୍‌.ଏ.)-ରାଜ୍ୟ ସରକାର ପ୍ରବାସୀ ଶ୍ରମିଙ୍କୁ ନିଜ ରାଜ୍ୟ ଓ ଜିଲାକୁ ଆଣିବା ପାଇଁ ଘୋଷଣା କଲା ପରେ ମାଲକାନଗିରି ଜିଲାକୁ ଆନ୍ଧ୍ର, ତେଲଙ୍ଗାନା, ମହାରଷ୍ଟ୍ର, କେରଳ, ତାମିଲନାଡୁ, ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଏହି ଶ୍ରମିକ...

କରୋନାଠାରୁ ଗ୍ୟାସ୍‌ ନିର୍ଗତ ଥିଲା ବେଶି ଭୟଙ୍କର

ଜୟପୁର,୧୦ା୫(ଡି.ଏନ୍‌.ଏ.)- କାରୋନା ଭୂତାଣୁ ଯେତେ ଭୟ ସୃଷ୍ଟି କରି ନ ଥିଲା ନିର୍ଗତ ବିଷାକ୍ତ ଗ୍ୟାସ୍‌ ତା’ଠାରୁ ଅଧିକ ଭୟଙ୍କର ଥିଲା। ଚାରିଆଡ଼େ ଲୋକଙ୍କ ମୃତ୍ୟୁ ଏବଂ ଅଚେତ ଶରୀର ପଡ଼ିରହିଥିଲା। ଜୀବନ ରକ୍ଷା କରିବାକୁ ଚାଲିଚାଲି ଆସିଛନ୍ତି କେତେଜଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri