ଆମ ଜିଲା ଖବର

ସୁବାଷ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି, ଶେଷଦର୍ଶନ

ସମ୍ବଲପୁର,୧୦ା୫ (ବ୍ୟୁରୋ)- ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ରବିବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମୃତ୍ୟୁ ଘଟଛି। ଏହି ଖବର ଜଣା ପଡ଼ିବା ପରେ ସାରା ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି।...

୨ ସରପଞ୍ଚ ଦେଖାଇଲେ ଜିଲାପାଳଙ୍କ କ୍ଷମତା; ମନ୍ଦାର, ମଧୁପଲ୍ଲୀ ସଟ୍‌ଡାଉନ ଘୋଷଣା

ପୋଲସରା,୧୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକର ମନ୍ଦାର ଓ ମଧୁପଲ୍ଲୀ ସରପଞ୍ଚ କରୋନା ମୁକାବିଲା ପାଇଁ ରବିବାର ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ମନ୍ଦାର ଓ ମଧୁପଲ୍ଲୀକୁ ଉଭୟ ସରପଞ୍ଚ ୭ ଦିନ ଯାଏଁ ସଟଡାଉନ ଘୋଷଣା କରିଛନ୍ତି।

ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଦିଗପହଣ୍ଡି,୧୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମ ନିକଟ କଣ୍ଟେଇଯୋଡ଼ି ନଦୀପଠାରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦେଓଖାଳି ଗ୍ରାମର ଲଡୁ ନାୟକ ଙ୍କ ଝିଅ ପ୍ରମୋଦିନୀ ଓରଫ ଲତା...

ଏମ୍‌କେସିଜିରେ ଅଘଟଣ: ଲେବର୍‌ ରୁମ୍‌କୁ ଛାଡ଼ିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଡାଇଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର ଅଫିସ, ୧୦।୫- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ରବିବାର ଏକ ଅଘଟଣ ଘଟିଛି। ଜଣେ ରୋଗୀ ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କ କାନ କାମୁଡି ଛିଣ୍ଡାଇ ଦେଇଛନ୍ତି। ଏପରିକି ମେଡିକାଲରେ ଥିବା ଅନ୍ୟ କେତେକ ଡାକ୍ତରଙ୍କୁ ଆକ୍ରମଣ କରିବା...

ମେ’ ୨୪ ପର୍ଯ୍ୟନ୍ତ ବଢ଼ିଲା ଅକରପଦା କଣ୍ଟେନମେଣ୍ଟ ଜୋନ ଅବଧି

ଯାଜପୁର ଅଫିସ,୧୦।୫- କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ତାଙ୍କ ପତ୍ର ସଂଖ୍ୟା ୬୯୦/୯।୫।୨୦୨୦ରେ ଦଶରଥପୁର ବ୍ଲକ ଅକରପଦା କଣ୍ଟେନମେଣ୍ଟ ଜୋନକୁ ଆସନ୍ତା ୨୪ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିରେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା: କିଛି ଔଷଧ ଖାଉଥିବାରୁ ଲକ୍ଷଣ ଦେଖାଯାଉ ନ ଥିଲା

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତସ୍ଥିତ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟିଥିବା ରବିବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟାହ୍ନଭୋଜନ ଖାଉଥିବାବେଳେ ହଠାତ୍‌...

କରୋନା ମୁକାବିଲା: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାଚସ୍ପତି, ମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କ ସହ ଗଞ୍ଜାମ ଜିଲାପାଳଙ୍କ ଆଲୋଚନା

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ କରୋନା ମୁକାବିଲା ନେଇ ରବିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାଚସ୍ପତି, ମନ୍ତ୍ରୀ, ଏମ୍‌ପି, ବିଧାୟକ,...

ତାଗିଦ କଲେ ଗଞ୍ଜାମ ଜିଲାପାଳ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯାଉଛନ୍ତି ପରିବାର ସଦସ୍ୟ, ଉଲ୍ଲଂଘନ ନେଇ ରୁଜୁ ହେବ ମାମଲା

ଛତ୍ରପୁର, ୧୦।୫(ଡି.ଏନ୍‌.ଏ.)- ବାରମ୍ବାର ଜ଼ିଲାପାଳଙ୍କ ତାଗିଦ୍‌ ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ମଧ୍ୟ୍ୟ ଗଞ୍ଜାମ ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ଥିବା ପ୍ରବାସୀଙ୍କୁ ଭେଟିବା ଲାଗି ପରିବାର ସଦସ୍ୟ ଯାଉଛନ୍ତି। ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି...

ଜଙ୍ଗଲରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସମ୍ପର୍କୀୟ ବୋହୂ ନିଖୋଜ

ବଡ଼ବିଲ,୧୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷୀୟା ବୁଦୁନି ମୁଣ୍ଡା। ବୃଦ୍ଧାଙ୍କ ସାଙ୍ଗରେ...

ଗଞ୍ଜାମରେ ଆଉ ୫ କୋଭିଡ୍‌ ହସ୍ପିଟାଲ: ଜିଲାପାଳ

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମରେ ଆଉ ୫ଟି କୋଭିଡ୍‌ ହସ୍ପିଟାଲ ଖୋଲାଯିବ। ଏନେଇ ପ୍ରସ୍ତୁତି ସରିଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଜିଲାର ଶିତଳାପଲି ଠାରେ କୋଭିଡ୍‌ ହସ୍ପିଟାଲ ରହିଛି। ସେଠାରେ ୨୦୦ ଶଯ୍ୟା...

ବ୍ରହ୍ମପୁରକୁ ପୋଲିସ ଡିଜିଙ୍କ ଅଚାନକ ଗସ୍ତ: କୋଭିଡ-୧୯ ମୁକାବିଲା ଉପରେ ସମୀକ୍ଷା, ସଂଗରୋଧ କକ୍ଷ ବାହାରେ ସୁରକ୍ଷା କଡ଼ାକଡ଼ି ଉପରେ ଗୁରୁତ୍ୱାରୋପ

ବ୍ରହ୍ମପୁର ଅଫିସ,୧୦।୫- ସୁରଟ ଫେରନ୍ତାଙ୍କୁ ନେଇ ରାଜ୍ୟରେ ଗଞ୍ଜାମ ଜିଲାର ଚିତ୍ର ସମୂର୍ଣ୍ଣ ଭାବେ ବଦଳି ଯାଇଛି। ଲକ୍‌ଡାଉନ୍‌ କୋହଳ ହେବା ପରେ ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଛି। ଜିଲାରେ ଗତ ୭...

ଚାଲିଚାଲି ଘରକୁ ଫେରୁଛନ୍ତି ଲୋକେ, ରାସ୍ତାପାର୍ଶ୍ୱ ଗଛମୂଳ ପାଲଟିଛି ଆଶ୍ରୟସ୍ଥଳୀ

ଚୌଦ୍ୱାର,୧୦ା୫(ଡି.ଏନ୍‌.ଏ.): କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ରାଜ୍ୟରୁ ଆସୁଥିବା ଦିନ ମଜୁରିଆ ଏବଂ ତାଙ୍କ ପରିବାର। ସାରା ରାଜ୍ୟରେ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇଛନ୍ତି ଲୋକେ। ଗାଡ଼ିମୋଟର ଚାଲୁ ନ ଥିବାରୁ ଗ୍ରାମ ଅଭିମୁଖେ ପାଦରେ ଚାଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri